ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଫେରାର ସସ୍ମିତା ମାଝୀ ଜଗତସିଂପୁରରୁ ଗିରଫ

ମାଲକାନଗିରି/ମାଥିଲି,୩୦/୮ : ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହେବା ପରେ ଫେରାର ହୋଇଯାଇଥିବା ବିଜେଡି ଦଳରୁ ବହିସ୍କୃତ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ଜଗତସିଂପୁରରୁ ମାଥିଲି ପୁଲିସ ଗିରଫ କରି ଆଜି ମାଲକାନଗିରି ଆଣିଛି । ଏହି ଠକେଇର ମାଷ୍ଟରମାଇଣ୍ଡ ଠକ ୪୨୦ ନକଲି ଓ ଏ ଏସ ଅଫିସର ତଥା ବରିଷ୍ଠ ଆଇ ଏ ଏସ ଅଫିସରଙ୍କ ଭାଇ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଯୁବକ ରମେଶ ରାଉତ ଗିରଫ ହେବା ପରେ ତାଙ୍କ  ସହିତ ଠକାମୀରେ ସାମିଲ ଥିବା ମାଥିଲି ବ୍ଲକ ବିଜେଡି ଦଳର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ଓ ଅନ୍ୟ ଜଣେ ଯୁବ ବିଜେଡି ନେତା ଫେରାର ହୋଇଯାଇଥିଲେ।

ବିଜେଡି ଦଳର ବରିଷ୍ଠ ନେତ୍ରୀ ମାଥିଲି ବ୍ଲକ ଜୋନ ୩ର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କ ଠକାମୀର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । ଏହି ଠକାମୀର ଚେର ମାଥିଲିରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲମ୍ବିଥିଲା । ଏହି ଖବର ରାଜ୍ୟ ବିଜେଡି ଦଳ ସୁପ୍ରିମୋ ଜାଣିବା ପରେ ଗତ ତିନିଦିନ ତଳେ ବିଜେଡି ଦଳରୁ ଶ୍ରୀମତୀ ମାଝୀଙ୍କୁ ବହି ସ୍କାର କରିଥିଲେ । ମାଥିଲି ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଫେରାର ହୋଇଥିବା ଦୁଇଜଣଙ୍କୁ ଜୋରଦାର ଖୋଜା ଚଲାଇଥିଲେ । ଶ୍ରୀମତୀ ମାଝୀ ଜଗତସିଂପୁରରେ ଥିବାର ଖବରପାଇ ସେଠାକୁ ସ୍ୱତନ୍ତ୍ର ପୁଲିସ ଟିମ ପହଁଚିଥିଲେ।

ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କୁ ମାଥିଲି ପୋଲିସ ଜଗତସିଂହପୁରରୁ ଗିରଫ କରି ଆଜି ମାଲକାନଗିରି ଆଣିଥିବାର ଜଣାଯାଇଛି। ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସସ୍ମିତା ମାଝୀଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି। ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ଭୁବନେଶ୍ଵରରୁ ଗିରଫ କରିଥିଲା ପୁଲସ। ରମେଶ ନିଜକୁ ଭି.କେ. ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଏଥିରେ ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ବିଜେଡି ଦଳର ଜୀବନ ସାହୁ ଥିବା ଅଭିଯୋଗ ହୋଇଥିଲା।

ଏହି ତିନି ଜଣଙ୍କ କାରନାମାର ଚେର କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଥିବା ତଦନ୍ତରୁ ଜଣାପଡ଼ିଥିଲା। ମାଥିଲି ଥାନାରେ ସେମାନଙ୍କ ନାଁରେ ଏକାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବା ବେଳେ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ଙ୍କୁ ଖୋଜା ଚଲାଇଛି ପୁଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.