ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଫିସରେ ପଶି ମହିଳା କର୍ମଚାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

କଣାସ,୧୫।୫ ଅଫିସ ଭିତରେ  ମହିଳା କର୍ମଚାରୀଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ପିପିଲି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବତୀ ଜଣକ ହେଉଛନ୍ତି ସ୍ନେହପ୍ରଭା ମିଶ୍ର ।    ଓଡିଶା କୃଷି ଶିଳ୍ପ ନିଗମ ପିପିଲି କାର୍ଯ୍ୟାଳୟରେ କମ୍ପ୍ୟୁଟର କର୍ମଚାରୀ  ଭାବେ ସ୍ନେହପ୍ରଭା ମିଶ୍ର କାର୍ଯ୍ୟ କରୁଛନ୍ତି  । 

ଆଜି ମଧ୍ୟାହ୍ନ ସମୟ ରେ ଆକାଉଣ୍ଟଟାଣ୍ଟ  ଓ ଯୁବତୀ କାର୍ଯ୍ୟାଳୟ ରେ ଥିବା ବେଳେ ଅଫିସର ଅନ୍ୟ କର୍ମଚାରୀ ମାନେ ଖାଇବା ପାଇଁ ଯାଇଥିଲେ ।  ଯୁବତୀର ମୁଣ୍ଡକୁ ହାତୁଡିରେ ଆକ୍ରମଣ କରାଯାଇ ଘର ବାହାର ପଟୁ ଦିଆଯାଇ ଥିଲା । ଘଟଣା ସ୍ଥଳରେ କୌଣସି ସୂତ୍ରରୁ ମହିଳାଙ୍କ ସ୍ବାମୀ ପହଁଚିବା ପରେ ଅଫିସ ପିଅନ ସହାୟତା ରେ ତାଙ୍କୁ ଡାକ୍ତର ଖାନାକୁ ନିଆଯାଇ ଥିଲା । ଘଟଣା ସ୍ଥଳରେ ପିପିଲି ପୋଲିସ ପହଁଚି ତଦନ୍ତ ଜାରି ରଖିଛି। 

ଆହୁରି ପଢନ୍ତୁ : ଜଗନ୍ନାଥପୁରରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.