ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଡୁକୁରାରେ ଦିଶମ ଜାହେରା ବାହା ବଙ୍ଗା ପର୍ବ ପାଳିତ, ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ ଦୁଲିକିଲା ପୀଠସ୍ଥଳୀ

ଖୁଣ୍ଟା,୩୧।୩ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଶାଳ ଜଙ୍ଗଲ ଠାରେ ଥିବା ଆଦିବାସୀ ସାନ୍ତାଳ ସଂପ୍ରଦାୟର ନିଆରା ପୂଜା ପିଠସ୍ଥଳୀ ଜାହିରା ଶାଳରେ 'ଦିଶମ ଜାହେରା ବାହା ବଙ୍ଗା' ପୂଜା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିକୁ ପୂଜା କରୁଥିବା ତଥା ଭଲ ପାଉଥିବା ଆଦିବାସୀ ସାନ୍ତାଳ ସଂପ୍ରଦାୟର ନିଆରା ପୂଜା ଉତ୍ସବ 'ଦିଶମ ଜାହେରା ବାହା ବଙ୍ଗା' ପର୍ବ ପାଳନ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ପାରମ୍ପରିକ ନୃତ୍ୟ କୁ ନେଇ ଦୁଲୁକି ଉଠିଥିଲା ସ୍ଥାନୀୟ ପୀଠସ୍ଥଳୀ। ଉତ୍ସବରେ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

 ଆଧ୍ୟାତ୍ମିକତା ଚେତନା ବହନ କରୁଥିବା ଏବଂ ପ୍ରକୃତିକୁ ପୂଜା କରୁଥିବା ତଥା ଭଲ ପାଉଥିବା ଏହି ସଂପ୍ରଦାୟର ଲୋକମାନେ ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଛନ୍ତି। ଜଙ୍ଗଲରୁ ନୂତନ ଫୁଲ,ଫଳ ଏବଂ ପତ୍ର ଆଦି ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରିବା ପୂର୍ବରୁ ଜାହିରା ଶାଳରେ ନିଜର ଇଷ୍ଟ ଦେବାଦେବୀଙ୍କ ନିକଟରେ ପ୍ରଥମେ ଏହାକୁ ସମର୍ପଣ କରିବା ଏହି ଉତ୍ସବର ପରମ୍ପରା ରହିଆସିଛି। ଏଥିସହ ପୀଠ ସ୍ଥଳରେ ସମଗ୍ର ବିଶ୍ୱର ମାନବ ଜାତିର କଲ୍ୟାଣ,ଚାଷ କାର୍ଯ୍ୟରେ ଆଶାନୁରୂପ ଉତ୍ପାଦନ ଆଦି କାମନା କରି ଜଙ୍ଗଲ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁକୁଡ଼ା, ଛେଳି ଆଦି ବଳି ଦିଆଯାଇଥାଏ। ଅନ୍ୟଥା ଜଙ୍ଗଲ ଦେବୀଙ୍କ ରୋଷର ଶିକାର ହେବାକୁ ପଡ଼ିଥାଏ ବୋଲି ଏହି ସଂପ୍ରଦାୟର ଲୋକମାନଙ୍କ ମଧ୍ୟରେ ଯୁଗ ଯୁଗରୁ ବିଶ୍ବାସ ରହିଆସିଛି। ଉତ୍ସବ ପ୍ରାରମ୍ଭରେ ଜାହିରା ଶାଳର ପୂଜକ ଭତାଳ ମୁର୍ମୁ ଙ୍କୁ ପାରମ୍ପରିକ ରୀତିନୀତି ଓ ନାଚଗୀତ ମାଧ୍ୟମରେ ପୂଜା ସ୍ଥଳୀ କୁ ଆମନ୍ତ୍ରଣ କରାଯାଇଥିଲା। ସେଠାରେ ରୀତିନୀତି ମୁତାବକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ। ଶ୍ରଦ୍ଧାଳୁ ମାନେ ନିକଟରୁ ଶାଳ ଗଛର ନୂତନ ଫୁଲ ଗ୍ରହଣ କରିବା ପରେ ମହିଳା ମାନେ ଖୋସାରେ ଏବଂ ପୁରୁଷ ମାନେ କାନରେ ପରସ୍ପରକୁ ଲଗାଇଥିଲେ।ପରେ ପାରମ୍ପରିକ ବେଶଭୂଷା ଓ ବାଦ୍ଯର ତାଳେତାଳେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ଅନୁଷ୍ଠିତ ନାଚଗୀତ ରେ ଦୁଲୁକି ଉଠିଥିଲା ସ୍ଥାନୀୟ ଅଞ୍ଚଳ। ଅନୁଷ୍ଠାନର ପୂଜକ ଭତାଳ ମୁର୍ମୁ,ଗଡ଼େତ୍ କମ୍ ସମ୍ପାଦକ ସୂର୍ଯ୍ୟାନନ୍ଦ ମୁର୍ମୁ,ଦିଶମ୍ ଗଡ଼େତ୍ ପୂର୍ଣ୍ଣଚନ୍ଦ୍ର ହାଁସଦାଃ,ଧାନଶୁଳା ମାଝୀ ଶ୍ୟାମସୁନ୍ଦର ହାଁସଦାଃ, ମାଝୀ ହପନ (ସକ୍ରିୟ ସଦସ୍ୟ) ସୁନୀଲ କୁମାର ଟୁଡୁ,ବାଘରାୟ ସୋରେନ୍,ଭାଗମାତ୍ ମାର୍ଣ୍ଡି କର୍ମକର୍ତ୍ତା ଙ୍କ ସହଯୋଗରେ ଏହି ପର୍ବ ଅନୁଷ୍ଠିତ   ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.