ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ସ୍ୱାସ୍ଥ୍ୟ ବ୍ୟବସ୍ଥା ଚିନ୍ତା ବଢ଼ିଲା, ପାରାସିଟାମଲ ସହ ୫୦ ଔଷଧ ନିମ୍ନମାନର, ଧାର୍ଯ୍ୟ ମାନକକୁ ପାଳନ କରୁ ନ ଥିବା ଅଭିଯୋଗ

ନୂଆଦିଲ୍ଲୀ,୨୫/୦୬: ସର୍ବାଧିକ ବ୍ୟବହାର ହେଉଥିବା ପାରାସିଟାମଲ  ସହିତ ୫୦ଟି ଔଷଧ ନିମ୍ନମାନର ।  ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌(ସିଡିଏସ୍‌ସିଓ) । ଏହି  ରିପୋର୍ଟ ସମଗ୍ର ମେଡିକାଲ ସମୁଦାୟରେ  ଚିନ୍ତାର ଲହରୀ ଖେଳାଇ ଦେଇଛି । ବିଭିନ୍ନ ପ୍ରକାର ଯନ୍ତ୍ରଣା ତଥା ଜ୍ୱର କ୍ଷେତ୍ରରେ ପାରାସିଟାମଲ ଅଧିକ ମାତ୍ରାରେ  ବ୍ୟବହାର ହୋଇଥାଏ । ତେବେ ନିୟାମକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ମାନକକୁ ଏହା ପାଳନ କରୁ ନ ଥିବା ରିପୋର୍ଟରେ  ଉଲ୍ଲେଖ କରାଯାଇଛି । 

ପ୍ରକାଶଯୋଗ୍ୟ, ସିଡିଏସ୍‌ସିଓ ଭାରତର ପ୍ରମୁଖ ଔଷଧ  ନିୟନ୍ତ୍ରକ । ଏହା ଦେଶରେ ବିକ୍ରି ହେଉଥିବା ଔଷଧଗୁଡ଼ିକର ନିରାପତ୍ତା, ପ୍ରଭାବଶୀଳତା  ଏବଂ ମାନକୁ ସୁନିଶ୍ଚିତ କରିଥାଏ । ତେବେ  ନିଜ ରିପୋର୍ଟରେ ଏହା ଉଲ୍ଲେଖ କରିଛି  ଯେ, ପାରାସିଟାମଲ ସମେତ ୫୦ଟି ଔଷଧ ବିଭିନ୍ନ ମାପଦଣ୍ଡଗୁଡ଼ିକୁ ପାଳନ  କରୁନାହାନ୍ତି । ଅର୍ଥାତ୍‌ ଏଗୁଡ଼ିକ ଠିକ୍‌ ଭାବେ  କାର୍ଯ୍ୟ କରି ନ ପାରେ । ଏପରିକି ରୋଗୀଙ୍କ  ପାଇଁ ଏଗୁଡ଼ିକ ହାନିକାରକ ହୋଇପାରେ । ୫୦୦ ଏମ୍‌ଜି ପାରାସିଟାମଲ  ଟାବ୍‌ଲେଟ୍‌, ଯାହାକୁ ନିମ୍ନମାନର ଭାବେ ଦର୍ଶାଯାଇଛି ଏହି ଔଷଧ ମଧ୍ୟପ୍ରଦେଶ  ଉଜୈନସ୍ଥିତ ଆସ୍‌କଅନ୍‌ ହେଲ୍‌ଥକେୟାର  ଦ୍ୱାରା ପ୍ରସ୍ତୁତ କରାଯାଉଛି ।  

ଔଷଧ ନିୟନ୍ତ୍ରକ ସିଡିଏସ୍‌ସିଓ  ଅନୁସାରେ, ଔଷଧ ନମୁନାଗୁଡ଼ିକୁ  ଗୁଜରାଟର ୱାଘୋଡିଆ, ହିମାଚଳ  ପ୍ରଦେଶର ସୋଲାନ୍‌, ରାଜସ୍ଥାନର ଜୟପୁର,  ଉତ୍ତରାଖଣ୍ଡର ହରିଦ୍ୱାର, ହରିୟାଣାର  ଅମ୍ବାଲା, ମଧ୍ୟପ୍ରଦେଶର ଇନ୍ଦୋର ଏବଂ  ହାଇଦ୍ରାବାଦରୁ ସଂଗ୍ରହ କରାଯାଇଥିଲା । 

ଜଣେ ଷ୍ଟେଟ୍‌ ଡ୍ରଗ୍‌ କଣ୍ଟ୍ରୋଲର ମନୀଷ କପୁର କହିଛନ୍ତି ଯେ, ନମୂନାଗୁଡ଼ିକ  ବିଫଳ ହୋଇଥିବା ସିଡିଏସ୍‌ସିଓ  ପକ୍ଷରୁ ଏକ ସୂଚନା ଆସିଛି । ନିୟମିତ  ବ୍ୟବଧାନରେ ଡ୍ରଗ୍‌ ଇନ୍ସପେକ୍ଟରମାନେ ଔଷଧ ନମୁନା ଯାଞ୍ଚ କରୁଛନ୍ତି । ପ୍ରତି ୩ରେ  ଗୋଟିଏ ଔଷଧ ହିମାଚଳରେ ଉତ୍ପାଦିତ ହୋଇଥାଏ । ତେବେ ଔଷଧ ମାନ ସହ  କୌଣସି ପ୍ରକାର ସାଲିସ୍‌ କରାଯାଇପାରିବ  ନାହିଁ ବୋଲି କପୁର କହିଛନ୍ତି ।  

ତାଲିକାରେ ଥିବା ଅନ୍ୟ ଔଷଧଗୁଡ଼ିକ  ହେଲା ଆମ୍‌ଲୋଡିପାଇନ୍‌ ଆଇପି ଟାବ୍‌ଲେଟ୍‌  ଏବଂ ଟେଲ୍‌ମିସାର୍ଟନ, ଡେକ୍ସାମେଥାସନ୍‌  ସୋଡିୟମ୍‌ ଫସ୍‌ଫେଟ୍‌ ଇନ୍‌ଜେକ୍ସନ  ଆଇପି, କ୍ଲୋନାଜେପମ୍‌ ଟାବ୍‌ଲେଟ୍‌, ଆଇପି,୦.୫ଏମ୍‌ଜି ଇତ୍ୟାଦି । ଉଭୟ  କେନ୍ଦ୍ର ଏବଂ ରାଜ୍ୟ ଲାବୋରେଟୋରିଗୁଡ଼ିକ  ନମୂନା ଯାଞ୍ଚ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.