ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ସିଟ୍‌ରେ ମତଦାନ

ନୂଆଦିଲ୍ଲୀ ୧୮/୦୫: ୨୦୨୪ ମହାସଂଗ୍ରାମ ପାଇଁ ପ୍ରଚାର ଚରମରେ ପହଞ୍ଚିଛି । ପଞ୍ଚମ ପର୍ଯ୍ୟାୟ ଭୋଟ୍ ସୋମବାର ଦିନ ପଡ଼ିବ । ଏହାର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଶନିବାର ସଂଧ୍ୟାରେ ପ୍ରଚାର ଶେଷ ହେବ । ଏହି ପର୍ଯ୍ୟୟାରେ ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୯ ଲୋକସଭା ଆସନରେ ଭୋଟିଂ ହେବ । ଏନେଇ ପୋଲିଂ ପାର୍ଟି ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ମେସିନ, ଭିଭିପାଟ୍ ଆଜି ସଂଗ୍ରହ କରି ବୁଥ୍ ମୁହାଁ ହେଉଛନ୍ତି । 

ମେ’ ୨୦ ତାରିଖରେ ଉତ୍ତର ପ୍ରଦେଶର ୧୪ ଆସନ, ମହାରାଷ୍ଟ୍ର,ର ୧୩,  ପଶ୍ଚିମବଙ୍ଗର ୭, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଣ ଆସନରେ ମତଦାନ ହେବ । ଏହାଛଡ଼ା ଝାଡ଼ଖଣ୍ଡର ୩, ଜାମ୍ମୁ-କାଶ୍ମୀରର ଏବଂ ଲଦାଖର ଗୋଟିଏ ଲେଖାଏଁ ସିଟ୍ ଭୋଟିଂ ହେବ ।  ପଞ୍ଚମ ପର୍ଯ୍ୟାୟରେ ଯେଉଁ ସବୁ ଆସନରେ ଭୋଟ୍ ହେବ, ସେଠାରେ ୨୦୧୯ ସାଧାରଣ ନିର୍ବାଚନରେ ମୋଟ୍ ୬୨.୦୧ ପ୍ରତିଶତ ଭୋଟିଂ ହୋଇଥିଲା । ପଶ୍ଚିମବଙ୍ଗରେ ସର୍ବାଧିକ ୮୦.୧୩ ପ୍ରତିଶତ ମତଦାନ ହୋଇଥିଲା । ଜାମ୍ମୁ-ଜାଶ୍ମୀରରେ ସର୍ବନିମ୍ନ  ୩୪.୬ ପ୍ରତିଶତ ମତଦାନ ହୋଇଥିଲା ।   

ପଞ୍ଚମ ପର୍ଯ୍ୟାୟରେ ବହୁ ହେଭିଓ୍ବେଟଙ୍କ ଭାଗ୍ୟ ପରୀକ୍ଷା ହେବ । ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିର୍ବାଚନ ଲଢୁଛନ୍ତି । ସେହିପରି ଉତ୍ତରପ୍ରଦେଶର ଚର୍ଚ୍ଚିତ ଆସନ ଅମେଠିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭାଗ୍ୟ ପରୀକ୍ଷା ହେବ । ତାଙ୍କ ବିପକ୍ଷରେ କଂଗ୍ରେସର କେଏଲ ଶର୍ମା ରହିଛନ୍ତି । ସେହିପରି ରାଇବରେଲି ଲୋକସଭା ସିଟରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ରାହୁଲ ଗାନ୍ଧିଙ୍କୁ ଚେକ୍ ଦେଉଛନ୍ତି ଦିନେଶ ପ୍ରତାପ ସିଂହ । ଝାନ୍ସୀ ଆସନରୁ ବିଜେପିର ଅନୁରାଗ ଶର୍ମା ନିର୍ବାଚନ ଲଢ଼ୁଛନ୍ତି । ସେହିପରି ତାଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରଦୀପ୍ ଜୈନ ରହିଛନ୍ତି । ଜାମ୍ମୁ-କାଶ୍ମୀରର ବାରମୂଳା ଆସନରୁ ଉମର ଅବଦ୍ଦୁଲାଙ୍କ ଭାଗ୍ୟ ପରୀକ୍ଷା ହେବ । ଏହାଛଡ଼ା ଓଡ଼ିଶାର ୫ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ,  ଜୁଏଲ ଓରାମ, ସଙ୍ଗିତା କୁମାରୀ ସିଂହଦେଓ, ସୁକାନ୍ତ କୁମାର ପାଣିଗ୍ରାହୀ, ଅନିତା ଶୁଭର୍ଦଶନୀ ରହିଛନ୍ତି ଷ ତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ରହିଛନ୍ତି, ପରିଣିତା ମିଶ୍ର, ଦିଲ୍ଲୀପ ତିର୍କୀ, ସୁରେଶ ଭୋଇ, ଅଚ୍ୟୁତ ସାମନ୍ତ, ରଞ୍ଜିତା ସାହୁ ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.