ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନିର୍ବାଚନ ପୂର୍ବରୁ ଭାରତୀୟ ଛାତ୍ରଙ୍କୁ ଟ୍ରମ୍ପଙ୍କ ଅଫର, ଗ୍ରୀନ୍‌ କାର୍ଡ ଦେବା ନେଇ ଦେଲେ ପ୍ରତିଶୃତି

ନୂଆଦିଲ୍ଲୀ,୨୩।୬:  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ନିର୍ବାଚନି ପ୍ରତିଶୃତି ଭାରତୀୟ ଛାତ୍ରଙ୍କୁ ଖୁସି କରିଦେଇଛି। ସେ କହିଛନ୍ତି, ଯଦି  କ୍ଷମତାକୁ ଫେରନ୍ତି ତେବେ ଆମେରିକାରେ ଗ୍ରାଜୁଏସନ୍ କରୁଥିବା ଛାତ୍ରଙ୍କୁ ଗ୍ରୀନ୍ କାର୍ଡ ଦିଆଯିବ।ଏଠାରେ ଆମେରିକାରେ ପଢୁଥିବା ଛାତ୍ରଙ୍କ ପାଇଁ ବଡ ଆଶ୍ବସ୍ତିଜନକ ଖବର। ସେଭଳି ରିପବ୍ଲିକାନ୍ ନେତା ଟ୍ରମ୍ପ ଇମିଗ୍ରେସନ୍‌ ନିୟମକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରାଯିବା ପାଇଁ ଜଣାଯାଆନ୍ତି। ସେଭଳି ଟ୍ରମ୍ପଙ୍କ ପ୍ରତିଶୃତି ଅନୁସାରେ ଯଦି ତାଙ୍କ ସରକାର ତିଆରି ହୁଏ ତେବେ ଆମେରିକା କଲେଜରେ ପଢୁଥିବା ଭାରତୀୟ ଓ ଅନ୍ୟ ବିଦେଶୀ ଛାତ୍ରଙ୍କୁ ସ୍ବତନ୍ତ୍ର ଗ୍ରୀନ୍ କାର୍ଡ ମିଳିଯିବ ଓ ସେ ଆମେରିକାରେ ସ୍ଥାୟୀ ଭାବରେ ରହିବାକୁ ଯୋଗ୍ୟ ହେବେ।

ଟ୍ରମ୍ପ କହିଛନ୍ତି, ଆମେରିକାର କଲେଜରେ ପଢୁଥିବା ଛାତ୍ର ଯେତେବେଳେ ନିଜ ଦେଶକୁ ଯାଆନ୍ତି ତେବେ ଅରବପତି ହୋଇକି ଯାଆନ୍ତ। ଏଭଳି ଆମେରିକାରେ ମଧ୍ୟ ହୋଇପାରେ। ଉଲ୍ଲେଖନୀୟ ଯେ, ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହୋଇପାରେ। ଏଥିରେ ବାଇଡେନ୍ ଓ ଟ୍ରମ୍ପଙ୍କ ଭିତରେ ମୁକାବିଲା ହୋଇପାରେ। ନିର୍ବାଚନରେ ଅବୈଧ ଇମିଗ୍ରେସନ୍‌ ଓ ଡିପୋର୍ଟେସନ୍‌ର ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ।

ଏକ ପଡକାଷ୍ଟ ବେଳେ  ବେଳେ ଟ୍ରମ୍ପ କହିଛନ୍ତି, ଆମେରିକା କଲେଜରୁ ଗ୍ରାଜୁଏସନ୍‌ କରିଥିବା ଛାତ୍ରଙ୍କୁ ଡିପ୍ଲୋମା ରୂପରେ ଗ୍ରୀନ୍‌କାର୍ଡ ଦିଆଯିବ। ସିଲିକନ୍ ଭ୍ୟାଲି ଟେନ୍ ଇନଭେଷ୍ଟର୍ସ ପକ୍ଷରୁ ଆୟୋଜିତ ପଡକାଷ୍ଟରେ ଟ୍ରମ୍ପ୍ କହିଛନ୍ତି, ସେ ସାରା ଦୁନିଆର ପ୍ରତିଭାଶାଳୀ ଲୋକଙ୍କୁ ଆମେରିକା ଡକାଇବାର ଅଧିକାର ଦେବେ। ସେଭଳି ଟ୍ରମ୍ପ କହିଛନ୍ତି, ଯଦି କୌଣସି ଆମେରିକୀୟ କଲେଜରୁ ଗ୍ରାଜୁଏସନ୍ କରନ୍ତି, ତବେ ତାଙ୍କୁ ଗ୍ରୀନ୍ କାର୍ଡ ମିଳିବା ଦରକାର। ଏଥିରେ ଜୁନିଅର କଲେଜ ମଧ୍ୟ ରହିଛି। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.