ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାସ୍ତା ପାର୍ଶ୍ବରୁ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା

କାଶୀପୁର, ୨୮।୧୧ : କାଶୀପୁର ବ୍ଲକ ଟିକିରି ଥାନା ପୁଲିସ ସ୍ଥାନୀୟ ହନୁମାନ ମନ୍ଦିର ରାସ୍ତା ପାର୍ଶ୍ୱରୁ ଏକ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲା  ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରଦା ବାସିନ୍ଦା ଖଗେଶ୍ୱର ଜେନା । ସେ ମେଣ୍ଟା ନାନ୍ସ କମ୍ପାନୀ ଜେସିପିଏଲ ରେ କାର୍ଯ୍ୟ କରୁଛନ୍ତି। 

 ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରଦା ବାସିନ୍ଦା ଖଗେଶ୍ୱର ଜେନା  ଓ ପୁଅ ଭବାନୀ ଶଙ୍କର ସହିତ ଟିକିରି ର ଏକ ଭଡ଼ା ଘରେ ରହୁଥିଲେ ।କିନ୍ତୁ ସୋମବାର ସକାଳେ ଖଗେଶ୍ୱର ଘରୁ ବାହାରି ଘରକୁ ଫେରି ନ ଥିଲେ ।ବାପା କମ୍ପାନୀ ଡିଉଟିରେ  ରହିଥିବେ ଭାବି ପୁଅ ଏକ ପ୍ରକାର ନିଶ୍ଚିନ୍ତରେ ରହିଥିଲେ । କିନ୍ତୁ ଆଜି ବାପା ଖଗେଶ୍ୱରଙ୍କ ମୃତ ଦେହ ଟିକିରି ହନୁମାନ ମନ୍ଦିର ରାସ୍ତାର ଏକ ଗଛ ରେ ଝୁଲୁ ଥିବାର ଖବର ପାଇଥିଲେ।  ଭବାନୀ ଶଙ୍କର ଘଟଣା ସ୍ଥଳକୁ ଯାଇ ବାପାଙ୍କ ମୃତଦେହକୁ ଚିହ୍ନଟ କରିଥିଲା । ପରେ ଘଟଣା ସମ୍ପର୍କରେ ଟିକିରି ଥାନାରେ ଏତଲା ଦେବା ପରେ ପୁଲିସ ସାଣ୍ଟିଫିକ ଟିମ ଦ୍ଵାରା ଏହାର ତଦନ୍ତ ଆରମ୍ଭ କରିଛି । 

 ଆଜକୁ ପ୍ରାୟ ସାତ ବର୍ଷ ହେଲା ଖଗେଶ୍ୱର ସ୍ଥାନୀୟ ୟୁଏ ଆଇ ଏଲ ଅଧୀନସ୍ଥ  ମେଣ୍ଟା ନାନ୍ସ କମ୍ପାନୀ ଜେପିସିଏଲ  ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ସାନ ପୁଅଭବାନୀ ଶଙ୍କରଙ୍କୁ ଏକ ବର୍ଷ ହେଲା ନିଜ ପାଖରେ ରଖିଥିଲେ ।ପୁଅ ମଧ୍ୟ ଟିକିରିର ଏକ ମୋବାଇଲ ଦୋକାନ ରେ କାମ କରି ରୋଜଗାର କରୁଛି । 

ହସଖୁସି ମିଜାଜରେ ରହୁ ଥିବାଏବଂ ଉତ୍ତମ ସ୍ୱଭାବର ଏହି ଲୋକଟି  ହଠାତ କାହିଁକି ଆତ୍ମହତ୍ୟା ଭଳି ନିଷ୍ପତ୍ତି  ନେଲେ ଏକଥା ଆମେ କଳ୍ପନା କରି ପାରୁ ନାହୁଁ ବୋଲି ଜେସି ପିଏଲର ସହକର୍ମୀ ଏବଂ ମ୍ୟାନେଜର ଆର କେ ପଣ୍ଡା କହିଛନ୍ତି । ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପରେ କମ୍ପାନୀର ସହାୟତାରେ ଖଗେଶ୍ୱର ଙ୍କ ମୃତ ଦେହକୁ ତାଙ୍କ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯାଇଛି ବୋଲି ଟିକିରି ଥାନା ଅଧିକାରୀ ବିଶ୍ୱ ବନ୍ଦିନୀ ବାଗ କହିଛନ୍ତି ।

ଆହୁରି ପଢନ୍ତୁ : ବିଦ୍ୟୁତ କାର୍ଯ୍ୟାଳୟରୁ ତାର ଓ ଖୁଣ୍ଟ ଚୋରି : ୩ ଗିରଫ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.