ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନୁଗୋଳ ବ୍ରାହ୍ମଣବିଲ ଗାଁରୁ ମା’ ଡାକେଶ୍ୱରୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା,୩।୪ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ 'ମା' ଡାକେଶ୍ୱରୀ ଦେବୀଙ୍କର ଆଶୀର୍ବାଦ ନେଇ ବହୁ ସାଧୁ ସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ 'ମା' ଡାକେଶ୍ୱରୀ ଦେବୀଙ୍କ ଶୀତଳା ତଥା 'ଏକୋଇଶିଆ ଉତ୍ସବ'ରେ ସାମିଲ ହୋଇ ଆନନ୍ଦିତ । ମା’ ଡାକେଶ୍ୱରୀଙ୍କ ଡାକରା କ୍ରମେ ତାଙ୍କର ଦର୍ଶନ ଲାଭ କରିବା ପରମ ସୌଭାଗ୍ୟର ବିଷୟ । ଦଳ ତରଫରୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବେ ମୋତେ ଦାୟିତ୍ୱ ଦିଆଯାଇଛି । ମା’ ଡାକେଶ୍ୱରୀଙ୍କ ଶୁଭ ଆଶୀର୍ବାଦ ନେଇ ଆଜି ଠାରୁ ମୋଦୀ ପ୍ରଚାର ଅଭିଯାନ ଆରମ୍ଭ କଲି । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଏହି ପବିତ୍ର ଭୂମିରୁ ମୋର ନିର୍ବାଚନ ପ୍ରଚାର ଆରମ୍ଭ କରାଗଲା । 

 

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ କଲ୍ୟାଣ, ଆତ୍ମନିର୍ଭର ଭାରତ, ଭବିଷ୍ୟତରେ ଭାରତକୁ ନୂଆ ଶିଖରକୁ ନେବା ହେଉଛି ନିର୍ବାଚନର ମୂଳ ପ୍ରସଙ୍ଗ । ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର ସ୍ଥାନ ନିରୁପଣ କରିସାରିଛି । ଗୌରବଶାଳୀ ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି । ବିରୋଧୀ ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେଉଥିବା ବେଳେ ମୋଦିଜୀ ସେମାନଙ୍କୁ ହଟାଇବାରେ ଲାଗିଛନ୍ତି । ଦୁର୍ନୀତିକାରୀଙ୍କୁ ସୁରକ୍ଷା ଦେବା ବିରୋଧୀଙ୍କ ପ୍ରସଙ୍ଗ ହୋଇଥିବା ବେଳେ ଭ୍ରଷ୍ଟାଚାରୀଙ୍କୁ ବିତାଡିତ କରିବା ମୋଦିଜୀଙ୍କ ନାରା ହୋଇଛି । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ବାଚନ ମୂଳ ବିଷୟ । 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.