ନୂଆଦିଲ୍ଲୀ,୧୧।୯: ତାମିଲନାଡୁର ଖେଳ ମନ୍ତ୍ରୀ ଓ ଡିଏମ୍କେ ନେତା ଉଦୟନିଧି ପୁଣିଥରେ ଦେଖିଛନ୍ତି ବିବାଦୀୟ ବୟାନ। ‘ସନାତନ ଧର୍ମ’ ଉପରେ ଦେଇଥିବା ଟିପ୍ପଣୀ ଯୋଗୁଁ ‘ବିଜେପି’ଠାରୁ ସମାଲୋଚିତ ହୋଇଥିବା ଉଦୟନିଧି ଗୈରିକ ଦଳକୁ ‘ବିଷଧର ସର୍ପ’ କହି ପୁଣି ବିବାଦ ବଢାଇଛନ୍ତି। ରବିବାର ତାମିଲନାଡୁର ନେବ୍ୟେଲୀ ସହରରେ ଅନୁଷ୍ଠିତ ‘ଡିଏମ୍କେ’ ବିଧାୟକ ସାଭା ରାଜେନ୍ଦ୍ରନ୍ଙ୍କ ବିବାହ ଉତ୍ସବରେ ସେ ଏଭଳି କହିଛନ୍ତି। ଉଦୟନିଧି ବିରୋଧୀ ଦଳ ‘ଏଆଇଏଡିଏମ୍କେ’କୁ ସମାଲୋଚନା ସେମାନଙ୍କୁ ସର୍ପ ବାସ କରୁଥିବା ଅଳିଆ ଗଦା ବୋଲି କହିଛନ୍ତି। ସେ କହିଛନ୍ତି, ରାଜ୍ୟରୁ ଏହି ଆଶ୍ରୟସ୍ଥଳକୁ ସଫା କରିବାକୁ ହେବ।
ଷ୍ଟାଲିନ୍ କହିଛନ୍ତି, ଅଳିଆ ଗଦାରୁ ଘର ଭିତରକୁ ସାପ ମାନେ ପଶି ଆସନ୍ତି। ଯଦି ଆମେ ସାପକୁ ଶେଷ କରିବାକୁ ଚାହୁଁ ତେବେ ଆମକୁ ସୁନିଶ୍ଚିତ କରିବାକୁ ହେବ ଅଳିଆ ଅଛି କି ନାହିଁ। ତେଣୁ ଲୋକଙ୍କୁ ୨୦୨୪ରେ ତାମିଲାଡୁରୁ ବିଜେପି ଓ ଏଆଇଏଡିଏମ୍କେକୁ ହଟାଇବା ପାଇଁ ପ୍ରସ୍ତୁତ ରହିବା ଦରକାର।’ ସେ କହିଛନ୍ତି, ଆମେ ୨୦୨୧ ବିଧାନସଭା ନିର୍ବାଚନରେ ଗୋଲାମଙ୍କୁ ଫ୍ୟାକିଟ କରାଯାଇଛି। ଏବେ ଆମକୁ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କ ମାଲିକଙ୍କୁ ଘରକୁ ପଠାଇବା ଦରକାର।’
କନଫ୍ରେନ୍ସିଂ ଜରିଆରେ ଦିଲ୍ଲୀରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ କହିଛନ୍ତି, ଡିଏମକେ କୁ ବଗାମୀ ଲୋକସଭା ନିର୍ବାଚନରେ ତାମିଲନାଡୁ ଓ ପୁଡୁଚେରୀର ସବୁ ୪୦ଟି ଆସନରେ ବିଜୟ ହାସଲ କରିବା ଦରକାର। ମୁଖ୍ୟମନ୍ତ୍ରୀ ଆଗକୁ କହିଛନ୍ତି, ସେତେବେଳେ ଯାଇ ଆମେ ନୂଆ ସରକାରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବୁ।