ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ଗୁଜରାଟ ଟାଇଟନ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୪: ଚଳିତ ଆଇପିଏଲ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବାକୁ ଯାଉଛି । ପୂର୍ବ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦଠାରୁ ପରାଜିତ ହୋଇଥିବା କ୍ୟାପିଟାଲ୍ସ ବୁଧବାର ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଟାଇଟନ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । ଉଭୟ ଦଳ ପାଇଁ ବିଜୟ ଜରୁରି ହୋଇସାରିଥିବାରୁ ଆସନ୍ତା କାଲି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୪ଥର ଭେଟିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଗତ ୧୭ ତାରିଖରେ ଉଭୟ ଦଳ ମଧ୍ୟରେ ଚଳିତ ସିଜନର ପ୍ରଥମ ଭେଟ ହୋଇଥିଲା । ଅହମ୍ମଦାବାଦରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ କ୍ୟାପିଟାଲ୍ସ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହେବା ପରେ ଟାଇଟନ୍ସ ଦଳ ପରବର୍ତ୍ତୀ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌କୁ ଭେଟିଥିଲା ଓ ୩ୱିକେଟ୍‌ରେ ବିଜୟ ହାସଲ କରିଥିଲା । 

ଇତି ମଧ୍ୟରେ ଟାଇଟନ୍ସ ଦଳ ୮ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ମୋଟ୍‌ ୮ ପଏଣ୍ଟ ହାସଲ କରିଛି ଓ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ୟାଚରୁ ୩ ବିଜୟ ସହ ୬ପଏଣ୍ଟ ହାତେଇ ଅଷ୍ଟମ ସ୍ଥାନରେ ରହିଛି । ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଅତି କମ୍‌ରେ ୧୪ ପଏଣ୍ଟ ହାସଲ କରିବାକୁ ହେବ । ତେଣୁ କ୍ୟାପିଟାଲ୍ସକୁ ଶେଷ ୬ଟି ମ୍ୟାଚ୍‌ରୁ ୪ଟି ଜିତିବା ଜରୁରି । ସେହିପରି ଟାଇଟନ୍ସକୁ ଆଉ ୩ଟି ମ୍ୟାଚ୍‌ ଜିତିବାକୁ ହେବ । ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ବିଭାଗରେ ତ୍ରୁଟି ସୁଧାରିବାକୁ ହେବ । ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ପୃଥ୍ୱୀ ଶ’ଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇନିଂସ ଆଶା କରାଯାଉଛି । ସେହିପରି ଫର୍ମରେ ଥିବା ଜେକ ଫ୍ରେଜର ମ୍ୟାକ୍‌ଗର୍କଙ୍କୁ ଓପନର ଭାବେ ଖେଳାଇବା ଉପଯୁକ୍ତ ନିଷ୍ପତ୍ତି ହେବ । ମଧ୍ୟ କ୍ରମ ବ୍ୟାଟରମାନଙ୍କ ପାଇଁ ଟାଇଟନ୍ସର ସ୍ପିନ ଯାଦୁଗର ପ୍ରସ୍ତୁତ ରହିଛନ୍ତି । ମୋଟ୍‌ ଉପରେ ଦେଖିବାକୁ ଗଲେ ରିଷଭ ପନ୍ତ ଓ ରସିଦ ଖାନଙ୍କ ମଧ୍ୟରେ ଅସଲ ଲଢେଇ ହେବ । ସେହିପରି ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ଅଟକାଇବା ପାଇଁ ସାଇ କିଶୋର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଟାଇଟନ୍ସ ବ୍ୟାଟରଙ୍କ ସମ୍ମୁଖରେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ ବିଭାଗ ଦୁର୍ବଳ ମନେ ହେଉଛି । ସମ୍ପ୍ରତି କୁଲଦୀପ ଯାଦବ କ୍ୟାପିଟାଲ୍ସର ପ୍ରମୁଖ ବୋଲର । ମାତ୍ର ଶୁଭମନ ଗିଲଙ୍କ ବିପକ୍ଷରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । 

କୁଲଦୀପଙ୍କ ବିପକ୍ଷରେ ଗିଲ୍‌ ୧୬୧ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି । ଈଶାନ୍ତ ଶର୍ମା ଓ ଅକ୍ଷର ପଟେଲ ମଧ୍ୟ ତାଙ୍କ ବ୍ୟାଟିଂ ଆଗରେ ଫେଲ ମାରିଛନ୍ତି । ଅରୁଣ ଜେଟଲୀ (କୋଟଲା) ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନକୂଳ ରହିବ । ସନରାଇଜର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମୋଟ୍‌ ୪୬୫ ରନ୍‌ ସଂଗୃହୀତ ହୋଇଥିଲା । କ୍ୟାପିଟାଲ୍ସ ୬୭ ରନ୍‌ରେ ପରାଜିତ ହୋଇଥିଲା । ତଥାପି ଆସନ୍ତା କାଲି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.