ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୫ ଜୁନ୍‌ରୁ ଆରମ୍ଭ ହେବ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ; ନିର୍ବାଚିତ ହେବେ ଅଧ୍ୟକ୍ଷ, ଦୁଇଦିନ ଶପଥ ଗ୍ରହଣ

Image source: TV9

ନୂଆଦିଲ୍ଲୀ,୦୮/୦୬: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୧୫ ରୁ ଆରମ୍ଭ ହୋଇପାରେ। ସୂତ୍ରରୁ ପ୍ରକାଶ ଯେ ଗୃହର ସଦସ୍ୟ ଭାବରେ ନବ ନିର୍ବାଚିତ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ସହିତ ପ୍ରଥମ ଅଧିବେଶନ ଜୁନ୍ ତୃତୀୟ ସପ୍ତାହରେ ଆରମ୍ଭ ହେବ। କୁହାଯାଉଛି ଯେ, ଶପଥ ଗ୍ରହଣ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ, ଏହା ପରେ ନୂତନ ବାଚସ୍ପତି ନିର୍ବାଚିତ ହେବେ। ସୂତ୍ରରୁ ପ୍ରକାଶ ଯେ ଏହାର ପରଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକରେ ସମ୍ବୋଧିତ କରିବେ ଏବଂ ଏହି ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ।

ଅଧିବେଶନର ତାରିଖ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନୂତନ କେନ୍ଦ୍ର କ୍ୟାବିନେଟ ଗ୍ରହଣ କରିବ। ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଉଭୟ ଗୃହରେ ମଧ୍ୟ ପରିଚିତ କରାଇବେ। ଏହି ଅଧିବେଶନ ଜୁନ୍ ୨୨ ରେ ଶେଷ ହେବାର ସମ୍ଭାବନା ଅଛି। ମୋଦୀ କ୍ୟାବିନେଟର ପରାମର୍ଶ କ୍ରମେ ରାଷ୍ଟ୍ରପତି ଜୁନ୍ ୫ ତାରିଖରେ ୧୭ ତମ ଲୋକସଭାକୁ ଭଙ୍ଗ କରିଥିଲେ। ଏଥି ସହ ରବିବାର ମୋଦୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ରହିଛି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ।

ଶପଥ ଗ୍ରହଣ ପରେ ତୁରନ୍ତ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଶୁକ୍ରବାର ଏନଡିଏ ବୈଠକରେ ମୋଦୀ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ଏନଡିଏ ମୋଦୀଙ୍କ ନାଁରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ ପତ୍ର ଦାଖଲ କରିଥିଲା। ରାଷ୍ଟ୍ରପତି ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ନିଯୁକ୍ତ କରିଛନ୍ତି। ରାଜନାଥ ସିଂହ ମୋଦୀଙ୍କ ନାଁକୁ ପ୍ରସ୍ତାବ ଦେଇଥିଲେ। ଏଥର ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ୫୪୩ ଟି ମଧ୍ୟରୁ ବିଜେପି ୨୪୦ ଟି ସିଟ୍ ଜିତିଛି, ଯାହାକି ୨୭୨ ମ୍ୟାଜିକ୍ ନମ୍ବର ଠାରୁ କମ୍ ଅଟେ। ତେବେ ୨୯୩ ଟି ଆସନ ଜିତି ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.