ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପ୍ରଥମ ଲୋକସଭା ନିର୍ବାଚନ, ୬୦ କୋଟି ବାଲଟ୍‌ ପେପର୍‌ ଛାପିବାକୁ ଲାଗିଥିଲା ୧୮୦ ଟନ୍‌ କାଗଜ

ନୂଆଦିଲ୍ଲୀ ୦୪/୦୪: ପ୍ରଥମ ସାଧାରଣ ନିର୍ବାଚନ ସମୟରେ ଲୋକସଭା ସହିତ କିଛି କ୍ଷେତ୍ରରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା । ନିର୍ବାଚନ ଆୟୋଗର ନିଷ୍ପତ୍ତି କ୍ରମେ ଲୋକସଭା ନିର୍ବାଚନର ବାଲଟ୍‌ ପେପର୍‌ରେ ଅଲିଭ୍‌ ଗ୍ରୀନ୍‌ ରଙ୍ଗର ଏକ ଚଉଡ଼ା ଭୂଲମ୍ବ ରେଖା ରହିଲା । ବିଧାନସଭା ନିର୍ବାଚନର ବାଲଟ୍‌ ପେପର୍‌ରେ ଏହି ରେଖା ଚକ୍‌ଲେଟ୍‌ ରଙ୍ଗର ହେଲା । ଏ ସମସ୍ତ ବାଲଟ୍‌ ପେପର୍‌ ନାସିକର ସିକ୍ୟୁରିଟି ପ୍ରେସ୍‌ରେ ଛପାଗଲା । ଏହାର ଡିଜାଇନ୍‌ରେ ଯେମିତି କୌଣସି ତ୍ରୁଟି ନ ହେଉ, ସେଥିପ୍ରତି ଖାସ୍‌ ଧ୍ୟାନ ଦିଆଗଲା ।

ବାଲଟ୍‌ ପେପର୍‌ ପାଇଁ ୱାଟରମାର୍କଡ୍‌ ପେପର୍‌ ବ୍ୟବହୃତ ହୋଇଥିଲା । ହାଇଦ୍ରାବାଦର ଅଲ୍‌ୱିନ କମ୍ପାନି ଦ୍ୱାରା ନିର୍ମିତ ବାଲଟ୍‌ ବାକ୍ସରେ ବାଲଟ୍‌ ପେପର୍‌ ଭର୍ତ୍ତି ଲାଗି ମାତ୍ର ୧ ଇଞ୍ଚର ସ୍ଥାନ ଥିଲା । ଏଥିଯୋଗୁ ବାଲଟ୍‌ ପେପର୍‌ର ଚଉଡ଼ା କମ୍‌ କରାଗଲା । କୌଣସି ବାଲଟ୍‌ ପେପର୍‌ରେ ପ୍ରାର୍ଥୀଙ୍କ ନାଁ ଛପା ହୋଇନଥିଲା । ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଅଲଗା ରଙ୍ଗର ବାଲଟ୍‌ ବାକ୍ସ ରଖାଯାଇଥିଲା । ବାକ୍ସ ଉପରେ ପ୍ରାର୍ଥୀଙ୍କ ନାମ ଓ ନିର୍ବାଚନ ଚିହ୍ନ ଲଗାଯାଇଥିଲା । 

ପ୍ରଥମ ସାଧାରଣ ନିର୍ବାଚନରେ ୬୦ କୋଟି ବାଲଟ୍‌ ପେପର୍‌ ଛାପିବାକୁ ୧୮୦ ଟନ୍‌ କାଗଜ ବ୍ୟବହୃତ ହୋଇଥିଲା । ଏଥିରେ ପ୍ରାୟ ୧୦.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବାଲଟ୍‌ ପେପର୍‌ ପାଇଁ କିଛି ସ୍ଥାନରେ ଗଡ଼ବଡ଼ ମଧ୍ୟ ହୋଇଥିଲା । କିଛି ଭୋଟର ଲୋକସଭା ଓ ବିଧାନସଭା ନିର୍ବାଚନର ବାଲଟ୍‌ ପେପର୍‌ରେ ଅନ୍ତର ଜାଣିପାରିଲେ ନାହିଁ । କିଛି ପୋଲିଂ ବୁଥ୍‌ରେ ଆଲୋକର ଉଚିତ୍‌ ପ୍ରବନ୍ଧନ ନ ଥିବାରୁ ଏହି ସମସ୍ୟା ହୋଇଥିଲା । ଏହି ତ୍ରୁଟି ପରେ ପରବର୍ତ୍ତୀ ନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ ଲୋକସଭା ଓ ବିଧାନସଭା ନିର୍ବାଚନର ବାଲଟ୍‌ ପେପର୍‌ ଡିଜାଇନ୍‌ରେ ପରିବର୍ତ୍ତନ କଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.