ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ଝାରପଡ଼ା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ଓ ନିଶାଦ୍ରବ୍ୟ ଚାଲାଣ ଘଟଣା : ୨ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର, ୨୨/୦୩ : ଭୁବନେଶ୍ୱର ଝାରପଡ଼ା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ଓ ନିଶାଦ୍ରବ୍ୟ ଚାଲାଣ ଘଟଣା। ୨ ଜେଲ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ଜଣେ ୱାର୍ଡରକୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବଦଳି କରାଯାଇଛି । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣାଙ୍କୁ ନିଲମ୍ବିତ କରାଯାଇଛି। ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିବା ସତ୍ୱେ ପ୍ରଭାତ ଚକରା ବାରିକକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗରେ ସସପେଣ୍ଡ୍ ହୋଇଛନ୍ତି। ଚକରା ଉପରେ ନଜର ନରଖି ତାକୁ ଖୋଲା ଛାଡିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି।

ସେହିପରି ନାଇଟ୍ ଡ୍ୟୁଟିରେ ଥିବା ମଙ୍ଗୁଳି ସେଠି, ଚିଫ୍ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ନିଶାଦ୍ରବ୍ୟ କାରବାର ଏବଂ ନାଇଟ ଡ୍ୟୁଟିରେ ଥିଲା ବେଳେ, ନିଶାଦ୍ରବ୍ୟ କେମିତି ଜେଲ ଭିତରକୁ ଆସିଲା, ଆଉ ବାରମ୍ବାର ଜେଲ ସର୍ଚ୍ଚ ପରେ ବି ପୁଲିସ କେମିତି ନିଶାଦ୍ରବ୍ୟ ମିଳିନଥିଲା ସେନେଇ କାର୍ଯ୍ୟାନୁଷ୍ଠାନ ହୋଇଛି। ଆଡମିନିଷ୍ଟ୍ରେଟିଭ ଗ୍ରାଉଣ୍ଡ ଏବଂ ଡ୍ୟୁଟିରେ ଅବହେଳା ପାଇଁ କାର୍ଯ୍ୟନୁଷ୍ଠାନ ହୋଇଛି।  ସିସିଟିଭି ଫୁଟେଜରୁ ଦୋଷ ତ୍ରୁଟି ସ୍ପଷ୍ଟ ହୋଇଛି।

ସୂଚନାନୁଯାୟୀ, ଗତ ୧୭ ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ। ବୁଧବାର ଡିସିପିଙ୍କ ନେତୃତ୍ୱରେ ଦେଢ଼ ଶହ ଜଣିଆ ଏକ ଟିମ୍‌ ଜେଲ୍‌ରେ ଚଢ଼ଉ କରିଥିଲା । ଏହି ସମୟରେ ଜେଲ୍‌ ଭିତରୁ ଗଞ୍ଜେଇ, ବିଡ଼ି, ସିଗାରେଟ୍‌, ଲାଇଟର୍‌, ଚିଲମ୍‌, ଦିଆସିଲି, ଗୁଟ୍‌ଖା ଓ ଖଇନି ଭଳି ଅନେକ  ଆପତ୍ତିଜନକ ଜିନିଷ ଜବତ ହୋଇଥିଲା। ଯାହା  ମାଟି ତଳେ ପୋତା ହୋଇଥିଲା। ଜେଲ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଆଇଜି ଓ ଅନ୍ୟ ଜଣେ ସିନିୟର ଜେଲ ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.