ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ବାତ୍ୟା ​'ରେମାଲ' ‌ପ୍ରଭାବ: ଦକ୍ଷିଣ -ପୂର୍ବ ରେଲୱେ ପକ୍ଷରୁ ୬ ଟି ‌ଟ୍ରେନ୍ ବାତିଲ, କିଛି ଟ୍ରେନ୍‌ର ବଦଳିଲା ରୁଟ୍

ଭୁବନେଶ୍ୱର ୨୬/୦୫: ବଙ୍ଗୋପସାଗର ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆଜି ମଧ୍ୟରାତ୍ରିରେ ବାଂଲାଦେଶ ଓ  ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ସାଗର ଦ୍ୱୀପ ଓ  ଖେପୁପରା ମଝିରେ ଏହା ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ (ଆଇଏମ୍‌ଡି)  ପୂର୍ବାନୁମାନ କରିଛି । ବାତ୍ୟା ରେମାଲ୍‌ ଲ୍ୟାଣ୍ଡଫଲ୍‌ କରିବା  ସମୟରେ ୧୧୦ରୁ ୧୨୦ କିମି ବେଗରେ  ପବନ ବହିପାରେ । ପବନର ଝଟ୍‌କା  ୧୩୫ କିମି ଯାଏ ଅନୁଭୂତ ହେବ । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବାତ୍ୟାକୁ ଦୃଷ୍ଟି ରଖି ଦକ୍ଷିଣ -ପୂର୍ବ ରେଲୱେ ପକ୍ଷରୁ ୬ ଟି ‌ଟ୍ରେନ୍ ବାତିଲ ଘୋଷଣା କରାଯାଇଛି।

ରେଲୱେ ସୂଚନା ମୁତାବିକ, ବାତ୍ୟା ପାଇଁ ବାତିଲ୍ ହୋଇଥିବା ୬ ଟ୍ରେନ୍ ମଧ୍ୟରୁ ୨ଟି ଏକ୍ସପ୍ରେ, ଦୁଇଟି ମେମୁ ଏବଂ ୪ଟି ଇଏମ୍‌ୟୁ। ସୀମାରେ କିଛି ଟ୍ରେନରୁ ଯାତ୍ରୀ ସଂଖ୍ୟା ହ୍ରାସ କରାଯାଇଛି। ଖଡ଼କପୁରରେ ଅଟକିବ ପୁରୀ-ଦୀଘା ସପ୍ତାହିକ ଏକ୍ସପ୍ରେସ୍। ଦୁଇଟି ଟ୍ରେନ୍ ସୀମାରେ ଅଟକି ଥିବା ବେଳେ କିଛି ଟ୍ରେନ୍‌କୁ ରୁଟ୍ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।


  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.