ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନେମାଳ ପଦ୍ମବନ ପୀଠରେ ଦେବସ୍ନାନ ପୂର୍ଣ୍ଣିମା

ନିଶ୍ଚିନ୍ତକୋଇଲି ୨୨/୦୬: ଆଜି ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା, ଆଉ ଆଜିର ଦିନଟିକୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନାମରେ ସମସ୍ତେ ଜାଣନ୍ତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଦ୍ମବନ ପୀଠରେ ମହାସମାରୋହରେ ପାଳିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ। ବ୍ରାହ୍ମ ମୂହୁର୍ତ୍ତରୁ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି କାର୍ଯ୍ୟ ସମାପନ ହୋଇ, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।ସମସ୍ତ ପଦ୍ମବନ ପୀଠ ଜଗନ୍ନାଥମୟ ହୋଇଯାଇଛି। ଭକ୍ତ ଆଉ ଭଗବାନଙ୍କ ଆଜି ମିଳନ ସ୍ଥଳି ପାଲଟିଛି ଏହି ନେମାଳ ପଦ୍ମବନ ପୀଠ । 

ନେମାଳ ପଦ୍ମବନ ପୀଠରେ ଆଗତ ଭବିଷ୍ୟତ ସୃଷ୍ଟା ଏବଂ ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ସାଧନା ପୀଠ ଏହି ନେମାଳ ପଦ୍ମବନ। ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ  ନେମାଳ ଛାଡ଼ି ଶ୍ରୀକ୍ଷେତ୍ର ଯାଇ ଶ୍ରୀ ଜଗନ୍ନାଥଙ୍କ ଧାମରେ ସାଧନା କରିବାକୁ ମନସ୍ଥ କରିଥିଲେ । ହେଲେ ପ୍ରଭୁଙ୍କ ଇଚ୍ଛା ଥିଲା କିଛି ଅଲଗା, ତେଣୁ ଶ୍ରୀ ଜଗନ୍ନାଥ, ଅଚ୍ୟୁତାନନ୍ଦଙ୍କୁ କହିଥିଲେ, ଯାଅ ନେମାଳରେ ସାଧନା କରି ଜଗତର କଲ୍ୟାଣ କର। ଅଚ୍ୟୁତାନନ୍ଦ ପ୍ରଭୁଙ୍କ ଆଦେଶରେ ନେମାଳ ତ ଫେରିଆସିଲେ ହେଲେ ପ୍ରଭୁଙ୍କୁ ଗୋଟିଏ ବର ଆସିଥିଲେ ମହାପୁରୁଷ ଅଚ୍ୟୁତାନନ୍ଦ, "ହେ ପ୍ରଭୁ ଆପଣ ତ ସବୁଦିନ ଏହି ଶ୍ରୀକ୍ଷେତ୍ରରେ ରହିବେ ଆଉ ଆପଣଙ୍କୁ ଛାଡି ମୁଁ କିପରି ନେମାଳ ରେ ରହିପାରିବି ? ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏତିକି ଅଚ୍ୟୁତାନନ୍ଦ ମାଗିଥିଲେ ପ୍ରଭୁ ବର୍ଷକରେ ଗୋଟିଏ ଦିନ ଆପଣ ନେମାଳ ଆସିବେ।

ଭକ୍ତର ଭାବରେ ବନ୍ଧା ଭଗବାନ। ତେଣୁ ଜଗତର ନାଥ ଜଗନ୍ନାଥ ଭକ୍ତର କଥା ଭାଙ୍ଗିବେ ବା କେମିତି ? ତେଣୁ ପ୍ରଭୁ କଥା ଦେଇଥିଲେ ଆଜିର ଦିନ ଅର୍ଥାତ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରକୁ ଛାଡି ନେମାଳ ପଦ୍ମବନ ପୀଠକୁ ଆସିବେ ବୋଲି। ତେଣୁ ଆଜିର ଦିନରେ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରକୁ ଛାଡି ନେମାଳ ପଦ୍ମବନ ପୀଠକୁ ଆସିଥାନ୍ତି । ତେଣୁ ଆଜି ସମଗ୍ର ନେମାଳ ପଦ୍ମବନ ପୀଠ ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି କରେ ଭକ୍ତର ମନରେ । ଅଚ୍ୟୁତାନନ୍ଦ ଦାସ ଏଠାରେ କଠୋର ସାଧନା କରି ହଜାର ହଜାର ଆଗତ ଭବିଷ୍ୟତ ମାଳିକା, ଛନ୍ଦ, ଚଉତିଶା ଏବଂ ଶ୍ରୀ ଜଗନ୍ନାଥ ଭଜନ ,ଜଣାଣ ଆଦି ରଚନା କରିଯାଇଛନ୍ତି। ଶହ ଶହ ବର୍ଷ ତଳେ ତାଳପତ୍ରରେ ଲେଖାଯାଇଥିବା ଭବିଷ୍ୟ ମାଳିକାର କଥା ଆଜି ସତ୍ୟରେ ପରିଣତ ହେଉଛି। ଆଜି ଏହି ନେମାଳ ପଦ୍ମବନ ପୀଠରେ ଅନେକ ଦୋକାନ ବଜାର ଖୋଲିବା ସହିତ, ନିକଟରେ ବୋହି ଯାଉଥିବା ପବିତ୍ର ଚିତ୍ରୋତ୍ପଳା ନଦୀ ବାଲି ପଠାରେ ବାଣିଜ୍ୟ ମେଳା ଖୋଲାଯାଇ ଥିବାରୁ, ପ୍ରଭୁ କୃପା ଲାଭ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏଠାରେ ପ୍ରଭୁ ଆଶୀଷ ପାଇବା ସହ ଖୋଲିଥିବା ଅନେକ ଦୋକାନ ବଜାର ରୁ ନିଜର ଆବଶ୍ୟକୀୟ ଉପକରଣ କିଣୁଥିବା ର ଦେଖିବାକୁ ମିଳିଛି। ଭିଡ଼ କୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.