ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣର ସମସ୍ୟାରୁ ବର୍ତ୍ତିବା ପାଇଁ ଚଳିତ ବର୍ଷ ମଧ୍ୟ ବାଣ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି , ଶୀତ ଋତୁରେ ପ୍ରଦୂଷଣ ବୃଦ୍ଧିର ବିପଦକୁ ଦେଖି ବାଣ ତିଆରି , ଷ୍ଟୋରେଜ , ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ରହିବ।
ଗୋପାଳ ରାୟ କହିଛନ୍ତି , କୌଣସି ପ୍ରକାରର ବାଣର ଅନଲାଇନ୍ ଡେଲିଭରୀ ବା ବିକ୍ରି ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ରହିବ। ବାଣକୁ ନେଇ ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ସଂଶୟ ଯେମିତି ନରହୁ , ଏଥିପାଇଁ ଏହି ପ୍ରତିବନ୍ଧକ ସବୁ ପ୍ରକାରର ବାଣ ପାଇଁ ଲାଗୁ ରହିବ। ଏହି ପ୍ରତିବନ୍ଧକ ୧ ଜାନୁୟାରୀ ୨୦୨୫ ଯାଏ ଦିଲ୍ଲୀରେ ଲାଗୁ ରହିବ।
ଗୋପାଳ ରାୟ କହିଛନ୍ତି ଯେ, ଦିଲ୍ଲୀ ସରକାର ଚାହାନ୍ତି ନାହିଁ କି ବ୍ୟବସାୟୀ ଓ ଡିଲରଙ୍କୁ କୌଣସି ବି ପ୍ରକାରର ଆର୍ଥିକ କ୍ଷତି ନଘଟୁ। ଏମିତି କୌଣସି ବି ସ୍ଥିତିରୁ ରକ୍ଷା ପାଇବା ପାଇଁ ସମୟ ପୂର୍ବରୁ ସବୁ ପ୍ରକାରର ବାଣର ଉତ୍ପାଦନ , ଭଣ୍ଡାରଣ , ବିକ୍ରି ଓ ଉପଯୋଗ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନିଆଯାଇଛି। ପ୍ରତିବନ୍ଧକକୁ କଡ଼ାକଡ଼ି ଭାବେ ଦିଲ୍ଲୀରେ ଲାଗୁ କରାଇବାକୁ ଦିଲ୍ଲୀ ପୁଲିସ, ଡିପିସିସି ଓ ରାଜସ୍ୱ ବିଭାଗ ସହ ମିଶି ସଂଯୁକ୍ତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ।