ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଗପହଣ୍ଡିରେ ଜମିନି ପ୍ରଚାର: ବ୍ରହ୍ମପୁରରେ ବିପ୍ଳବଙ୍କ ବୈଠକ, ମଇଦାନ୍‌କୁ ଆସିନାହାନ୍ତି ସିଦ୍ଧାନ୍ତ

ବ୍ରହ୍ମପୁର,୦୯/୦୪: ପାଞ୍ଚ ବର୍ଷ ପରେ ଆସିଛି  ସାଧାରଣ ନିର୍ବାଚନ । ଏବେ ନେତା ଯିବେ ଜନତାଙ୍କ ପାଖକୁ ।  ନିବେଦନ କରିବେ । ଆଉ ଭୋଟ ମାଗିବେ । ହେଲେ  ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରେ ଓଲଟା ପରିସ୍ଥିତି  ଦେଖିବାକୁ ମିଳିଛି । ଏଠାରେ ନେତାଙ୍କ ପାଖକୁ ଆସୁଛନ୍ତି  ଜନତା । ବିଜେଡି ଏଠାରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବଙ୍କୁ ପ୍ରାର୍ଥୀ କରିଛି । ସେପଟେ ବିପ୍ଲବଙ୍କୁ ଏଠାରେ କିଛି ପୁରୁଣା ନେତା ବିରୋଧ କରୁଥିବାରୁ ତାହାର ଫାଇଦା ନେବାକୁ ବିଜେପି ଏଠାରେ ଓଡ଼ିଆ ସିନେ ଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ଦୁଇଜଣଙ୍କ ଭିତରେ ଭଲ ସମ୍ପର୍କ ଥିବା ଲୋକ ଆଲୋଚନା କରୁଛନ୍ତି । ହେଲେ ଏବେ ନିର୍ବାଚନ ମଇଦାନରେ ଉଭୟଙ୍କ ଭିତରେ ଦମଦାର ଲଢ଼େଇ ହେବ ବୋଲି  ଆଶା କରାଯାଉଛି । କିନ୍ତୁ ଏହି ଦୁଇ ନେତାଙ୍କ ନିର୍ବାଚନ ମଣ୍ଡଳିରେ ବିଶେଷ ଦେଖିବାକୁ ମିଳୁନାହିଁ । ଟିକଟ ଘୋଷଣା ପରେ ପରେ ବିପ୍ଲବ ଏଠାରେ ଲୋକଙ୍କ ପାଖରେ ପହଞ୍ଚି  ଭୋଟ ପ୍ରଚାର କରିଥିଲେ । ଏବେ କିନ୍ତୁ ସେ ଏରିଆକୁ  ଯିବା ପରିବର୍ତ୍ତେ ବ୍ରହ୍ମପୁରରେ ବୈଠକ କରୁଛନ୍ତି । ପୁରୁଣା ବସ୍‌ଷ୍ଟାଣ୍ଡରେ ସେ ଏକ ହୋଟେଲ୍‌ରେ ବୈଠକ କରୁଥିଲେ । ସଂପୃକ୍ତ ହୋଟେଲ୍‌ ମାଲିକ ବିଜେପିରେ ଯୋଗ ଦେବା  ପରେ ଏବେ ପଡୋଶୀରେ ଥିବା ଆଉ ଏକ ତାରକା  ହୋଟେଲ୍‌ରେ ବୈଠକ କରୁଛନ୍ତି । ଗଞ୍ଜାମର ଅଧିକାଂଶ  ଅଞ୍ଚଳରେ ବିଜେଡି ପ୍ରାର୍ଥୀ ମାନେ ନିଜ ନିର୍ବାଚନ ମଣ୍ଡଳୀରେ  ବୈଠକ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।  କିନ୍ତୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବୈଠକ ବ୍ରହ୍ମପୁରରେ  ହେଉଥିବା ଦେଖିବାକୁ ମିଳିଛି ।

ଏହି ନିର୍ବାଚନ  ମଣ୍ଡଳୀ ଭୀଷ୍ମଗିରି ଅଞ୍ଚଳର କର୍ମୀଙ୍କୁ ନେଇ ବୈଠକ  ଆୟୋଜନ କରିଥିଲେ ବିପ୍ଲବ । ପୂର୍ବରୁ କୁକୁଡାଖଣ୍ଡି ବ୍ଲକ୍‌  କର୍ମୀଙ୍କୁ ନେଇ ଏଠାରେ ନିର୍ବାଚନୀ ବୈଠକ ହୋଇଥିବା  ବେଳେ ଆଗାମୀ ଦିନରେ ଦିଗପହଣ୍ଡି ବ୍ଲକ୍‌ର ବିଭିନ୍ନ  ପଞ୍ଚାୟତର ବୈଠକ ରହିଛି । ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ବି ଦିଗପହଣ୍ଡି  ଆସିନାହାନ୍ତି । ସେ ଭୁବନେଶ୍ୱରରେ ରହି ନିର୍ବାଚନ  ରଣକୌଶଳ ପ୍ରସ୍ତୁତ କରୁଛନ୍ତି ।ବିଜେପିରେ ସାମିଲ  ହେବା ପରେ ଏବଂ ପ୍ରାର୍ଥୀ ଘୋଷଣା ପୂର୍ବରୁ ଥରେ ସିଦ୍ଧାନ୍ତ  ଦିଗପହଣ୍ଡି ଆସିଥିଲେ । ସେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବୈଠକରେ ଯୋଗ  ଦେଇଥିଲେ । ତା’ପରଠୁ ସିଦ୍ଧାନ୍ତଙ୍କୁ ଦିଗପହଣ୍ଡିରେ  ଦେଖିବାକୁ ମିଳିନାହିଁ । ଜଣେ ନେତା ବ୍ରହ୍ମପୁରରେ  ରହି ଗୋଟି ଚାଳନା କରୁଥିବା ବେଳେ ଆଉ ଜଣେ  ଭୁବନେଶ୍ୱରରେ ନିର୍ବାଚନ ରଣନୀତି ପ୍ରସ୍ତୁତ  କରୁଛନ୍ତି । ସେପଟେ କଂଗ୍ରେସ ଏଠାରୁ ପ୍ରାର୍ଥୀ ଘୋଷଣା  କରିନାହିଁ । ନିର୍ବାଚନ ପ୍ରଚାର ମାହୋଲ ଦିଗପହଣ୍ଡିରେ  ବିଶେଷ ଭାବେ ଜମି ନାହିଁ । 

ସୂଚନାଯୋଗ୍ୟ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଗଠନ  ହେବା ପରଠୁ ସୂର୍ଯ୍ୟ ନାରାୟଣ ପାତ୍ର ଏଠାରୁ ବିଧାୟକ  ହୋଇ ଆସୁଛନ୍ତି । ତାଙ୍କ ଦେହାନ୍ତ ପରେ ଏବେ ବିଜେଡି  ବିପ୍ଲବଙ୍କୁ ଟିକଟ ଦେଇଛନ୍ତି । ତାଙ୍କ ପାଇଁ ଏହା ଏକ ବଡ଼  ପରୀକ୍ଷା କହିଲେ ଭୁଲ ହେବ ନାହିଁ । ସେପଟେ ସିଦ୍ଧାନ୍ତ  ମହାପାତ୍ର ମଧ୍ୟ ବିଜେଡି ଛାଡି ଏବେ ବିଜେପିରୁ ଏଠାରେ  ଲଢ଼ୁଛନ୍ତି । ବିଜେଡି ଟିକଟରେ ସେ ବ୍ରହ୍ମପୁର ଲୋକସଭା  ଆସନରେ ଦୁଇଥର ସାଂସଦ ହୋଇଛନ୍ତି । ଏବେ ବିଜେପି  ଟିକଟ ପାଇ ଦିଗପହଣ୍ଡିରୁ ଲଢ଼ୁଛନ୍ତି । ତାଙ୍କ ପାଇଁ ମଧ୍ୟ  ଏହା ଏକ ବଡ଼ ପରୀକ୍ଷା ବୋଲି କୁହାଯାଇପାରେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.