ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଇ-ବାଇକ୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ: ପୋଡ଼ିଗଲା ୧୫ ବ୍ୟାଟେରୀ ଗାଡି, ଚାଲିଛି କାରଣ ଖୋଜା

କଟକ,୧୧/୧୧: ତାଳଦଣ୍ଡା କେନାଲ୍‌ ରୋଡ୍‌ରେ ଥିବା ଏକ ଇ-ବାଇକ୍‌ ବା ବ୍ୟାଟେରୀ ଚାଳିତ ଦୁଇ ଚକିଆ ଗାଡ଼ି ସୋ-ରୁମ୍‌ରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୭ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଥିଲା । ପ୍ରାୟ ଦେଢ଼ ଘଣ୍ଟାର କସରତ ପରେ ସେ।।-ରୁମ୍‌ରେ ନିଆଁ ଲିଭିଛି । ଏଥିରେ ୧୫ଟି ଇ-ବାଇକ୍‌ ପୋଡ଼ିଯାଇଛି । ଅଗ୍ନିଶମ ଟିମ୍‌ ନିଆଁର କାରଣ ଓ ଏଥିରେ ହୋଇଥିବା କ୍ଷୟକ୍ଷତି ବିଷୟ ଆକଳନ କରୁଛନ୍ତି । 

ତାଳଦଣ୍ଡା କେନାଲ୍‌ ରୋଡ୍‌ ଅର୍ଥାତ୍‌ ରାଣୀହାଟ୍‌ ଛକରୁ ମାଲ୍‌ଗୋଦାମ ଥାନା ଅଭିମୁଖେ ଯାଇଥିବା ରାସ୍ତା କଡ଼ରେ ଗ୍ରେଡ୍‌ ଇଣ୍ଡିଆ ଟ୍ରାନ୍ସପୋର୍ଟ ପାଖରେ ପିୟୋର ଇଭି ନାମକ ସଂସ୍ଥାର ଗାଡ଼ି ସୋ-ରୁମ୍‌ ଅଛି । ଏହି ସୋ-ରୁମ୍‌ ଆଜି ଖୋଲାଥିଲା । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ହେବ ଏହି ସୋ-ରୁମ୍‌ରୁ ଧୂଆଁ ବାହାରୁଥିଲା । ତଳ ମହଲାରେ ଧୂଆଁ ବାହାରୁଥିବା ଦେଖି ଉପରେ ଥିବା ତିନିଟି ମହଲାର ଲୋକେ ଧାଁଦୌଡ଼ କରି ବାହାରକୁ ଚାଲିଆସିଥିଲେ ।  ବେଳକୁ ବେଳ ନିଆଁ ବଢ଼ିଯାଇ ହୁହୁ ହୋଇ ଜଳିବାକୁ ଲାଗିଲା । ଘଟଣା ଘଟିବାର କିଛି ମିନିଟ୍‌ ଭିତରେ ଅଗ୍ନିଶମ୍‌ ଟିମ୍‌ ଖବର ପାଇ ନିଆଁ ଲିଭାଇବାକୁ ପହଞ୍ଚିଲେ । 

ଦୀପାବଳି ପାଇଁ ମାଲ୍‌ଗୋଦାମ ପାଖରେ ନିୟୋଜିତ ଥିବା ଏକ ଦମକଳ ଗାଡ଼ି ପ୍ରଥମେ ପହଞ୍ଚି ନିଆଁ ଲିଭାରେ ନିୟୋଜିତ ହୋଇଥିଲା । ତେବେ ନିଆଁ ଖୁବ୍‌ ଜୋର୍‌ରେ ବାହାରୁଥିବା ଦେଖି ଅଗ୍ନିଶମ ଟିମ୍‌ ଚାଉଳିଆଗଞ୍ଜ ଓ ସିଡିଏ ଅଗ୍ନିଶମ୍‌ କେନ୍ଦ୍ରରୁ ପ୍ରାୟ ୭ଟି ଗାଡ଼ିକୁ ଡାକିଥିଲେ । ପ୍ରାୟ ୨୦ ଜଣ ଅଗ୍ନିଶମ କର୍ମଚାରୀ ଉକ୍ତ କୋଠାକୁ ଚାରିପଟୁ ଘେରିଯାଇ ପାଣି ମାରିଥିଲେ । ପ୍ରାୟ ଦେଢ଼ ଘଣ୍ଟା ପରେ ନିଆଁ ଆୟତ୍ତକୁ ଆସିଥିଲା । ଅଗ୍ନିଶମର ତତ୍ପରତା ପାଇଁ ନିଆଁ ତଳମହଲା ଭିତରେ ସୀମିତ ରହିଥିଲା। ଅନ୍ୟଥା ସେହି କୋଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥାନ୍ତା ବୋଲି ଅଗ୍ନିଶମ ଟିମ୍‌ କହିଛି । ତେବେ ନିଆଁ ଲିଭିଲା ବେଳକୁ ତଳ ମହଲାରେ ଥିବା ସୋ-ରୁମ୍‌ର ୧୫ଟି ବ୍ୟାଟେରୀ ଚାଳିତ ଗାଡ଼ି ଓ ଅନ୍ୟ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । କେବଳ ସୋ’ରୁମ୍‌ ବାହାରେ ଆଣି ରଖାଯାଇଥିବା ୩ଟି ଗାଡ଼ି ଏଥିରୁ ବର୍ତ୍ତି ଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ସଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ଅଗ୍ନିଶମ ଅଧିକାରୀ ଏଏଫ୍‌ଓ ସଂଜିବ ବେହେରା ସୂଚନା ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.