ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦିଲ୍ଲୀ ଜଳ ବୋର୍ଡ ମାମଲା, କୋର୍ଟରେ ୮ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ, ୩୦/୦୩: ଦିଲ୍ଲୀ ସରକାର ଲାଗି ମୁସ୍କିଲ୍ ବଢ଼ିବାରେ ଲାଗିଛି । ଅବକାରୀ ନୀତି ପରେ ଏବେ ଜଳ ବୋର୍ଡ ଦିଲ୍ଲୀର ଆପ୍ ସରକାର ତଣ୍ଟିରେ କଣ୍ଟା ଭଳି ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦିଲ୍ଲୀ ଜଳ ବୋର୍ଡ ମାମଲାରେ ଦାଖଲ କରିଛି ଚାର୍ଜସିଟ୍ । ଜଳ ବୋର୍ଡ ଟେଣ୍ଡର ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ରାଉଜ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ।

ଦାଖଲ ଚାର୍ଜସିଟରେ ଇଡି ଜଗଦୀଶ ଅରୋରା ଓ ଅନୀଲ ଅଗ୍ରୱାଲଙ୍କ ବିଶ୍ୱସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଜେନ୍ଦ୍ର ସିଂ ସମେତ ପୂର୍ବତନ ଏନବିସିସି ଅଧିକାରୀ ଦେବେନ୍ଦ୍ର କୁମାର ମିତ୍ତଲ ଏବଂ ଏନକେଜି କମ୍ପାନୀକୁ ଅଭିଯୁକ୍ତ ଦର୍ଶାଇଛି । ଜଳ ବୋର୍ଡ ମାମଲାରେ ୮ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଳ କରିଛି ଇଡି ।

୮ ହଜାର ପୃଷ୍ଠାର ଚାର୍ଜସିଟରେ ୧୪୦ ପୃଷ୍ଠା ଅପରେଟିଭ୍ ପାର୍ଟ ରହିଛି । ଏନକେଜି କମ୍ପାନୀକୁ ଇଡି ଅଭିଯୁକ୍ତ ଦର୍ଶାଇଛି । ସୂଚନା ଅନୁସାରେ, ଏନବିସିସି ଅଧିକାରୀ ଦେବେନ୍ଦ୍ର କୁମାର ମିତ୍ତଲ ଜାରି କରିଥିବା ସାର୍ଟିଫିକେଟ୍ ଆଧାରରେ ଏନକେଜି କମ୍ପାନୀକୁ ଟେଣ୍ଡର ମିଳିଥିଲା । ମିତ୍ତଲଙ୍କ ଲାଗି ଟ୍ରାଭେଲ୍ ଟିକେଟ୍ ବୁକିଂ କରିଥିଲା ଏନକେଜି ।

ଇଡି ଅନୁସାରେ, ଏନବିସିସି ରେକର୍ଡରେ ଏନକେଜି ବାବଦରେ କୌଣସି ତଥ୍ୟ ନାହିଁ । ଇଡି କହିଛି ଅନୀଲ ଅଗ୍ରୱାଲ୍, ତଜେନ୍ଦ୍ର ସିଂ ହେଉଛନ୍ତି ଜଗଦୀଶ ଅରୋରାଙ୍କ ଘନିଷ୍ଠ । ଏନବିସିସି ଅଧିକାରୀ ମିତ୍ତଲ ଏନକେଜି କମ୍ପାନୀକୁ ଜାଲ୍ କାଗଜପତ୍ର ଦେଇଥିଲେ । ସେହି ଅନୁସାରେ, ଦିଲ୍ଲୀ ଜଳ ବୋର୍ଡର ୩୮ କୋଟି ଟଙ୍କାର ଟେଣ୍ଡର ଏନକେଜିକୁ ଦେଇଥିଲା । ଯାହାର ୨୪ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଜାରି କରାଯାଇଛି ।

ଇଡିର ଦାବି ଅନୁସାରେ, ୩୮ କୋଟିରୁ ୬ କୋଟି ୩୬ ଲକ୍ଷ ଟଙ୍କା ଫେରାଇ ଦିଆ ଯାଇଛି । ଏଥିରୁ ୫୬ ଲକ୍ଷ ଟଙ୍କା ତଜେନ୍ଦ୍ର ସିଂଙ୍କ ଜରିଆରେ ଜଗଦୀଶ ଅରୋରାଙ୍କୁ ମିଳିଛି । ୩୬ କୋଟି ଟଙ୍କାରୁ ମାତ୍ର ୧୪ କୋଟି ଟଙ୍କା ବ୍ୟବହାର କରାଯାଇଛି । ଇଡି ଆହୁରି କହିଛି, ଏନକେଜି ଓ ଇଣ୍ଟିଗ୍ରଲ୍ ଗ୍ରୁପ୍ ଠାରୁ ଟଙ୍କା ଜଗଦୀଶଙ୍କ ପାଖକୁ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.