ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ୍‌: କୋର୍ଟକୁ ଓହ୍ଲାଇବେ କାର୍ଲୋସ ଅଲ୍‌କାରାଜଙ୍କ ସମେତ ବହୁ ଷ୍ଟାର ଖେଳାଳି

ପ୍ୟାରିସ୍‌,୨୬/୦୫: ଆଜିଠୁ ହେବ ସିଜନର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍‌ ଫ୍ରେଞ୍ଚ ଓପନ । ପୂର୍ବତନ ଚାମ୍ପିଅନ୍‌ କାର୍ଲୋସ ଅଲ୍‌କାରାଜଙ୍କ ସମେତ ବହୁ ତାରକା ଖେଳାଳି ଅଭିଯାନ ଆରମ୍ଭ କରିବେ । ୪ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ନାଓମି ଓସାକା ପ୍ରଥମ ମ୍ୟାଚ୍‌ ଖେଳିବେ । ସେ ଲୁସିଆ ବ୍ରୋଞ୍ଜେଟିଙ୍କୁ ଭେଟିବେ । ଅନ୍ୟ ଟପ୍‌ ସିଡେଡ ଖେଳାଳିଙ୍କ ମଧ୍ୟରେ ନବମ ସିଡ୍‌ ଜେଲେନା ଓଷ୍ଟାପେଙ୍କୋ ଫ୍ରାନ୍ସର ଜାକଲିନ ଖ୍ରୀଷ୍ଟିଆନଙ୍କୁ ଭେଟୁଥିବାବେଳେ ବାର୍ବରା କ୍ରେସିକୋଭା ସ୍ୱିଜରଲାଣ୍ଡର ଭିକ୍ଟୋରିଜା ଗୋଲୁବିକଙ୍କୁ ସାମ୍ନା କରିବେ । କ୍ରେସିକୋଭା ୨୦୨୧ରେ ଚାମ୍ପିଅନ୍‌  ଆଖ୍ୟା ଅର୍ଜନ କରିଥିଲେ ।

ଚଳିତ ସିଜନରେ କ୍ରେସିକୋଭା ମାତ୍ର ୩ଟି ମ୍ୟାଚ୍‌ ଖେଳିଛନ୍ତି । ପିଠି ଯନ୍ତ୍ରଣା ଯୋଗୁଁ ସେ ଅନେକ ଟୁର୍ଣ୍ଣାମେଣ୍ଟ ଖେଳିପାରି ନଥିଲେ । ମାତ୍ର ବର୍ତ୍ତମାନ ସେ ଫିଟ୍‌ ଅଛନ୍ତି ଟାଇଟଲ  ଦାବିଦାର ରୂପେ ଗଣା ହେଉଛନ୍ତି । ସେହିପରି  ଓଷ୍ଟାପେଙ୍କୋ ୨୦୧୭ରେ ଫ୍ରେଞ୍ଚ ଓପନ ଚାମ୍ପିଅନ୍‌ ହୋଇଥିଲେ ।  କ୍ଲେ କୋର୍ଟରେ ସେ ସର୍ବଦା  ଚମକପ୍ରଦ ପ୍ରଦର୍ଶନ କରିଛନ୍ତି । ପୁରୁଷ ବର୍ଗରେ ତୃତୀୟ ସିଡ୍‌  ଅଲକାରାଜ ରବିବାର ଜେଜେ ଉଲ୍ଫଙ୍କୁ ଭେଟିବେ । ଗତ ବର୍ଷ ସେ ଜୋକୋଭିକଙ୍କ  ଠାରୁ ପରାଜିତ ହୋଇ ଟାଇଟଲ ଦୌଡ଼ରୁ  ବାଦ ପଡ଼ିଥିଲେ । ମାତ୍ର ଏଥର କ୍ଲେ କୋର୍ଟରେ ଚମକ ଦେଖାଇବାକୁ ସେ ପ୍ରସ୍ତୁତ ରହିଛନ୍ତି ।  

ସେହିପରି ଦୁଇ ପ୍ରସିଦ୍ଧ ଭେଟେରାନ ଷ୍ଟାନିସ୍ଲାସ  ୱାରିଙ୍କା ଓ ଆଣ୍ଡି ମରେ ରବିବାର ସାମ୍ନା  ସାମ୍ନି ହେବେ । ଅନ୍ୟମାନଙ୍କ ମଧ୍ୟରେ ଷଷ୍ଠ  ସିଡ୍‌ ଆନ୍ଦ୍ରେ ରୁବଲେଭ ପ୍ରଥମ ରାଉଣ୍ଡ୍‌ରେ  ଟାରୋ ଡାନିଏଲଙ୍କୁ ଭେଟୁଥିବାବେଳେ  ଅଷ୍ଟମ ସିଡ୍‌ ହ୍ୟୁବର୍ଟ ହର୍କାଜ ଜାପାନର  ସିନ୍ତାରୋ ମୋଚିଜୁକିଙ୍କୁ ସାମ୍ନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.