ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜଳସେଚନ ଅଭାବରୁ ଚାଷୀ ଅସଲ ଗୌଡ଼ଙ୍କ ୩ଏକର ଫସଲ ନଷ୍ଟ

ଚନ୍ଦାହାଣ୍ଡି,୨୮/୫ : ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡ଼ା ପଞ୍ଚାୟତ ଅଧିନ ଫୁଣ୍ଡେଳପଡା ଗ୍ରାମର ଚାଷୀ ଅସଲ ଗୌଡ଼ଙ୍କ ୩ଏକର ଜମିରେ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ରବି ଧାନ ଜଳସେଚନ ଅଭାବରେ ନଷ୍ଟ ହୋଇ ଯାଇଥିବା ନେଇ ଚାଷୀ ଅସଲ ଗୌଡ଼ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି l  ବର୍ତ୍ତମାନ  ଏହିଭଳି ପରିସ୍ଥିତିରେ ଚାଷ ପାଇଁ ଋଣ ଆଣିଥିବା ଟଙ୍କା ସେ କିପରି ସୁଝିବେ ଏହାକୁ ନେଇ ଘୋର ଚିନ୍ତାରେ ପଡି ଯାଇଛନ୍ତି l ଚାଷୀ ଅସଲ ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତାର ହାତ ବଢ଼ାଇବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି l

ମିଳିଥିବା ସୂଚନା ଅନୁସାରେ ଫୁଣ୍ଡେଳପଡା ଗ୍ରାମର ଚାଷୀ ଅସଲ ଗୌଡ଼ l ଜଣେ ଗରୀବ ଶ୍ରେଣୀର କ୍ଷୁଦ୍ର ଚାଷୀ l ଅଳ୍ପ ଜମିରେ ଚାଷ କରିବା ସହ କୁଲି ମଜୁରୀ କରି ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ତାଙ୍କର ଦୁଇ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିଲେ l ୩ବର୍ଷ ତଳେ ପ୍ରଶାସନ ତରଫରୁ ତାଙ୍କ ଜମିରେ ଗଭୀର ନଳକୂପ  ମିଳିବାରୁ ତାଙ୍କ ପୁଅମାନେ ଦାଦନ ଯିବା ଛାଡି ତାଙ୍କ ୩ଏକର ଜମିରେ ଚାଷ କରି ବେଶ ଖୁସିରେ ରହୁଥିଲେ l ଚଳିତ ବର୍ଷ  ଖରିଫ ଧାନ ସ୍ୱଳ୍ପ ବର୍ଷା କାରଣରୁ ଭଲ ଫସଲ ନ ହେବାରୁ ଅସଲ ଗଭୀର ନଳକୂପ ଭରସାରେ ଅର୍ଥ ଲଗାଣ ସଂସ୍ଥାରୁ ୮୦ହଜାର ଟଙ୍କା ଋଣ ଆଣି ତାଙ୍କ୩ଏକର ଜମିରେ ରବି ଧାନ ଚାଷ କରିଥିଲେ l ଆରମ୍ଭରୁ ଧାନ ଭଲ ଗଜା ହେବା ସହ ଧାନ ଗଛ ବଢ଼ି ସେଥିରୁ ଧାନ କେଣ୍ଡା ଭଲ ବାହାରିବାରୁ ସେ ବେଶ ଖୁସୀ ଅନୁଭବ କରୁଥିଲେ l 

ତାଙ୍କର ଖୁସୀ ଶେଷରେ ତାଙ୍କୁ ନିରାଶ କରିଥିଲା l ଗତ ଏପ୍ରିଲ ମାସରୁ ପ୍ରବଳ ଗରମ ହେବା ସହ ଅଦିନିଆ ବର୍ଷା ମାଡି ଆସିବାରୁ ଧାନ ଫସଲ ନଷ୍ଟ ହୋଇଯାଇଛି । ସେହିଭଳି ବାରମ୍ବାର ବିଦ୍ୟୁତ କାଟ ହେବାରୁ ଗଭୀର ନଳକୂପ ଯୋଗେ ଜମିକୁ ଜଳସେଚନର ଅସୁବିଧା ଦେଖାଦେଇଛି । ଜମିରେ ଘାସ ବଢ଼ି ଅମଳ କ୍ଷମ ଧାନ ସମ୍ପୂର୍ଣ ଭାବରେ ନଷ୍ଟ  ହେବାରୁ ସେ ଘୋର ଚିନ୍ତାରେ ପଡ଼ି ଯାଇଛନ୍ତି l ବର୍ତ୍ତମାନ ଚାଷ ପାଇଁ ଋଣ କରିଥିବା ଟଙ୍କା ସେ ପରିଶୋଧ କରିବେ କିପରି ଏ ନେଇ ବିଭାଗକୁ ଅବଗତ କରିବା ସହ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ଗୁହାରି କରିଥିଲେ । ଶ୍ରୀ ମାଝି   ଅସଲ ଗୌଡ଼ଙ୍କ ଜମି ପରିଦର୍ଶନ କରି ନଷ୍ଟ ହୋଇଥିବା ଫସଲ ଦେଖି ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରୟାସ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ l ଏ ସମ୍ପର୍କରେ  ଚନ୍ଦାହାଣ୍ଡି ତହସିଲଦାର ସହଦେବ କୁଟ୍ରୁକାଙ୍କୁ ପଚାରିବାରୁ ଖଇରଭାଡି ରାଜସ୍ୱ ନିରୀକ୍ଷକଙ୍କୁ ଏହାର ରିପୋର୍ଟ ତଦନ୍ତ ପାଇଁ ନିର୍ଦେଶ ଦେବେ l ରିପୋର୍ଟ ପାଇବା ପରେ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.