ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏଠି ୧୪ରୁ କମ୍‌ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌, ଘୋଷଣା କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ ୨୮/୦୩: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍‌ ବୟସର ପିଲା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍‌ ଡି ସେଣ୍ଟିସ୍‌ ଏହି ବିଲ୍‌ରେ ମୋହର ମାରିଛନ୍ତି । ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୫ ମସିହାରୁ ଏହି ନିୟମ ଲାଗୁ ହେବ । ନିୟମ ଅନୁସାରେ, ଫ୍ଲୋରିଡାରେ ୧୪ରୁ ୧୫ ବର୍ଷ ବୟସର ପିଲା ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ବ୍ୟବହାର ସେତେବେଳେ କରିପାରିବେ, ଯଦି ସେମାନଙ୍କ ଅଭିଭାବକ ଏହାର ଲିଖିତ ମଞ୍ଜୁରି ପ୍ରଦାନ କରିବେ । ୧୪ରୁ କମ୍‌ ବୟସ୍କ ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରିବାକୁ କମ୍ପାନିଗୁଡ଼ିକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ୟୁଜର୍‌ଙ୍କ ବୟସ ଯାଞ୍ଚ୍‌ ପରେ ଆକାଉଣ୍ଟ୍‌ ଆକ୍ଟିଭ୍‌ କରିବାକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି କୌଣସି କମ୍ପାନି ୧୪ରୁ କମ୍‌ ବୟସ୍କ ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଡିଲିଟ୍‌ ନ କରେ, ତେବେ ସେହି ପିଲାକୁ ୧୦ ହଜାର ଡଲାର ଜରିମାନା ଦେବାକୁ ପଡ଼ିବ । ଏଥିସହ ଉକ୍ତ କମ୍ପାନି ଉପରେ ମଧ୍ୟ ୫୦ ହଜାର ଡଲାର ଜରିମାନା ଲାଗୁ ହୋଇପାରେ । ଫ୍ଲୋରିଡା ରାଜ୍ୟ ସରକାର ଆସନ୍ତା ବର୍ଷ ଜାନୁଆରୀରେ ଏହି ନିୟମ ଲାଗୁ କରିବେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଫ୍ଲୋରିଡାର ରିପବ୍ଲିକାନ୍‌ ସିନେଟର ପଲ ରିନର୍‌ କହିଛନ୍ତି, ଏହି ବିଲ୍‌କୁ ପାସ୍‌ କରାଇବା ମୋର ସ୍ୱପ୍ନ ଥିଲା । ଯେଉଁ ବୟସରେ ପିଲାଙ୍କ ମସ୍ତିଷ୍କର ବିକାଶ ହୁଏ, ସେହି ବୟସରେ ସେମାନେ ସୋସିଆଲ ମିଡିଆ ନିଶାରେ ପଡୁଛନ୍ତି । ଏଥିରୁ ରକ୍ଷା ପାଇବା ଅତ୍ୟନ୍ତ ଜରୁରୀ । ସୋସିଆଲ ମିଡିଆର ବ୍ୟବହାର ପିଲାଙ୍କ ମସ୍ତିଷ୍କ ଉପରେ କି ପ୍ରଭାବ ପକାଉଛି, ସେ ବିଷୟରେ ଏହି ବିଲ୍‌ରେ ସ୍ପଷ୍ଟ ଉଲ୍ଲେଖ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.