ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଚାଲିଛି ନିର୍ବାଚନୀ ପ୍ରଚାର: ପ୍ରାର୍ଥୀଙ୍କ ସ୍ୱତନ୍ତ୍ର ଆପ୍‌, କ୍ୟୁଆର୍‌ କୋଡ୍‌ରେ ମିଳୁଛି ତଥ୍ୟ

କଟକ ୧୬/୦୪( ହାରୁନ୍‌ ରସିଦ୍‌ ଖାନ୍‌): ପ୍ରାର୍ଥୀଙ୍କ ନାଁରେ କରାଯାଉଛି ସ୍ୱତନ୍ତ୍ର ଆପ୍‌ । ତାକୁ ଖୋଲିଲେ ମିଳିବ ନିର୍ବାଚନମଣ୍ଡଳୀର ସବିଶେଷ ତଥ୍ୟ । ଏମିତିକି ଏଥିରେ ଲୋକଙ୍କ ନାମ ସର୍ଚ୍ଚ କରି ତାଙ୍କ ବୁଥ୍‌ ଓ କ୍ରମିକ ନମ୍ବର ଜାଣିହେଉଛି । ପ୍ରଚାର ସମୟରେ ଏହାକୁ ପ୍ରାର୍ଥୀଙ୍କ ନାମ ଓ ଦଳୀୟ ଚିହ୍ନରେ ଯୋଡ଼ି ଡିଜିଟାଲ୍‌ ମେସିନ୍‌ରେ ପ୍ରିଣ୍ଟ୍‌ କରି ବଣ୍ଟନ କରାଯାଇ ପାରୁଛି । ଏହା ବାଦ୍‌ ପ୍ରାର୍ଥୀଙ୍କ ନାଁରେ ସ୍ୱତନ୍ତ୍ର କ୍ୟୁଆର୍‌ କୋଡ୍‌ରେ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କିତ ସୂଚନା ରହୁଛି । ଏସବୁ ଭିତରେ ସବୁଠୁ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରାଯାଉଛି ଦଳର ସୁପ୍ରିମୋଙ୍କ ଏଆଇ ଭିଡିଓ । ଏହା ସହ ଡିଜିଟାଲ୍‌ ପୁସିଂ କାର୍ଡ, ଡିଜିଟାଲ୍‌ ଭୋଟିଂ ଆଦି ଅନେକ ନୂଆ ଅଭିନବ ଢଙ୍ଗର ପ୍ରଚାର ପ୍ରସାର ବ୍ୟବସ୍ଥାକୁ ଏବେ ସବୁ ପ୍ରାର୍ଥୀ ଗୁରୁତ୍ୱ ଦେଇ ଆପଣାଇବାରେ ଲାଗିଛନ୍ତି । ମନେହେଉଛି, ଏଥରର ନିର୍ବାଚନ ଡିଜିଟାଲ୍‌ ପ୍ରଚାରରେ ଚାଲିଛି । 

