ପ୍ରମୂଖ ଖବର

ଟଳିଲା ଏଲନ ମସ୍କଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ, ମୋଦିଙ୍କ ସହ ଥିଲା ସାକ୍ଷାତକାର ଯୋଜନା

ନୂଆଦିଲ୍ଲୀ, ୨୦/୦୪ : ଟଳିଲା ଟେସ୍‌ଲା ପ୍ରମୁଖ ଏଲନ ମସ୍କଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ। ଖୋଦ ଏଲନ ମସ୍କ କିଛି ସମୟ ପାଇଁ ତାଙ୍କ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଏହାର କାରଣ ଜଣାପଡ଼ି ନାହିଁ। ଆସନ୍ତା ସୋମବାର ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ତେବେ ଟେସ୍‌ଲା ଏବଂ ଭାରତ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

ସୂଚନା ଥାଉକି, ଏପ୍ରିଲ ୨୩ରେ ଏଲନ୍ ମସ୍କଙ୍କୁ ଆମେରିକାରେ ଟେସଲାର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଯଦି ମସ୍କ ୨୧ ଓ ୨୨ରେ ମସ୍କ ଭାରତରେ ଥାଆନ୍ତେ, ତେବେ ୨୩ ଏପ୍ରିଲରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବା ତାଙ୍କ ପାଇଁ କଷ୍ଟକର ହୋଇଥାନ୍ତା। ଏହି କାରଣରୁ ଭାରତ ଯାତ୍ରା ସ୍ଥଗିତ ରଖାଯାଇଛି ବୋଲି ଅନୁମାନ କରାଯାଉଛି।

ସୂଚନାନୁଯାୟୀ, ଗତ ସପ୍ତାହରେ ଏଲନ ମସ୍କ ଭାରତ ଆସିବା ନେଇ ସୂଚନା ମିଳିଥିଲା। ଟେସ୍‌ଲାର ନିବେଶ ଯୋଜନା ଏବଂ ଭାରତରେ ଏକ ନୂଆ ଫ୍ୟାକ୍ଟ୍ରି ଖୋଲିବା ନେଇ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଥିଲା। ମସ୍କ ଏବଂ ମୋଦି ଶେଷ ଥର ଲାଗି ଜୁନ୍‌ରେ ନ୍ୟୁୟର୍କରେ ଭେଟ ହୋଇଥିଲେ। ଇଲେକ୍ଟ୍ରିକ୍ କାର୍ ଉପରେ ଇମ୍ପୋଟ ଡ୍ୟୁଟି କମ୍ କରିବାକୁ କହିଥିଲେ ମସ୍କ। ସେପଟେ ଭାରତ ଗତ ମାସରେ ଏକ ଇଭି ପଲିସି ଆଣିଛି। ଏହା ଦ୍ଵାରା ଯଦି କୌଣସି କମ୍ପାନୀ ଭାରତରେ ୫୦୦ ମିଲିୟନ୍ ଡଲାର ନିବେଶ କରେ ଏବଂ ଗୋଟିଏ ଫ୍ୟାକ୍ଟ୍ରି ବସାଏ ତେବେ କେତେକ ମଡେଲ ଉପରେ ଆମଦାନୀ ଶୁକ୍ଳ ୧୦୦ ପ୍ରତିଶତରୁ କମାଇ ୧୫ ପ୍ରତିଶତ କରିଦିଆଯିବ। 









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.