ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିତିଲାଣି ୨ ଦିନ; ଜଳୁଛି ଆଠମଲ୍ଲିକ ଜଙ୍ଗଲ, ୪୦ ଡିଗ୍ରୀ ଖରା ତାତି ସାଙ୍ଗକୁ ଜଙ୍ଗଲ ନିଆଁ କରୁଛି କଲବଲ

ଆଠମଲ୍ଲିକ, ୬।୬ : ନିଆଁର ଆଁରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଜଙ୍ଗଲ । ଦୁଇ ଦିନ ହେଲା ଜଳୁଛି ଆଠମଲ୍ଲିକ ରେଞ୍ଜ କୁକୁଡ଼ାଦର ଜଙ୍ଗଲ । ଗୋଟିଏ ପରେ ଗୋଟିଏ ଜଙ୍ଗଲ ଜଳୁଛି । ଜଙ୍ଗଲ ନିଆଁକୁ କର୍ମଚାରୀ ଅଣଦେଖା କରୁଛନ୍ତି । ପଚାରିଲେ ଆମେ ନିଆଁ ଲିଭାଉଛୁ କହି ଚାଲିଯାଉଛନ୍ତି । ରେଞ୍ଜ ଅଫିସରେ ନାଁ ରହୁଛନ୍ତି ରେଞ୍ଜ ନାଁ କର୍ମଚାରୀ । ଜଙ୍ଗଲ ନିଆଁ କେମିତି ଲିଭିବ ତାର ଉତ୍ତର କାହା ପାଖରେ ନାହିଁ । ଦୁଇଦିନ ହେଲା ଆଠମଲ୍ଲିକ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି । ୪୦ ଡିଗ୍ରୀ ଖରା ତାତି ସାଙ୍ଗକୁ ଜଙ୍ଗଲ ନିଆଁ ଆଠମଲ୍ଲିକବାସୀଙ୍କୁ କଲବଲ କରୁଛି । ମୂଲ୍ୟବାନ ଗଛଲତା ସବୁ ଜଙ୍ଗଲ ନିଆଁରେ ଜଳିପୋଡ଼ି ଧ୍ୱଂସ ହୋଇଯାଉଛି । 

ଏନେଇ ଆଠମଲ୍ଲିକ ରେଞ୍ଜ ଅଫିସରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ମାତ୍ର ସେଠାରେ କେହି ରହୁ ନଥିବାରୁ ବିଭାଗୀୟ ପ୍ରତିକ୍ରିୟା ମିଳିପାରିଲାନାହିଁ । ଅନ୍ୟ ପକ୍ଷରେ ଜଙ୍ଗଲ ନିଆଁ ଲିଭାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଆଠମଲ୍ଲିକ ରେଞ୍ଜ ଅଫିସରେ ରେଞ୍ଜର କି କର୍ମଚାରୀଙ୍କ ଦେଖା ନମିଳିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଜଙ୍ଗଲ ନିଆଁ କେବେ ଲିଭୁଛି ତାହା ଦେଖିବାକୁ ବାକି ରହିଲା । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.