ପ୍ରମୁଖ ଖବର
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ

ନୂଆଦିଲ୍ଲୀ,୧୯/୦୪: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ ଆସନରେ ଭୋଟ୍‌ ଗ୍ରହଣ ଆରମ୍ଭ । ଏଥିସହ ଅରୁଣାଚଳ ପ୍ରଦେଶର ୬୦ ଓ ସିକିମ୍‌ର ୩୨ ବିଧାନସଭା ଆସନରେ ମଧ୍ୟ ଏକସଙ୍ଗେ ମତଦାନ ଅନୁଷ୍ଠିତ ହେଉଛି  । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପୋଲିଂ ବୁଥ୍‌ଗୁଡ଼ିକ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜି ୧୦୨ ଲୋକସଭା ଆସନରେ ଭୋଟିଂ ହେବାକୁ ଯାଉଛି ୨୦୧୯ରେ ଉକ୍ତ ଆସନଗୁଡ଼ିକରୁ ବିଜେପି ସର୍ବାଧିକ ୪୦ଟି ଜିତିଥିଲା । ସେହିଭଳି ଡିଏମ୍‌କେ ୨୪, କଂଗ୍ରେସ ୧୫ ଏବଂ ଅନ୍ୟ ଦଳଗୁଡ଼ିକ ୨୩ ଆସନ ପାଇଥିଲେ । ସେହିଭଳି ଉପା ଭାଗରେ ସର୍ବାଧିକ ୪୫ ଆସନ ପଡ଼ିଥିଲା ବେଳେ ଏନ୍‌ଡିଏ ୪୧ରେ ବିଜୟୀ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୧.୮୭ ଲକ୍ଷ ପୋଲିଂ ବୁଥ୍‌ରେ ୧୬.୬୩ କୋଟିରୁ ଅଧିକ ଭୋଟର ମୋଟ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରୁ ୧,୪୯୧ ପୁରୁଷ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି (ବସପା)ର ସର୍ବାଧିକ ୮୬ ରହିଥିବା ବେଳେ ବିଜେପିର ୭୭, କଂଗ୍ରେସର ୫୬, ଏଆଇଏଡିଏମ୍‌କେର ୩୬, ଡିଏମ୍‌କେର ୨୨, ଟିଏମ୍‌ସିର ୫ ଓ ଆର୍‌ଜେଡିର ୪ ରହିଛନ୍ତି ।

ଶୁକ୍ରବାର ମତାଧିକାର ସାବ୍ୟସ୍ତ କରିବାକୁ ଥିବା ମୋଟ ୧୬.୬୩ କୋଟି ଭୋଟରଙ୍କ ମଧ୍ୟରେ ୮.୪ କୋଟି ପୁରୁଷ ହୋଇଥିବା ବେଳେ ୮.୨୩ କୋଟି ମହିଳା ଏବଂ ୧୧,୩୭୧ ଜଣ ତୃତୀୟ ଲିଙ୍ଗୀ ଭୋଟର । ପ୍ରାୟ ୩୫.୬୭ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବା ନିମନ୍ତେ ପଞ୍ଜିକୃତ ହୋଇଛନ୍ତି । ସେହିଭଳି ପ୍ରଥମ ପର୍ଯ୍ୟାୟରେ ୩.୫୧ କୋଟି ଯୁବ ଭୋଟର ରହିଛନ୍ତି, ଯେଉଁମାନଙ୍କର ବୟସ ୨୦ରୁ ୨୯ ବର୍ଷ ମଧ୍ୟରେ ହେବ ।

ପ୍ରଥମ ପର୍ଯ୍ୟାୟ ମତଦାନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା ନିମନ୍ତେ ୧୮ ଲକ୍ଷରୁ ଅଧିକ ପୋଲିଂ ଅଧିକାରୀ ମୁତୟନ ହୋଇଛନ୍ତି । ପୋଲିଂ ଅଧିକାରୀ ଓ ସୁରକ୍ଷା କର୍ମୀଙ୍କ ଯାତାୟାତ ସକାଶେ ୪୧ ହେଲିକପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ୍‌ ଏବଂ ପ୍ରାୟ ୧ ଲକ୍ଷ ଗାଡ଼ି ବ୍ୟବହାର କରାଯିବ । ୩୬୧ ପର୍ଯ୍ୟବେକ୍ଷକ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଇତିମଧ୍ୟରେ ପହଞ୍ଚି ସାରିଛନ୍ତି । ଏମାନେ ଶାନ୍ତିପୂର୍ଣ୍ଣ ମତଦାନକୁ ସୁନିଶ୍ଚିତ କରିବା ଲାଗି ନିର୍ବାଚନ କମିଶନଙ୍କୁ ସହଯୋଗ କରିବେ । ଏହାଛଡ଼ା ମତଦାନରେ ଯେମିତି କୌଣସି ପ୍ରକାର ହେରଫେର ନ ହୁଏ, ତାହାକୁ ସୁନିଶ୍ଚିତ କରିବା ପାଇଁ ମୋଟ ୪,୬୨୭ ଫ୍ଲାଇଂ ସ୍କ୍ୱାଡ, ୫,୨୦୮ ପରିସଂଖ୍ୟାନ ସର୍ଭେଲାନ୍ସ ଟିମ୍‌, ୨,୦୨୮ ଭିଡିଓ ସର୍ଭେଲାନ୍ସ ଟିମ୍‌ ଏବଂ ୧,୨୫୫ ଭିଡିଓ ଭିୟୁଇଂ ଟିମ୍‌ ମୁତୟନ କରାଯାଇଛି ।

