ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୃତ ଝିଅ ପାଇଁ ଜୀବନସାଥୀ ଖୋଜୁଛନ୍ତି ପରିବାର, ଖବରକାଗଜରେ ଦେଲେ ବିଜ୍ଞାପନ

ନୂଆଦିଲ୍ଲୀ ୧୪/୦୫: କର୍ଣ୍ଣାଟକ ଦକ୍ଷିଣ କନ୍ନଡ଼ ଜିଲ୍ଲା ପୁଟ୍ଟୁରର ଏକ ପରିବାର ସ୍ଥାନୀୟ ଖବରକାଗଜରେ ଏକ ଅଜବ ବିଜ୍ଞାପନ ଦେଇଛନ୍ତି । ସେମାନେ ୩୦ ବର୍ଷ ତଳୁ ପରଲୋକ ହୋଇସାରିଥିବା ନିଜ ଝିଅ ପାଇଁ ଜଣେ ଉପଯୁକ୍ତ ଜୀବନସାଥୀ ସନ୍ଧାନ ଲାଗି ସେଥିରେ ଉଲ୍ଲେଖ କରିଛନ୍ତି ଯେପରିକି ‘ପ୍ରେତ ମଦୁଭେ’ ପରମ୍ପରା ପାଳନ କରାଯାଇ ପାରିବ । ଦକ୍ଷିଣ କନ୍ନଡ଼ ଓ ଉଡୁପି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପରମ୍ପରା ବହୁଳ ଭାବେ ପାଳନ କରାଯାଇଥାଏ । ଏହି ସମୟରେ ମୃତ ଆତ୍ମାଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥାଏ । ସପ୍ତାହ ତଳେ ପ୍ରକାଶିତ ଏହି ବିଜ୍ଞାପନରେ କୁଲାଲ ଜାତି ଓ ବାଙ୍ଗେର ଗୋତ୍ରର ପୁଅ ସନ୍ଧାନ କରୁଥିବା ପରିବାର ଉଲ୍ଲେଖ କରିଛି । 

ଝିଅର ୩୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ତେଣୁ ଯଦି ୩୦ ବର୍ଷ ତଳେ ମରିଥିବା ସମାନ ଜାତିର ଜଣେ ପୁଅ ମିଳେ, ତା’ହେଲେ ତାଙ୍କୁ ଏଥିଲାଗି ଅଗ୍ରାଧିକାର ଦିଆଯିବ । ଉଭୟ ପରିବାରର ସହମତିରେ ଆତ୍ମା ବିବାହ ପରମ୍ପରା ପାଳିତ ହେବ ବୋଲି କୁହାଯାଇଛି । ପରିବାରର ଜଣେ ସଦସ୍ୟଙ୍କ ଅନୁସାରେ, ଏହି ବିଜ୍ଞାପନ ପ୍ରକାଶ ପାଇବା ପରଠୁ ଅତି କମ୍‌ରେ ୫୦ ଲୋକ ଆମକୁ ଯୋଗାଯୋଗ କରିଛନ୍ତି । ଆମେ ଖୁବ୍‌ ଶୀଘ୍ର ବିବାହ ଲାଗି ତାରିଖ ସ୍ଥିର କରିବୁ । ଗତ ୫ ବର୍ଷ ହେଲା ଆମେ ଏଥିଲାଗି ଯୋଗ୍ୟ ପ୍ରାର୍ଥୀଙ୍କ ସନ୍ଧାନରେ ଥିଲୁ । ବିଜ୍ଞାପନ ଦେବା ସମୟରେ ଲୋକେ ହୁଏତ ଆମକୁ ଥଟ୍ଟା କରିବେ ବୋଲି ଆମେ ଭାବିଥିଲୁ । କିନ୍ତୁ ଆମର ସୌଭାଗ୍ୟକୁ ବହୁ ଲୋକ ଏ ସଂପର୍କରେ ଜାଣିଛନ୍ତି । ଏହି ପରମ୍ପରା ପାଳନ ଦ୍ୱାରା ବିବାହ ପୂର୍ବରୁ ପରଲୋକଗତ ହୋଇଥିବା ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.