ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଯାତ୍ରୀ ଅସନ୍ତୋଷ

Published By : Anindita | May 16, 2024 2:42 PM

ନୂଆଦିଲ୍ଲୀ,୧୬/୫: ପୁଣି ଏୟାର ଇଣ୍ଡିଆରେ ବୋମା ଆତଙ୍କ। ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରେ ଏୟାର ଇଣ୍ଡିଆର ଏକ ବିମାନରେ ବୋମା ରହିଥିବା ଖବର ଜଣାପଡିଥିଲା । ବିମାନର ଶୌଚାଳୟରେ ଟିସୁ ପେପରରେ ବୋମା ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଏହି ବିମାନ ଦିଲ୍ଲୀରୁ ଗୁଜୁରାଟର ବଦୋଦରା ଯାଉଥିଲା । ଏହି ଘଟଣା ପରେ ତଦନ୍ତ କରାଯାଇଥିଲେ ମଧ୍ୟ କୌଣସି ତଥ୍ୟ ମିଳିନଥିଲା । ଏହାପରେ ପୋଲିସ ବୋମା ସମ୍ବନ୍ଧୀୟ ସୂଚନା ଗୁଜବ ବୋଲି ପ୍ରକାଶ କରିଥିଲା ।   

ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ଏହି ନୋଟ ମିଳିବା ପରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଦିଲ୍ଲୀ ପୋଲିସଙ୍କୁ ସୂଚନା ଦିଆଯାଇଥିଲା । ଏଥିସହ ଯାତ୍ରୀଙ୍କୁ ବିମାନରୁ ବାହାରିବା ପାଇଁ  କୁହାଯାଇଥିଲା ।  ଏହାପରେ ବିମାନର ଯାଞ୍ଚ କରାଯାଇଥିଲା ହେଲେ କୌଣସି ତଥ୍ୟ ମିଳି ନ ଥିଲା। ପରେ ଯାତ୍ରୀମାନଙ୍କୁ ଆଉ ଏକ ବିମାନରେ ପଠାଯାଇଥିଲା । ସେହିପରି ଗତ କିଛିଦିନ ପୂର୍ବେ ଦିଲ୍ଲୀର ୧୦ ଟି ହସ୍ପିଟାଲ ଓ ଇନ୍ଦିରାଗାନ୍ଧୀ ଏୟାରପୋର୍ଟକୁ ଇମେଲ ମାଧ୍ୟମରେ ବୋମା ଫୁଟାଇବା ନେଇ ଧମକ ମିଳିଥିଲା । ଦିଲ୍ଲୀ ପୋଲିସ ଯାଞ୍ଚ କରି ଏହି ଧମକକୁ ମିଥ୍ୟା ଗୁଜବ ବୋଲି ପ୍ରକାଶ କରିଥିଲେ। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.