ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

କଣ୍ଟେନରକୁ ଧକ୍କା ଦେଲା ଡମ୍ପର, ଡମ୍ପର ଡ୍ରାଇଭର ମୃତ

ଜଳେଶ୍ୱର, ୫।୧୧: ରାସ୍ତା କଡ଼ରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଡମ୍ପର । ଡମ୍ପର ଡ୍ରାଇଭର ମୃତ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ରବିବାର ସକାଳ ୬.୫୦ ମିନିଟ ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ରାସ୍ତା କଡ଼ରେ ଏକ କଣ୍ଟେନର ଛିଡ଼ା ହୋଇଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ଧକ୍କା ଦେଇଥିଲା । ଡମ୍ପର ଡ୍ରାଇଭର ଜଣକ ଇଞ୍ଜିନ ସହିତ ଚାପି ହୋଇ ରହିଯାଇଥିଲେ । 

ଖବର ପାଇ ଘଟଣାସ୍ଥଳରେ ରାଜପଥ କର୍ତ୍ତୃପକ୍ଷ, ପୋଲିସ ଓ ଫାୟାର ବିଭାଗ ପହଞ୍ଚି କଟର ସାହାଯ୍ୟରେ ଡମ୍ପରଟିକୁ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ଉଦ୍ଧାର ହେବା ପରେ ଡମ୍ପର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ମୃତକ ଡ୍ରାଇଭର ଜଣଙ୍କର ପରିଚୟ ମିଳିନଥିବା ବେଳେ ପୋଲିସ ମୃତଦେହକୁ ମେଡିକାଲ ପଠାଇ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.