ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଜି-୨୦ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ‘ଭାରତ’, କଂଗ୍ରେସ କହିଲା-ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ’

ନୂଆଦିଲ୍ଲୀ,୫।୯: ଜି-୨୦ ସମ୍ମିଳନୀ ପୂର୍ବରୁ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସର ବଡ ଅଭିଯୋଗ। ପାର୍ଟି ମହାସଚିବ ଜୟରାମ ରମେଶ ଦାବି କରିଛନ୍ତି ଜି-୨୦ ସମ୍ମିଳନୀ ପାଇଁ ୯ ସେପ୍ଟେମ୍ବରରେ ହେବାକୁ ଥିବା ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ ପତ୍ର ରାଷ୍ଟ୍ରପତି ଭବନ ପକ୍ଷରୁ ପଠାଯାଇଛି, ଏଥିରେ ସାଧାରଣ ଭାବରେ ବ୍ୟବହାର ହେଉଥିବା ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’କୁ ବଦଳାଇ ଦିଆଯାଇଛି। ରମେଶ କହିଛନ୍ତି, ଏଥିରେ ଇଣ୍ଡିଆ ଶବ୍ଦକୁ ହଟାଇ ଦିଆଯାଇ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ର ବ୍ୟବହାର କରାଯାଇଛି।

ଜୟରାମ ରମେଶ ଟ୍ବିଟ୍‌ କରି କହିଛନ୍ତି, କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟର(ଏକ୍ସ)ରେ ଲେଖିଛନ୍ତି ଯେ, ‘ଏହି ଖବର ବାସ୍ତବରେ ସତ୍ୟ। ସେପ୍ଟେମ୍ବର ୯ ରେ ହେବାକୁ ଥିବା ଜି -୨୦ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଯେଉଁ ନିମନ୍ତ୍ରଣ ପତ୍ର ପଠାଯାଇଛି ସେଥିରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି।ସମ୍ବିଧାନର ଅନୁଚ୍ଛେଦ ୧ରେ କୁହାଯାଇଛି ଭାରତ, ଯାହାକି ଇଣ୍ଡିଆ ଥିଲା, ତାହା ରାଜ୍ୟ ଗୁଡିକର ସଂଘ, କିନ୍ତୁ ଏବେ ତେ ରାଜ୍ୟ ଗୁଡିକର ସଂଘ ଉପରେ ଆକ୍ରମଣ କରାଯାଉଛି। ’


ଏହି ପୁରା ବିବାଦ ଉପରେ କଂଗ୍ରେସ ନେତା ଶଶି ଥରୁରଙ୍କ ମଧ୍ୟ ବୟାନ ଆସିଛି। ସେ କହିଛନ୍ତି, ଏମିତି ବି ଇଣ୍ଡିଆକୁ ଭାରତ ଡାକିବା ଉପରେ କୌଣସି ସମ୍ବିଧାନିକ ଆପତ୍ତି ନାହିଁ। ଏହା ଦେଶର ଦୁଇଟି ନାଁ ଭିତରୁ ଗୋଟିଏ। ମୁଁ ଆଶା କରୁଛି ସରକାର ଏତେ ବୋକା ନୁହେଁ ଯେ, ଇଣ୍ଡିଆର ନାଁକୁ ପୁରା ହଟାଇ ଦେବେ, ଯାହା ବହୁ ବର୍ଷ ହେବ ତିଆରି ହୋଉଥିବା ବ୍ରାଣ୍ଡ ଭ୍ୟାଲୁ। ଆମେ ଦୁହେଁ ହିଁ ନାଁର ବ୍ୟବହାର ଜାରି ରଖିବା ଦରକାର। ଗୋଟିଏ ନାଁ ଯାହାକି ପୁରା ଦୁନିଆର ପରିଚୟରେ ଜଣାଯାଏ।

ଅନ୍ୟପକ୍ଷେ କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ ସମ୍ବିଧାନରେ ସଂଶୋଧନ କରି ଇଣ୍ଡିଆର ନାଁ ବଦଳାଇବାର ଆଲୋଚନା ଉପରେ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଇଣ୍ଡିଆ ଶବ୍ଦକୁ ଏମାନେ ଡରି ଗଲେ। କ’ଣ ସେମାନେ ଏତେ ତଳକୁ ଖସି ଯିବେ ଯେ, ସମ୍ବିଧାନ ବଦଳାଇ ଦେବେ ? ସମ୍ବିଧାନରେ ଲେଖା ଅଛି, ଇଣ୍ଡିଆ ଦ୍ୟାଟ୍‌ ଇଜ୍ ଭାରତ...।’ ବିଜେପି ଭିତରର ଭୟ ମୋଦି ଜୀଙ୍କ ଭୟ ଦେଖାଉଛି। ଏପଟେ ଭାରତର ଗଠନ ହେଲା ଅନ୍ୟପକ୍ଷେ ବିଜେପି ନିଜର ଜିନିଷ ପତ୍ର ବାନ୍ଧିବା ଆରମ୍ଭ କରିଦେଲା... ଆପଣ ‘ଇଣ୍ଡିଆ’ ଶବ୍ଦକୁ ପୃଥିବୀ ପୃଷ୍ଠରୁ ହଟାଇ ପାରିବେନି। ଆମେ ନିଜର ଭାରତ ଓ ଇଣ୍ଡିଆ ଉପରେ ଗର୍ବିତ।

ଏହା ଭିତରେ ସୋସିଆଲ ମିଡିଆରେ ଜି-୨୦ ନିମନ୍ତ୍ରଣ ସମ୍ପର୍କୀତ ଫଟୋ ଭାଇରାଲ ହେଉଛି। ଏଥିରେ ଅଶୋକ ସ୍ତମ୍ବର ତଳେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆର ସ୍ଥାନରେ ପ୍ରେସିଡେଣ୍ଟ ଅଫ୍ ଭାରତ ଶବ୍ଦର ବ୍ୟବହାର କରାଯାଇଛି। ନିମନ୍ତ୍ରଣ ଜି-୨୦ ସମ୍ମିଳନୀ ପୂର୍ବର ଦିନ ଡିନର ଅର୍ଥାତ ୯ ସେପ୍ଟେମ୍ବରର ରହିଛି। ତେବେ ଏହି ଫଟୋ ପ୍ରକାଶ କରାଯାଇ ନାହିଁ।

india
president india

Copyright © 2022 - Summa Real Media Private Limited. All Rights Reserved.