ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ପରିଚାଳନାରେ ଘୋର ଅବ୍ୟବସ୍ଥା: ଏକାମ୍ର ହାଟର ବିଭିନ୍ନ ଷ୍ଟଲ୍‌ରେ ତାଲା, ଉଜୁଡ଼ିଗଲାଣି ସୌନ୍ଦର୍ଯ୍ୟ

ଭୁବନେଶ୍ୱର, ୨୮/୦୬: ଏକାମ୍ର ହାଟର ବିଭିନ୍ନ ଷ୍ଟଲ୍‌ରେ ତାଲା । ନିରାଶ ପର୍ଯ୍ୟଟକ । ହସ୍ତତନ୍ତ,  ହସ୍ତଶିଳ୍ପ ଜିନିଷ କିଣିବାକୁ ଯାଇ ହଟହଟା ପର୍ଯ୍ୟଟକ ।  ଶେଷରେ ହୋଟେଲରେ ଚିକେନ୍‌-ଚକୁଳି ଖାଇ ଫେରିଲେ । ଷ୍ଟଲ୍‌ ସମ୍ପର୍କରେ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ନାଲି ଆଖି ଦେଖାଇ ଧମକାଇଲେ । କହିଲେ, ତମକୁ କାଇଁ କହିବୁ?  କାହାକୁ ପଚାରିକି ଆସିଛ? ଏଥିରୁ ହାଟର ଯାହା  ଉନ୍ନତି ହେବ ଆଉ ପର୍ଯ୍ୟଟକ ଯେଉଁଭଳି ଆତିଥ୍ୟ ପାଉଥିବେ ତାହା ଅନୁମେୟ । ଏଥିପ୍ରତି ସରକାର ଧ୍ୟାନ ନଦେଲେ ଷ୍ଟଲ୍‌ ନୁହେଁ, ପୂରା ହାଟରେ ତାଲା ପଡ଼ିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।  

ଏକାମ୍ର ହାଟ ଆଉ ହାଟ ହୋଇକି ନାହିଁ । ଏଠି ଆଉ ନିୟମିତ କଳା ପ୍ରଦର୍ଶନୀ ହେଉନି । ଯେଉଁ  ଷ୍ଟଲ୍‌କୁ ଯିବ ସବୁଠି ତାଲା । ହସ୍ତଶିଳ୍ପ କି ହସ୍ତତନ୍ତ  ଜିନିଷଟିଏ ଖୋଜିଲେ ମିଳୁନି । ଦୋକାନ ତ ଖୋଲୁନି,  ଜିନିଷ ମିଳିବ କ’ଣ? କଳା, କାରିଗର ସବୁ ପୁଟୁଳି  ବାନ୍ଧି ଘରେ । କେବଳ କେତୋଟି ହୋଟେଲ ପାଇଁ ହାଟ ଚାଲିଛି । ୭ ହୋଟେଲ ଏବଂ ୧୫ ହସ୍ତକଳା  ଦୋକାନକୁ ଛାଡ଼ିଲେ ବାକି ସବୁ ବନ୍ଦ । ଅନ୍ୟପକ୍ଷରେ ଷ୍ଟଲ୍‌ ଆବଣ୍ଟନରେ ସ୍ୱଚ୍ଛତା ରହୁନି । ପ୍ରିୟାପ୍ରୀତିତୋଷଣ ସାଙ୍ଗକୁ ଦୁନିଆ ଗଫଲତି । ଉପାନ୍ତ ଅଞ୍ଚଳର ଶିଳ୍ପୀ,  କାରିଗର ଓ ବୁଣାକାରଙ୍କୁ ଉପେକ୍ଷା କରାଯାଉଛି । ଠିକଣା ଭାବେ ଆବଣ୍ଟନ ହେଉନଥିବାରୁ ସମସ୍ତଙ୍କୁ  ସୁଯୋଗ ମିଳୁନି । ଯାହାକୁ ନେଇ ଅନେକ ଅଭିଯୋଗ । ଯେଉଁ ଲକ୍ଷ୍ୟ ନେଇ ଏହା ପ୍ରତିଷ୍ଠା ହୋଇଥିଲା ସେ  ଆଭିମୁଖ୍ୟ ଚୁଲିକି ଗଲାଣି । ଓଡ଼ିଶାର କଳା, ସଂସ୍କୃତିର  ପ୍ରଚାର, ପ୍ରସାର ପାଇଁ ଅର୍ବାନ ହାଟ ଶୈଳୀରେ ନିର୍ମିତ  ଏହି ହାଟ ବନ୍ଦ ହେବାକୁ ବସିଛି । ତଥାପି  କାହାର ନିଘା ନାହିଁ । ଶିଳ୍ପୀ, କାରିଗରଙ୍କଠୁ ନେଇ କଳାପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଘୋଡ଼ ନିଦରେ  ଶୋଇଛନ୍ତି । ନବୀକରଣ ପରେ ପର୍ଯ୍ୟଟକଙ୍କୁ ଆକର୍ଷିତ  କରିବା ସହ ରେକର୍ଡ ବ୍ୟବସାୟ କରୁଥିଲା ହାଟ ।  କିନ୍ତୁ ଗତ ୨-୩ ବର୍ଷରେ କାହା ନଜର ଲାଗିଗଲା  କେଜାଣି ହାଟ ଏବେ ବୁଡ଼ିବାକୁ ବସିଛି । ଆଶା, ନୂଆ  ସରକାର ଏହାକୁ ସୁରକ୍ଷା ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.