ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ୟୁରିକ୍‌ ଏସିଡ୍‌କୁ କମାଏ ଡ୍ରାଏ ଫୁଡ୍‌, ଏପରି ଡାଏଟ୍‌ରେ କରନ୍ତୁ ସାମିଲ

ଭୁବନେଶ୍ୱର ୨୯/୦୩: ଆଜିକାଲି ପ୍ରାୟ ଲୋକଙ୍କଠାରେ ୟୁରିକ୍‌ ଏସିଡ୍‌ ସମସ୍ୟା ଦେଖିବାକୁ ମିଳୁଛି, ଯାହା ଲୋକଙ୍କୁ ଅସହନୀୟ ଯନ୍ତ୍ରଣା ଦେଉଛି । ସେତିକି ନୁହେଁ, ସମୟ ସହ ଏହା କ୍ରମଶଃ ଗଣ୍ଠି ଯନ୍ତ୍ରଣା ଓ ଆର୍ଥାରାଇଟିସ୍‌ ପରି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଏହାକୁ ନିୟନ୍ତ୍ରିତ କରିବା ପାଇଁ ଔଷଧ ସହ ଡ୍ରାଏଫୁଡ୍ସର ମଧ୍ୟ ବ୍ୟବହାର କରିପାରିବେ । 

ୟୁରିକ୍‌ ଏସିଡ୍‌ ସମସ୍ୟା କେବଳ ବୟସ୍କଙ୍କଠାରେ ନୁହେଁ, ଯୁବବୟସ୍କଙ୍କଠାରେ ମଧ୍ୟ ବଢିଚାଲିଛି । ଏହା ଦ୍ୱାରା ବସିବା-ଉଠିବା ଓ ଚଲାବୁଲା ସମୟରେ ଛୁଞ୍ଚି ଫୋଡିବା ପରି ଲାଗିବା ସହ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ସମୟ ସହ ବଢି ଚାଲିଥାଏ । ଏହି ଲକ୍ଷଣକୁ ଅଣଦେଖା କରିବା ଅର୍ଥ ସମସ୍ୟାକୁ ବଢାଇବା । ପୋଷକ ତତ୍ତ୍ୱରେ ଭରା ଏମିତି କିଛି ଡ୍ରାଏ ଫୁଡ୍ସ ରହିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ସମସ୍ୟାରୁ ରକ୍ଷା ପାଇବା ସହଜ ହୋଇପାରିବ । ଚାଲନ୍ତୁ ଜାଣିବା ୟୁରିକ୍‌ ଏସିଡ୍‌ କ'ଣ ଏବଂ କେଉଁ ଡ୍ରାଏ ଫୁଡ୍ସ ଖାଇବା ଦ୍ୱାରା ଏଥିରୁ ରକ୍ଷା ପାଇପାରିବେ ।

ୟୁରିକ୍‌ ଏସିଡ୍‌ କ'ଣ?

ଆମ ଶରୀରର ପାଚନକ୍ରିୟାରୁ ବାହାରୁଥିବା ଅପରିଷ୍କାର ଜିନିଷ ହିଁ ୟୁରିକ୍‌ ଏସିଡ୍‌, ଯେଉଁଥିରେ ୟୁରିନ୍‌ ରହିଥାଏ । ଯେତେବେଳେ ଶରୀରରେ ୟୁରିନ୍‌ ଜମାହୋଇ ରହେ, ସେତେବେଳେ ୟୁରିକ୍‌ ଏସିଡ୍‌ ବାହାରିଥାଏ, ଯାହା ଶରୀରରେ ଯନ୍ତ୍ରଣା ସୃଷ୍ଟି କରିଥାଏ । ୟୁରିନ୍‌ର ମାତ୍ରା ବଢିବା ଦ୍ୱାରା ଏହା ଶରୀରର ବିଭିନ୍ନ ଆଡକୁ ଚାଲିଯାଇଥାଏ । ତା’ପରେ ଗଣ୍ଠି ଯନ୍ତ୍ରଣା, ଗଣ୍ଠିବାତ ଓ ଆର୍ଥାରାଇଟିସ୍‌ ପରି ସମସ୍ୟା ସୃଷ୍ଟି ହୋଇଥାଏ । 

ୟୁରିକ୍‌ ଏସିଡକୁ କମ୍‌ କରୁଥିବା ଡ୍ରାଏ ଫୁଡ୍ସ :

ଆଲ୍‌ମଣ୍ଡ : ପ୍ରୋଟିନ୍‌, ଭିଟାମିନ୍‌-ଇ,ମ୍ୟାଗ୍ନେସିୟମ୍‌ ଓ ଫାଇବର ଆଦିରେ ଭରା ଆଲମଣ୍ଡ ନିୟମିତ ଖାଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ସ୍ତର କମ୍‌ ରହିଥାଏ । 

ଅଳସୀ : ଏଥିରେ ଥିବା ଫ୍ୟାଟି ଏସିଡ୍‌ ଶରୀରରୁ ୟୁରିକ୍‌ ଏସିଡ୍‌ର ମାତ୍ରାକୁ ନିୟନ୍ତ୍ରିତ କରିଥାଏ ।

କାଜୁ : ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ଭିଟାମିନ୍‌-କେ, ଭିଟାମିନ୍‌-ବି-୬ ପରି ପୋଷକ ତତ୍ତ୍ୱରେ ଭରା କାଜୁ ନିୟମିତ ଖାଇବା ଦ୍ୱାରା ଗଣ୍ଠିଯନ୍ତ୍ରଣା ପରି ସମସ୍ୟାରୁ ମୁକ୍ତି ମିଳିଥାଏ । ସେହିପରି ଏଥିରେ ଥିବା ଗୁଡ୍‌ କୋଲେଷ୍ଟେରଲ୍‌ ହୃଦୟକୁ ମଧ୍ୟ ସୁରକ୍ଷିତ ରଖିଥାଏ । 

ଆଖରୋଟ୍‌ : ଏଥିରେ ବହୁ ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍‌ ଓ ପ୍ରୋଟିନ୍‌ ରହିଥାଏ, ଯାହା ଗଣ୍ଠିଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.