ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମାଲକାନଗିରିରେ ୪୩ ଡିଗ୍ରୀ ଟପିଲା ତାପମାତ୍ରା, ଅଂଶୁଘାତରେ ବିଦ୍ୟୁତ ଠିକା କର୍ମଚାରୀ ମୃତ

ମାଲକାନଗିରି /ମାଥିଲି, ୩୦/୪  : ମାଲକାନଗିରି ଜିଲ୍ଲା ରେ ତାପମାତ୍ରା ବୃଦ୍ଧି ପାଇ ଚାଲିଛି।  ପ୍ରଚଣ୍ଡ ରୌଦ୍ର ତାପରେ ଜିଲ୍ଲା ଜଳୁଛି । ଜିଲ୍ଲା ବାସୀ ତତଲା କଢେଇ ରେ ସିଜୁଥିବା ଭଲି ଅନୁଭବ କରୁଛନ୍ତି।  ଆଜି ଜିଲ୍ଲାରେ ତାପ ମାତ୍ରା ୪୩ ଡିଗ୍ରୀ କୁ ବୃଦ୍ଧି ପାଇଛି।  ଏହି ପ୍ରବଳ ଖରାରେ ଜଣେ ଠିକା  ବିଦ୍ୟୁତ କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଛି। ଜିଲ୍ଲାରେ ଏହା ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟଣା । ମୃତକ ଜଣକ ହେଲେ ସରୋଜ କାନ୍ତ ନାୟକ  (୪୦)। କେନ୍ଦ୍ରାପଡା ଜିଲ୍ଲା କରଞ୍ଜ ଗ୍ରାମରେ ତାଙ୍କ ଘର ବୋଲି ଜଣାପଡିଛି। 

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମା ରେ ଥିବା ଟାଟା ବିଦ୍ୟୁତ ବିତରକ କମ୍ପାନୀ ରେ ଠିକା କର୍ମଚାରୀ ଭାବେ ସରୋଜ ଦୀର୍ଘ ୩ ବର୍ଷ ହେବ  ବିଦ୍ୟୁତ ବିଲ ଆଦାୟ କରି ଆସୁଛନ୍ତି। କିନ୍ତୁ ଆଜି ଦଳପତି ଗୁଡା ପଞ୍ଚାୟତ ଅନ୍ତର୍ଗତ ବାମନଗୁଡା ତଳ ସାହିରେ ବିଦ୍ୟୁତ ବିଲ ଆଦାୟ ସମୟରେ ହଠାତ ତଳେ ପଡି ଯାଇଥିଲେ । ଏହା ଦେଖି ଗାଁ ଲୋକେ ସଙ୍ଗେ ସଙ୍ଗେ କମ୍ପାନୀର ଅନ୍ୟ କର୍ମଚାରୀ ଙ୍କୁ ଜଣାଇଥିଲେ । ଅନ୍ୟ କର୍ମଚାରୀ ଓ ସମ୍ପର୍କୀୟ ମାନେ ଘଟଣାସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ ।କିନ୍ତୁ ଚିକିତ୍ସାଳୟର ଡାକ୍ତର ତାଙ୍କୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଘୋଷଣା କରିଥିଲେ । 

ସମ୍ପର୍କୀୟ ମାନେ ମାଥିଲି ଥାନାରେ ଏକ ଲିଖିତ ଅଭିଯୋଗ ପରେ ମାଥିଲି ଥାନା ପୋଲିସ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ  କରିଥିଲା। ଶବ ବ୍ୟବଚ୍ଛେଦ ବୁଧବାର ହେବ ବୋଲି ମାଥିଲି ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି । ବ୍ୟବଚ୍ଛେଦ ପରେ କିପରି ମୃତଦେହ କେନ୍ଦ୍ରାପଡା ନିଜର ଗାଁ କୁ ପଠା ଯିବ ସେହି ଚିନ୍ତାରେ ସମ୍ପର୍କୀୟ ମାନେ । ଏଥିସହ ମୃତ୍ୟୁ  ଘଟିଥିବା କର୍ମଚାରୀ ଙ୍କ ପରିବାର କୁ କମ୍ପାନୀ ତରଫରୁ ଆର୍ଥିକ ସହାୟତା ଦେବାକୁ ସମ୍ପର୍କୀୟ ମାନେ ଦାବି କରିଛନ୍ତି ।

ଆହୁରି ପଢନ୍ତୁ : ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସହର : ବାରିପଦାରେ ପାରଦ ୪୬.୪ , ଭୁବନେଶ୍ବରେ ୪୫.୪ ଡିଗ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.