ଏବେ ସବୁ ଲୋକଙ୍କ ପାଖରେ ରହିଛି ସ୍ମାର୍ଟ ଫୋନ୍‌ । ଏହା ଭିତରେ ସବୁ ଲୋକ ଫେସ୍‌ବୁକ୍‌, ହ୍ୱାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆଦି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ସହିତ ଜଡିତ ରହିବା ସହ ଏହାର ବ୍ୟବହାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଆଇ ଯୁଗରେ ଏବେ ନିର୍ବାଚନ ପ୍ରଚାର ଓ ବାର୍ତ୍ତା ପ୍ରସାରର ମାଧ୍ୟମ ସାଜିଛି ଡିଜିଟାଲ୍‌ ପ୍ଲାଟ୍‌ଫର୍ମ । ଏଥିରେ କିଏ କଣ ନୂଆ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ କିଛି ନୂଆ ହିଁ ସବୁବେଳେ ଭୋଟର୍‌ଙ୍କୁ ଆକର୍ଷଣ କରିଥାଏ । ପୂର୍ବରୁ ଦଳୀୟ ସମର୍ଥକମାନେ ଘରକୁ ଘର ବାଣ୍ଟୁଥିବା ଚିରିକୁଟି ଏବେ ଡିଜିଟାଲ୍‌ ଭୋଟର୍‌ ସ୍ଲିପ୍‌ର ରୂପ ନେଇଛି । ପ୍ରଚାର ସମୟରେ ପାଖରେ ଏକ ଛୋଟ ଡିଜିଟାଲ୍‌ ପ୍ରିଣ୍ଟିଂ ମେସିନ୍‌ ରଖି ଏହି ଆପ୍‌ର ବ୍ୟବହାର କରି ଭୋଟର୍‌ ସ୍ଲିପ୍‌ ଦିଆଯାଇ ପାରୁଛି । ଏହା ବାଦ୍‌ ପ୍ରି ପୋଲ୍‌ ସର୍ଭେ, ଭଲ୍ୟୁଣ୍ଟାରୀ ପରିଚାଳନା, ମତଦାନ କେନ୍ଦ୍ର ପରିଚାଳନା ଆଦି ଅନେକ ତଥ୍ୟ ଏହି ଆପ୍‌ରେ ଉପଲବ୍ଧ ରହୁଛି । ପ୍ରାର୍ଥୀଙ୍କ ଫଟୋ ଓ ଚିହ୍ନ ସହିତ ଡିଜିଟାଲ୍‌ କ୍ୟୁଆର୍‌ କୋଡ୍‌ ପ୍ରଥମ ଥର ଭୋଟ୍‌ ଦେଉଥିବା ଭୋଟର୍‌ଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହାକୁ ଗୁଗୁଲ୍‌ରେ ସ୍କାନ୍‌ କରିବା ମାତ୍ରେ କିଭଳି ଭୋଟ୍‌ ଦେବେ ତାହାର ଭିଡିଓ ପ୍ରଦର୍ଶିତ ହେଉଛି । 

ଏସବୁ ବାଦ୍‌ ପ୍ରାର୍ଥୀଙ୍କ ପାଇଁ ଦଳୀୟ ସୁପ୍ରିମୋ ଭୋଟ ମାଗୁଥିବାର ଏଆଇ ଭିଡିଓ ମଧ୍ୟ ମୋବାଇଲ୍‌ରୁ ମୋବାଇଲ୍‌ ଘୂରୁଛି । ଏଥିରେ ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ପାଇଁ ରାହୁଲ ଗାନ୍ଧି ପ୍ରମୁଖ ଭୋଟ୍‌ ପାଇଁ ବାର୍ତ୍ତା ଦେଉଥିବାର ଦୃଶ୍ୟ ରହୁଛି । ଏହି ଆପ୍‌ର ମୂଲ୍ୟ ୪୦ ହଜାରରୁ ଆରମ୍ଭ ହେଉଥିଲା ବେଳେ ଏଆଇ ଭିଡିଓ ପାଇଁ ୫ ହଜାର ଟଙ୍କା ପ୍ରାର୍ଥୀଙ୍କୁ ଦେବାକୁ ପଡୁଛି । ଏହାର ଚାହିଦାକୁ ଦୃଷ୍ଟିରେ ରଖି କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିବା ଯୁବ ବ୍ୟବସାୟୀ ଈଶ୍ୱର ସାହୁ ଏଭଳି ଡିଜିଟାଲ୍‌ ପ୍ରଚାର ବ୍ୟବସାୟ ଚଳାଇଛନ୍ତି । ଏ ନେଇ ଶ୍ରୀ ସାହୁ କହିଛନ୍ତି, ପ୍ରତିଥର ମୁଁ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ । ଏଥର ଏହି ନୂଆ ଡିଜିଟାଲ୍‌ ପ୍ରଚାର ବ୍ୟବସ୍ଥା ନେତାମାନଙ୍କ ପସନ୍ଦ ହେଉଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.