ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଉତ୍କଳ ହସ୍ପିଟାଲରେ ପ୍ରଥମ ଥର ଜଟିଳ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟର ସଫଳ ଚିକିତ୍ସା, ପ୍ରତ୍ୟାରୋପଣ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍

Published By : Prameya | July 7, 2024 8:59 AM

ଭୁବନେଶ୍ୱର, ୭।୭: ଉତ୍କଳ ହସ୍ପିଟାଲରେ ପ୍ରଥମ ଥର ଜଟିଳ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା ସଫଳତା । ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲରେ ପ୍ରଥମ ଥର ପାଇଁ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ସମ୍ପନ୍ନ ହୋଇଛି । ଏହାମଧ୍ୟରେ ରୋଗୀ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ପୀଡ଼ିତଙ୍କ ନାଁ ବଳରାମ ସ୍ୱାଇଁ ବୋଲି ଜଣାପଡ଼ିଛି । ଓଡ଼ିଶା ଉତ୍କଳ ହସ୍ପିଟାଲରେ ଅନକୋଲୋଜି ବିଭାଗର ବରିଷ୍ଟ ଡ. ସୁଶାନ୍ତ କୁମାର ପାଇକରାୟଙ୍କୁ ଦେଖାକରି ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହାପରେ ତାଙ୍କର ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ଏବଂ ତୁରନ୍ତ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇ ବିଚାରବିମର୍ଶ ପରେ ଏହି ଅପରେସନ୍ ହୋଇଥିଲା । ଏହି ଜଟିଳ ଚିକିତ୍ସାରେ ଉତ୍କଳ ହସ୍ପିଟାଲର ଦକ୍ଷ ଡାକ୍ତରୀ ଟିମ୍ ବିଭାଗୀୟ ମୁଖ୍ୟ ଡ. ରଞ୍ଜନ କୁମାର ମହାନ୍ତି, ଡ. ଚିନ୍ମୟ କୁମାର ପାଣି, ଡ. ସୁଶାନ୍ତ କୁମାର ପାଇକରାୟ, ଡ ବିଶ୍ୱଜିତ୍ ଭୂୟାଁ ଓ ଡ. ବିଶ୍ୱବିକାଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ଓ ସଫଳତାର ସହ ଚିକିତ୍ସା ପଦ୍ଧତିଟିକୁ ସମ୍ପନ୍ନ କରିଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.