ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଜୋତା ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଜୋତା ନଷ୍ଟ, ଜଣେ ଗୁରୁତର

ବାଲେଶ୍ୱର,୧୪/୧୧: ବାଲେଶ୍ବର ସହରର ଅରଡବଜାରରେ ମଙ୍ଗଳବାର ଜୋତା ଗୋଦାମରେ ନିଆଁ ଲାଗିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ଜୋତା ନଷ୍ଟ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। 

  ସୂଚନା ମୁତାବକ, ନୂଆବଜାରରେ ଅମଜତ ଖାଁଙ୍କର ଏକ ଜୋତା ଦୋକାନ ଥିଲା। ତେବେ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀ ମିଳିତ ଉଦ୍ୟମରେ ନିଆଁ ଆୟତ୍ତ କରିଥିଲେ। ତେବେ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣେ ସ୍ଥାନୀୟ ଯୁବକ ଧୂଆଁ ପାଇଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Copyright © 2022 - Summa Real Media Private Limited. All Rights Reserved.