ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସୁନାରାମ ସିଂଙ୍କ ପରଲୋକ

ନୀଳଗିରି -୧୭/୩ :ନୀଳଗିରି ମାଟିର ସୁଯୋଗ୍ୟ ସନ୍ତାନ, ଭାରତ ଛାଡ଼ ଆନ୍ଦୋଳନର ମହାନାୟକ, ନୀଳଗିରି ଗଡ଼ଜାତ ଆନ୍ଦୋଳନର ଜଣେ କର୍ଣ୍ଣଧାର ତଥା ପ୍ରଚଣ୍ଡ ଧିସମ୍ପନ୍ନ ସ୍ଵାଧୀନତା ସଂଗ୍ରାମୀ ସୁନାରାମ ସିଂଙ୍କ (୧୦୧)  ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି।

 ୧୯୨୪ମସିହା ଏପ୍ରିଲ ମାସ ୧୬ତାରିଖରେ ବର୍ତ୍ତମାନର ଜାମୁଡିହା ପଞ୍ଚାୟତ ଗୋଡ଼ିଶୂଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ଖୁବ୍ ମେଧାବୀ ଛାତ୍ର ଭାବରେ ରେମୁଣା ହାଇସ୍କୁଲରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ପରେ ଲୋକସମ୍ପର୍କ ବିଭାଗରେ କିଛିଦିନ ପାଇଁ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ଦେଶ ମାତୃକା ପ୍ରେମରେ ଉଦବୁଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏପରିକି ଦେଶପ୍ରେମ ତାଙ୍କୁ ଏପରିଭାବରେ ଉଦବୁଦ୍ଧ କରିଥିଲା ଯେ ସାଇକେଲରେ ରାଞ୍ଚି ପର୍ଯ୍ୟନ୍ତ ଯାଉଥିଲେ। 

 ୧୯୪୮ମସିହାରେ ନୀଳଗିରି ଗଡ଼ଜାତ ଆନ୍ଦୋଳନର ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ଦେଶ ସ୍ବାଧୀନ ପରେ ସେ ଜନସେବାରେ ନିଜକୁ ନିୟୋଜିତ କରି ସେତେବେଳର ଅବିଭକ୍ତ ଜଡିଦା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜନସେବାରେ ନିୟୋଜିତ ଥିଲେ।  ତାଙ୍କ ମୃତ୍ୟୁ ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।ସେହିପରି ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେଡିନେତା ସନ୍ତୋଷ ଖଟୁଆ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.