ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ; ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଆଜୀବନ ଜେଲ୍‌ ପଠାଇବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି

Image source: WION

ନୂଆଦିଲ୍ଲୀ,୨୯/୦୮: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ମେଟା ସିଇଓ ମାର୍କ ଜୁକରବର୍ଗଙ୍କୁ ଟାର୍ଗେଟ କରିଛନ୍ତି। ୨୦୨୦ ନିର୍ବାଚନ ସମୟରେ ଜୁକରବର୍ଗ ଷଡ଼ଯନ୍ତ୍ର କରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ୨୦୨୪ ନିର୍ବାଚନରେ ହେରଫେର କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିପାରେ। ଏହି ଚେତାବନୀ ଟ୍ରମ୍ପଙ୍କ ଲିଖି୍ତ ପୁସ୍ତକ 'ସେଭ୍ ଆମେରିକା' ରୁ ଆସିଛି ଯାହା ସେପ୍ଟେମ୍ବର ୩ ରେ ପ୍ରକାଶ ପାଇବାକୁ ଯାଉଛି। ଏହି ପୁସ୍ତକରେ ଟ୍ରମ୍ପ ମାର୍କ ଜୁକରବର୍ଗଙ୍କୁ ୨୦୨୦ ନିର୍ବାଚନରେ ହେରଫେର କରିଥିବା ଅଭିଯୋଗ କରିଛନ୍ତି।

୭୮ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ଜୁକରବର୍ଗଙ୍କ ସହ ହୋଇଥିବା ଏକ ବୈଠକ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ମେଟା ର ସିଇଓ କିମ୍ବା ଅନ୍ୟ କେହି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବେଆଇନ କାର୍ଯ୍ୟକଳାପରେ ଜଡିତ ହୁଅନ୍ତି ବା କିଛି ହେରଫେର କରନ୍ତି, ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିପାରେ। ସୂଚନାଥାଉକି, ନିକଟରେ ମାର୍କ ଜୁକରବର୍ଗ ସ୍ୱୀକାର କରିଛନ୍ତି ଯେ ସେ ବାଇଡେନ-ହାରିସ ପ୍ରଶାସନର ଅନୁରୋଧରେ କିଛି ତଥ୍ୟକୁ ସେନସର କରିଥିଲେ। ମାର୍କ ଜୁକରବର୍ଗ କହିଛନ୍ତି ଯେ କୋଭିଡ ସହ ଜଡ଼ିତ କିଛି ବିଷୟବସ୍ତୁକୁ ସେନ୍ସର କରିବାକୁ ବାଇଡେନ ପ୍ରଶାସନ ଫେସବୁକ ଉପରେ ଚାପ ପକାଇଥିଲା। ଏହା ପରେ ଟ୍ରମ୍ପ ମାର୍କ ଜୁକରବର୍ଗଙ୍କୁ ୨୦୨୦ ନିର୍ବାଚନରେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।

ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଯାୟୀ, ଜୁକରବର୍ଗ ଏବଂ ତାଙ୍କ ପତ୍ନୀ ପ୍ରିସିଲା ଚାନ୍ ୨୦୨୦ ନିର୍ବାଚନରେ ୪୨୦ ମିଲିୟନ ଡଲାର ଦାନ କରିଥିଲେ। ଟ୍ରମ୍ପ ଖୋଲାଖୋଲି ଭାବେ ଜୁକରବର୍ଗଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏଥର ମଧ୍ୟ ବେଆଇନ କାର୍ଯ୍ୟକଳାପରେ ଜଡିତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ। ପୂର୍ବତନ ରାଷ୍ଟ୍ରପତି ଦାବି କରିଛନ୍ତି ଯେ ଜୁକରବର୍ଗ ୨୦୨୦ ନିର୍ବାଚନ ସମୟରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ। ଏହାରି ଭିତରେ ଜୁକରବର୍ଗ ସ୍ପଷ୍ଟ କରିଛନ୍ତି ଯେ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ କୌଣସି ଦଳକୁ ସମର୍ଥନ କରିବେ ନାହିଁ ଏବଂ ନିର୍ବାଚନ ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ପ୍ରଦାନ କରିବେ ନାହିଁ। ତେବେ ଟ୍ରମ୍ପଙ୍କ ଦଳରେ ଏଲୋନ୍ ମସ୍କ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଥିବାବେଳେ ଜୁକରବର୍ଗ ନିର୍ବାଚନ ଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.