ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶର ୧ କୋଟି ପରିବାରକୁ ମିଳିବ ୩ଶହ ୟୁନିଟ୍ ମାଗଣା ବିଜୁଳୀ, ଜାଣନ୍ତୁ ପିଏମ ସୂର୍ଯ୍ୟୋଦୟ ଯୋଜନା ବିଷୟରେ...

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଅଭିଭାଷଣରେ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା' ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ଦେଶର ଏକ କୋଟି ପରିବାରକୁ ୩ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ । ଏଥିପାଇଁ ଘର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ । ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କରିଥିଲେ । ଏହାକୁ ଉଲ୍ଲେଖ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀ ବଜେଟରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । 



ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ ଏହି ଯୋଜନା ମାଧ୍ୟମରେ ସରକାର ଏକ କୋଟି ପରିବାରକୁ ଛାତର ସୌର ଶକ୍ତି ସୁବିଧା ଯୋଗାଇ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେମାନେ ପ୍ରତି ମାସରେ ୩ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ । ସେ କହିଛନ୍ତି, "ଛାତ ଉପର ସୋଲାରାଇଜେସନ୍ ମାଧ୍ୟମରେ ୧ କୋଟି ପରିବାର ପ୍ରତିମାସରେ ୩ଶହ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇପାରିବେ । ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାର ଐତିହାସିକ ଦିନରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଏହି ଯୋଜନା ଅଟେ।"

ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ସ୍ଥାୟୀ ଶକ୍ତି ସମାଧାନ ତୁରନ୍ତ ବିଦ୍ୟୁତର ଆବଶ୍ୟକତାକୁ ପୂରଣ କରିବ। ଏହା ସହିତ ଆମର ପରିବେଶ ମଧ୍ୟ ସୁରକ୍ଷିତ ରହିବ । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.