ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପୁଣି ଲାଇନଚ୍ୟୁତ ହେଲା ପାସେଞ୍ଜର ଟ୍ରେନ୍ , ଅଧିକାରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ସହାରନପୁର – ଦିଲ୍ଲୀରୁ ସହାରନପୁର ମଧ୍ୟରେ ଚାଲୁଥିବା ମେମୁ ଟ୍ରେନ୍‌ ରବିବାର ଦିନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ ଲାଇନଚ୍ୟୁତ୍‌ ହେବାର ସୂଚନା ମିଳିବା କ୍ଷଣି ରେଲୱେ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ଖେଳି ଯାଇଛି। ତୁରନ୍ତ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିରୀକ୍ଷଣ କରିଛନ୍ତି। ଟ୍ରେନ୍‌ରେ କିନ୍ତୁ କେହି ଯାତ୍ରୀ ନଥିଲେ।

ରବିବାର ଦ୍ୱିପ୍ରହର ୧.୩୦ ରୁ ୨ଟା ସମୟ ମଧ୍ୟରେ ଦିଲ୍ଲୀରୁ ସହାରନପୁର ଅଭିମୁଖେ ଯାଉଥିଲା ଟ୍ରେନ୍‌। ଟ୍ରେନ୍‌ଟି (ନମ୍ୱର ୦୧୬୧୯) ୱାଂଶିଙ୍ଗ ଲାଇନ୍‌ ଦେଇ ଯାଉଥିବା ବେଳେ ଟ୍ରାକ୍‌ରୁ ବାହାରି ଯାଇଥିଲା। ରବିବାର ଟ୍ରେନ୍‌ଟି ନିଜର ନିର୍ଦ୍ଧାରିତ ସମୟର ପାଖାପାଖି ଦେଢ ଘଣ୍ଟା ବିଳମ୍ୱରେ ସହାରନପୁର ଷ୍ଟେସନରେ ପହଞ୍ଚି ଥିଲା। ଟ୍ରେନ୍‌ର ସହାରନପୁରରେ ପହଞ୍ଚିବାର ସମୟ ଥିଲା ସକାଳ ୧୦.୫୫ ।

ହେଲେ ଟ୍ରେନ୍‌ ଦ୍ୱିପ୍ରହର ସମୟ ୧୨.୨୬ରେ ସହାରନପୁରରେ ପହଞ୍ଚି ଥିଲା। ଟ୍ରେନ୍‌କୁ ୱାଶିଙ୍ଗ ଲାଇନ୍‌କୁ ନିଆ ଯାଉଥିଲା। ଯେମିତି ଟ୍ରେନ୍‌ ଶାରଦା ନଗର ବ୍ରିଜ୍‌ ତଳେ ପହଞ୍ଚିଲା, ତାହା ଟ୍ରାକ୍‌ରୁ ବାହାରି ଗଲା। ଟ୍ରାକ୍‌ରୁ ବାହାରିବା କ୍ଷଣି ଖୁବ୍‌ ଜୋରରେ ଶବ୍ଦ ହେଲା। ଏହାପରେ ଆଖପାଖର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଲୋକ ପାଇଲଟ ଦୁର୍ଘଟଣାର ଖବର କଣ୍ଟ୍ରୋଲ ରୁମକୁ ଦେଲେ। କଣ୍ଟ୍ରୋଲ ରୁମ୍‌କୁ ସୂଚନା ମିଳିବା ପରେ ତୁରନ୍ତ ରେଲୱେ ଅଧିକାରୀ ଟେକ୍ନିକାଲ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ଥିଲେ। 

ଏହାପରେ ରେଲୱେ ଅଧିକାରୀ ଓ କର୍ମଚାରୀମାନେ ମିଶି ଟ୍ରେନକୁ ଟ୍ରାକ୍‌କୁ ଆଣିବାକୁ ଚେଷ୍ଟା କରିଥିଲେ। ଜ୍ୟାକ୍‌ ଦ୍ୱାରା ଟ୍ରେନ୍‌କୁ ଉଠାଇ ଟ୍ରାକ୍‌କୁ ଅଣାଗଲା। ପାଖାପାଖି ସମୟ ୫ଟାରେ ଟ୍ରେନ୍‌କୁ ପୁଣି ଟ୍ରାକ୍‌କୁ ଅଣାଗଲା। ଟ୍ରେନ୍‌ଟି ମେନ୍‌ ଲାଇନ୍‌ରେ ନଥିବାରୁ ରେଳ ସଞ୍ଚାଳନ ଉପରେ ଏହାର କୌଣସି ପ୍ରଭାବ ପଡି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.