ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ବିଳମ୍ବରେ ଫେରିଲେ ବୋଲି ଗରମ ପାଣି ଛାଟି ଦେଲେ ଅଗ୍ନିଶମ ହାବିଲଦାର, ଗୁରୁତର ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି

ବାଙ୍ଗିରିପୋଷି ୨୬/୮: ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ। ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିଦେଲେ କାର୍ଯ୍ୟରତ ହାବିଲଦାର। 

ସୂଚନା ମୁତାବକ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟାରତ ଅଗ୍ନିଶମ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ରବିବାର ବିଳମ୍ବିତ ସମୟରେ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଥିଲେ । ଏନେଇ ସେଠାରେ କାର୍ଯ୍ୟରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ସେ ଫୁଟିଥିବା ଗରମ ପାଣି ଆଣି ଦୁଷ୍ମନ୍ତଙ୍କ ଉପରକୁ ପିଙ୍ଗି ଦେଇଥିଲେ। ଫଳରେ ତାଙ୍କର ଦୁଇ ଜଙ୍ଘ ଏବଂ ଗୋଡରେ ଗରମ ପାଣି ପଡି ଗୁରୁତର ଆହାତ ହୋଇଥିଲେ । ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ ସାଥୀ କର୍ମଚାରୀମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.