ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଡେଣ୍ଟାଲ୍‌ ସର୍ଜନ୍‌ ନିଯୁକ୍ତି ମାମଲା: ୧୧ ଜଣ ଡାକ୍ତରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଓପିଏସ୍‌ସି

କଟକ,୦୫/୦୯: ବିଶେଷଜ୍ଞ  କମିଟି ପରାମର୍ଶକ୍ରମେ ସଂଶୋଧିତ ମାର୍କ ଆଧାରରେ ଡେଣ୍ଟାଲ ସର୍ଜନଙ୍କ ପାଇଁ  ଯେଉଁ କଟ୍‌ଅଫ୍‌ ମାର୍କ ସ୍ଥିର ହୋଇଛି  ସେହି ଆଧାରରେ ଦେଖିବାକୁ ଗଲେ  ପୂର୍ବରୁ ନିଯୁକ୍ତି ପାଇଥିବା ୧୧ ଜଣ  ଡାକ୍ତର ଏବେ ବାଦ୍‌ ପଡ଼ିବେ । ଅର୍ଥାତ  ୬ବର୍ଷ କାର୍ଯ୍ୟ କରିବା ସତ୍ତେ୍ୱ ଏହି  ୧୧ ଜଣ ଡାକ୍ତର ସଂଶୋଧିତ କଟ୍‌ଅଫ୍‌  ମାର୍କଠାରୁ କମ୍‌ ମାର୍କ ରଖିଥିବା କାରଣରୁ  ସେମାନଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି । ଏହି ୧୧ ଜଣଙ୍କ ନିଯୁକ୍ତି ସଂକ୍ରାନ୍ତରେ  ନିଷ୍ପତ୍ତି ନେବାକୁ ହାଇକୋର୍ଟ ଆଜି ଓଡ଼ିଶା  ଲୋକସେବା ଆୟୋଗ(ଓପିଏସ୍‌ସି) କୁ ନିର୍ଦ୍ଦେଶ ଦେଇଛନ୍ତି । ଓପିଏସ୍‌ସି  ଏହାର ସଦସ୍ୟମାନଙ୍କୁ ନେଇ ଏକ  କମିଟି ବସାଇ ଏହି ଡାକ୍ତରମାନଙ୍କ  ନିଯୁକ୍ତିର ଭବିଷ୍ୟତ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣିରେ ଅଦାଲତଙ୍କୁ  ଅବଗତ କରିବେ । ଅନୀଲ ସାହୁ  ଏବଂ ସଞ୍ଜୟ ପଣ୍ଡାଙ୍କ ପକ୍ଷରୁ ଆଗତ  ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ  ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ  ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ  ଦେଇଛନ୍ତି । ଆସନ୍ତା ୧୨ ତାରିଖରେ  ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  

ଓପିଏସ୍‌ସି ପକ୍ଷରୁ ରାଜ୍ୟ  ସରକାରଙ୍କୁ ୧୭୧ଜଣ ଡେଣ୍ଟାଲ  ସର୍ଜନଙ୍କୁ ନିଯୁକ୍ତି ପାଇଁ ଅନୁମୋଦନ  ପଠାଯାଇଥିଲା । ଏହି ୧୭୧ଜଣଙ୍କ ମଧ୍ୟରୁ  ୫ଜଣ ଚାକିରିରେ ଯୋଗ ନଦେବାରୁ  ରାଜ୍ୟ ସରକାର ଆଉ ୫ଜଣଙ୍କ ନାମ  ପଠାଇବାକୁ ଓପିଏସ୍‌ସିକୁ ଚିଠି  ଲେଖିଥିଲେ । ସେହି ଆଧାରରେ  ଓପିଏସ୍‌ସି ପୁନର୍ବାର ଆଉ ୫ଜଣଙ୍କ  ନାମ ପଠାଇଥିଲା । ତେବେ ୨୦୨୨ରେ  ବିଶେଷଜ୍ଞ କମିଟି ପରାମର୍ଶକ୍ରମେ ମାର୍କ ସଂଶୋଧନ ହେବାପରେ ପ୍ରଥମେ  ନିଯୁକ୍ତି ପାଇଥିବା ୧୭୧ ଜଣଙ୍କ  ମଧ୍ୟରୁ ୮ଜଣଙ୍କ ନାମ କଟି ଯାଇଥିଲା ।  ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା  ୫ଜଣଙ୍କ ମଧ୍ୟରୁ ୩ଜଣଙ୍କ ନାମ କଟି  ଯାଇଥିଲା । ମୋଟ୍‌ ଉପରେ ୧୧ଜଣ  ନାମ କଟ୍‌ଅଫ୍‌ ମାର୍କ ଆଧାରରେ  କଟିଯାଇଛି । ଯଦିଓ କଟ୍‌ଅଫ୍‌  ମାର୍କ ଆଧାରରେ ସେମାନଙ୍କ ନାମ  କଟୁଛି କିନ୍ତୁ ସେମାନେ ପ୍ରଥମ ମାର୍କ  ଆଧାରରେ ୨୦୧୭-୧୮ ମସିହାରୁ  ବିଭିନ୍ନ ହସ୍ପିଟାଲରେ ଡେଣ୍ଟାଲ ସର୍ଜନ  ପଦରେ କାର୍ଯ୍ୟ କରି ଆସୁଛନ୍ତି ।  ଏହା ଉପରେ ଆଜି ରାଜ୍ୟ ସରକାର  ଜବାବ ରଖିଥିଲେ । ଓପିଏସ୍‌ସି ପକ୍ଷରୁ  ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ  ମାମଲା ପରିଚାଳନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.