ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ନିୟମଗିରିରେ ନିୟମ ଉଲ୍ଲଂଘନ: ୮ କିମି ଦୂରରେ ବୁଥ୍‌, ପ୍ରଭାବିତ ହୋଇପାରେ ଡଙ୍ଗରିଆ ଭୋଟ୍‌

ରାୟଗଡ଼ା,୧୩/୦୪: ଜିଲ୍ଲାରେ ସଠିକ୍‌ ନିର୍ବାଚନ ପରିଚାଳନା ଦିଗହରା ହୋଇଛି । ସର୍ବାଧିକ ୩ କିମି ମଧ୍ୟରେ ବୁଥ୍‌ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ଅଥଚ ଡଙ୍ଗରିଆ କନ୍ଧ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗାଁଠାରୁ ୮ କିମି  ଦୂରରେ ସ୍ଥାପନ କରାଯାଇଛି ବୁଥ୍‌ ।  ଏଭଳି ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ୍‌ ଅଧୀନ ନିୟମଗିରି ପାହାଡ଼ରେ  ଥିବା ସକଟା ଗାଁରେ । ଡଙ୍ଗରିଆ  ଅଞ୍ଚଳରେ ଶତପ୍ରତିଶତ ଭୋଟ  ଗ୍ରହଣରେ ଏହା ପ୍ରଭାବ ପକାଇବ  ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ  କରିଛନ୍ତି ବୁଦ୍ଧିଜୀବୀ । ଜିଲ୍ଲା  ପ୍ରଶାସନ ଏ ଦିଗରେ ତୁରନ୍ତ  ପଦକ୍ଷେପ ନେବାକୁ ଦାବି କରିଛନ୍ତି ।  

ମିଳିଥିବା ସୂଚନା ଅନୁଯାୟୀ,  ମୁନିଗୁଡ଼ା ବ୍ଲକ୍‌ ଅଧୀନରେ ଥିବା  ନିୟମଗିରି ପାହାଡ଼ରେ ବସବାସ  କରୁଥିବା ୧୫ଟି ଗାଁର ଭୋଟରଙ୍କ  ପାଇଁ ସକଟା ଉଚ୍ଚପ୍ରାଥମିକ  ସ୍କୁଲ୍‌ରେ ବୁଥ୍‌ କରାଯାଇଛି ।  ସକଟା, ନାରଙ୍ଗବାଡ଼ି, କୋଟା,  ଆଡ଼ପଙ୍ଗା, ଉପରମୁଣ୍ଡା,  ପେନୁବାଲି, ବୋଟୁମୁଣ୍ଡା, ସର୍ଗିପାଇ,  ଗଲଗଲା, ଗାପାଇ, ଆମ୍ବାଧୁନି,  ଗରଟା, କାଠଗଡ଼ା, ସଲପଝୁଲା  ଓ ଗାଇଲଙ୍ଗା ଆଦି ଗାଁର ମୋଟ  ୮୨୫ ଡଙ୍ଗରିଆ ଭୋଟର ଏଠି  ନିଜର ମତଦାନ ସାବ୍ୟସ୍ତ କରିବେ ।  

ସେମାନଙ୍କ ମଧ୍ୟରେ ଅଛନ୍ତି  ୩୨୬ ପୁରୁଷ ଓ ୪୯୯ ମହିଳା  ଭୋଟର । ଏହି ବୁଥ୍‌ଠାରୁ ଆମ୍ବାଧୁନି  ଗାଁର ଦୂରତା ୮ କିମି । ସେହିଭଳି ଗଲଗଲା ଗାଁ ୫କିମି ଦୂରରେ  ରହିଛି । ଗ୍ରୀଷ୍ମପ୍ରବାହ ସମୟରେ  ମତଦାନ ହେଉଥିବାରୁ ଲୋକ  ଏତେ ଦୂରକୁ ଯାଇ କିପରି ଭୋଟ୍‌ ଦେବେ, ତାକୁ ନେଇ ଉଦ୍‌ବେଗ  ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।  ବୁଥ୍‌ ସ୍ଥାପନ ବେଳେ ଲୋକଙ୍କ  କଥା ବିଚାରକୁ ନିଆଯାଇ ନ ଥିବା  ଅଭିଯୋଗ କରିଛନ୍ତି । ଆମ୍ବାଧୁନି  ଗାଁକୁ ପକ୍କାରାସ୍ତା ନାହିଁ । ପାଦଚଲା  ରାସ୍ତା ହିଁ ଏକମାତ୍ର ଭରସା । ଗାଁକୁ  କୌଣସି ଗାଡ଼ିମୋଟର ଯାଇପାରୁନି ।  

ଏଭଳି ଅବସ୍ଥାରେ ଭୋଟର କିଭଳି  ଆସିବେ ତାହା ବିରାଟ ପ୍ରଶ୍ନବାଚୀ ।  ବରିଷ୍ଠ ମତଦାତାମାନେ ବୁଥ୍‌ରେ  ପହଞ୍ଚିବାରେ ସମସ୍ୟା ହେବ  ବୋଲି ଲୋକେ କହିଛନ୍ତି । କେବଳ  ଭୋଟଦାନ ସମୟର କଥା ନୁହଁ ।  ନିୟମଗିରି ପାହାଡ଼ରେ ଥିବା ଗାଁ  ଗୁଡ଼ିକର ବିକାଶ କାଗଜ କଲମରେ  ସୀମିତ ରହିଛି । ପକ୍କାରାସ୍ତା ନ  ଥିବାରୁ ଡଙ୍ଗରିଆକନ୍ଧ ସମ୍ପ୍ରଦାୟର  ଲୋକେ ନାହିଁ ନ ଥିବା ଅସୁବିଧାର  ସମ୍ମୁଖୀନ ହେଉଛନ୍ତି । ରାସ୍ତା  ନ ଥିବାରୁ ଅନ୍ୟାନ୍ୟ ସରକାରୀ  ସୁବିଧା ମଧ୍ୟ ପହଞ୍ଚିବାରେ ସମସ୍ୟା  ହେଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ  ତୁରନ୍ତ ଦୃଷ୍ଟି ଦେବା ଦରକାର ବୋଲି  ଦାବି କରିଛନ୍ତି ଅଞ୍ଚଳବାସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.