ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଲ୍ୟାଣ୍ଡଫଲ କଲା ବାତ୍ୟା ‘ରେମାଲ': ବାଂଲାଦେଶରେ ୮ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର, ବୁଡ଼ିଗଲା ବୋଟ, ଚେନ୍‌ରେ ବନ୍ଧା ହେଲା ଟ୍ରେନ

ନୂଆଦିଲ୍ଲୀ,୨୭/୦୫: ବଙ୍ଗୋପସାଗରରେ ଆସିଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟବର୍ତ୍ତୀ ଉପକୂଳରେ ଲ୍ୟାଣ୍ଡଫଲ କରିଛି । ରାତି ୮ଟା ୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ ୪ ଘଣ୍ଟା ଧରି ଅର୍ଥାତ ରାତି  ୧୨ଟା ୩୦ ପର୍ଯ୍ୟନ୍ତ ଉପକୂଳରେ ଏହା ତାଣ୍ଡବ ସୃଷ୍ଟି  କରିଥିଲା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ  ଘଣ୍ଟାପ୍ରତି ୯୦ କି.ମି. ଥିଲା । ପରବର୍ତ୍ତୀ ସମୟରେ  ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ ଓ ସ୍ଥଳ  ବିଶେଷରେ ୧୩୫ ରହିଥିଲା । ଫଳରେ ଉପକୂଳରେ  ବ୍ୟାପକ କ୍ଷୟକ୍ଷତି ଘଟିଛି ।  

ବାତ୍ୟା ମୁକାବିଲା ପାଇଁ ବାଂଲାଦେଶ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ । ବାଂଲାଦେଶର ୧୯ଟି ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା  କରି ଏସବୁ ଜିଲ୍ଲାର ଉପକୂଳ ଅଞ୍ଚଳରୁ ପ୍ରାୟ ୮ ଲକ୍ଷରୁ  ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ନିକଟସ୍ଥ ଆଶ୍ରୟ ସ୍ଥଳୀରେ ରଖାଯାଇଛି । ସେମାନଙ୍କ  ଲାଗି ୮,୪୬୪ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି । ଏଥିସହ  ୧,୧୮୫ଟି ଡାକ୍ତରୀ ଟିମ ଓ ୭୮ ହଜାର ସ୍ୱେଚ୍ଛାସେବୀଙ୍କୁ  ପ୍ରସ୍ତୁତ କରି ରଖାଯାଇଛି । ସତଖିରା ଓ କକ୍ସବଜାର  ଉପକୂଳରେ ୮-୧୨ ଫୁଟ ଉଚ୍ଚର ସମୁଦ୍ର ଜୁଆର  ଆସିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ କରାଇ  ଦିଆଯାଇଛି । ପାୟରା ଓ ମୋଙ୍ଗଳା ବିମାନବନ୍ଦରରେ  ୧୦ ଏବଂ ଚଟୋଗ୍ରାମ ଓ କକ୍ସବଜାର ବନ୍ଦରରେ ୯  ନମ୍ବର ବିପଦ ସଙ୍କେତ ଲଗାଇ ଦିଆଯାଇଛି । ଏସବୁ  ବନ୍ଦରରେ ସମସ୍ତ କାର୍ଯ୍ୟ ବନ୍ଦ କରିଦିଆଯାଇଛି ।  

ଚିଟାଗଙ୍ଗ ଓ କକ୍ସବଜାର ବିମାନବନ୍ଦର ଠାରେ ବିମାନ ସେବାକୁ ବନ୍ଦ କରିଦିଆଯାଇଛି । ମୋଙ୍ଗଳା ବନ୍ଦର  ନିକଟରେ ୫୦ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବୋଟ  ବୁଡିଯାଇଛି । ତେବେ ଅନ୍ୟ ବୋଟର କର୍ମଚାରୀ  ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ୧୩  ଯାତ୍ରୀ ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ସରକାର ମଧ୍ୟ ବାତ୍ୟା ମୁକାବିଲା ସ୍ୱରୂପ ସୁନ୍ଦରବନ ଓ ସାଗରଦ୍ୱୀପର ଉପକୂଳରୁ ୧  ଲକ୍ଷ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର  କରିଛନ୍ତି । କୋଲକାତା ବିମାନବନ୍ଦରରେ ରବିବାର ପୂର୍ବାହ୍ନରୁ  ୨୧ ଘଣ୍ଟା ପର୍ଯ୍ୟନ୍ତ ବିମାନସେବା ବନ୍ଦ କରାଯାଇଛି । ଫଳରେ ୩୯୪ଟି ଘରୋଇ ଓ ଆନ୍ତର୍ଜାତିକ ବିମାନ  ଚଳାଚଳ ପ୍ରଭାବିତ ହୋଇଛି । ରାଜ୍ୟର ଉପକୂଳବର୍ତ୍ତୀ  ଜିଲ୍ଲାରେ ୧୪ଟି ଏନ୍‌ଡିଆରଏଫ୍‌ ଟିମକୁ ମୁତୟନ  କରାଯାଇଛି । ସାଲିମାର ରେଳ ଷ୍ଟେସନରେ କେତେକ  ଟ୍ରେନକୁ ଟ୍ରାକ୍‌ରେ ଚେନ୍‌ ସହିତ ତାଲା ପକାଇ ରଖାଯାଇଛି । ବାତ୍ୟା ଯୋଗୁ ଟ୍ରେନ ଟ୍ରାକରୁ ଖସିଯିବା କିମ୍ବା ଗଡିଯିବାର ଆଶଙ୍କା କରି ଏଭଳି କରାଯାଇଛି । ସୁନ୍ଦରବନ ଅଞ୍ଚଳରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ଭାରତୀୟ ନୌସେନା ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ  ପାଇଁ ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା  ନେଇ ଏକ ଜରୁରି ବୈଠକ କରିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.