ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋ ଗିରଫଦାରୀ ଭୁଲ୍ , ତୁରନ୍ତ ମୁକ୍ତ କରା ଯାଉ ; କେଜ୍ରିୱାଲଙ୍କ ଆବେଦନରେ ହାଇକୋର୍ଟ ଶୁଣାଣି ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ : ମଦ ଦୁର୍ନୀତିରେ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନରେ ବୁଧବାର ହାଇକୋର୍ଟରେ ଶୁଣାଇ ହେବାକୁ ଯାଉଛି। ଅରବିନ୍ଦ କେଜ୍ରିୱାଲ ନିଜର ଗିରଫଦାରୀ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ନିଜର ଗିରଫକୁ ସୁପ୍ରିମକୋର୍ଟରେ ବି ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ଶୁଣାଣିର ଠିକ୍‌ ପୂର୍ବରୁ ଆବେଦନ ଫେରେଇ ନେଇ ଥିଲେ। 

ଅରବିନ୍ଦ କେଜ୍ରିୱାଲ ଗିରଫଦାରୀକୁ ଚ୍ୟାଲେଞ୍ଜ ଦେଇ ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ତୁରନ୍ତ ଶୁଣାଣି ଦାବି କରି ଥିଲେ। କିନ୍ତୁ ହୋଲି ଛୁଟି କାରଣରୁ ଏମିତି ହୋଇ ପାରି ନାହିଁ। କେଜ୍ରିୱାଲ ନିଜର ପିଟିସନରେ ଦଲିଲ ଦେଇଛନ୍ତି କି ତାଙ୍କର ଗିରଫଦାରୀ ଓ ହେପାଜତ ଅବୈଧ ଥିଲା ଏବଂ ସେ ତୁରନ୍ତ ହେପାଜତରୁ ମୁକ୍ତ ହେବାକୁ ହକଦାର। ବିଚାରପତି ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କର ବେଞ୍ଚ ସାମନାରେ ପିଟିସନକୁ ସୂଚୀବଦ୍ଧ କରି ଦିଆ ଯାଇଛି। 

୨୧ ମାର୍ଚ୍ଚରେ ଗିରଫ କରାଯାଇଥିବା କେଜ୍ରିୱାଲଙ୍କୁ ତଳ କୋର୍ଟ ଶୁକ୍ରବାର କେଜ୍ରିୱାଲଙ୍କୁ ୨୮ ମାର୍ଚ୍ଚ ଯାଏ ଇଡି ହେପାଜତକୁ ପଠାଇ ଥିଲେ। କେଜ୍ରିୱାଲ ଏହା ପୂର୍ବରୁ ୨୧ ମାର୍ଚ୍ଚରେ ଗିରଫଦାରୀ ଉପରେ ରୋକ୍ ଦାବିକୁ ନେଇ ହାଇକୋର୍ଟରେ ପହଞ୍ଚି ଥିଲେ। ହାଇକୋର୍ଟଙ୍କର ମନା କରିବାର କିଛି ଘଣ୍ଟା ପରେ ଇଡିର ଟିମ୍‌ ତାଙ୍କର ଆବାସରେ ପହଞ୍ଚି ଥିଲେ ଏବଂ ଗିରଫ କରି ନେଇ ଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.