ଏହାବ୍ୟତୀତ ମୋଟ ୧,୩୭୪ ଆନ୍ତଃ ରାଜ୍ୟ ଓ ୧୬୨ ଅନ୍ତର୍ଜାତୀୟ ସୀମା ଚେକ୍‌ପୋଷ୍ଟ ସ୍ଥାପନ ହୋଇଛି । ମତଦାନ ବେଳେ ବେଆଇନ ମାଦକ ଦ୍ରବ୍ୟ, ନିଶା ସାମଗ୍ରୀ, ନଗଦ ଟଙ୍କା ଏବଂ ମାଗଣା ଉପହାର ଆଦି ଚାଲାଣ ଉପରେ ନଜର ରଖିବା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦ୍ର ଓ ଆକାଶ ମାର୍ଗ ଉପରେ ବି କଡ଼ା ନଜର ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ନିମନ୍ତେ କିଛି ରାଜ୍ୟରେ ଶୁକ୍ରବାର ଛୁଟି ଘୋଷଣା ହୋଇଛି । ମତଦାନ ଦିନ ସ୍କୁଲ ଓ କଲେଜଗୁଡ଼ିକ ବି ବନ୍ଦ ରହିବ । ମଦ ଦୋକାନଗୁଡ଼ିକ ବି ବନ୍ଦ ରହିବ ।

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବାକି ୬ଟି ପର୍ଯ୍ୟାୟ ମତଦାନ ଜୁନ୍‌ ୧ ପର୍ଯ୍ୟନ୍ତ ଚାଲିବ । ପ୍ରାୟ ୯୭ କୋଟି ଭୋଟର ଏହି ୬ଟି ପର୍ଯ୍ୟାୟରେ ନିଜ ମତାଧିକାର ସାବ୍ୟସ୍ତ କରିବେ । ଏହାପରେ ଜୁନ୍‌ ୪ରେ ଭୋଟ୍‌ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ନୀତିନ ଗଡ଼କରୀ(ନାଗପୁର), ଜିତିନ ପ୍ରସାଦ (ପିଲିଭିତ), ତାମିଲସାଇ ସୁନ୍ଦରରାଜନ (ଚେନ୍ନାଇ ଦକ୍ଷିଣ), କାର୍ତ୍ତି ଚିଦାମ୍ବରମ୍‌ (ଶିବଗଙ୍ଗା), କେ ଆନ୍ନାମଲାଇ (କୋଏମ୍ବାଟୁର), ଦୟାନିଧି ମାରାନ (ଚେନ୍ନାଇ ସେଣ୍ଟ୍ରାଲ୍‌), ନକୁଲ ନାଥ (ଛିନ୍ଦୱାଡ଼ା) ଓ ଇମ୍ରାନ୍‌ ମସୁଦ (ସହାରନପୁର) ରହିଛନ୍ତି ।

ଶୁକ୍ରବାର ତାମିଲନାଡୁର ସର୍ବାଧିକ ୩୯ ଲୋକସଭା ଆସନରେ ଭୋଟ ହେବାକୁ ଥିବା ବେଳେ ରାଜସ୍ଥାନର ୧୨, ୟୁପିର ୮, ମଧ୍ୟପ୍ରଦେଶର ୬ ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରର ୫ ଲେଖାଏଁ, ବିହାର ଓ ଆସାମର ୪ ଲେଖାଏଁ, ପଶ୍ଚିମବଙ୍ଗର ୩ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ ଓ ପୁଡୁଚେରିରେ ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ କରାଯିବ ।

Also Read :-

ମଣିପୁରରେ ନିର୍ବାଚନୀ ହିଂସା:ମତଦାନ କେନ୍ଦ୍ରରେ ଫୁଟିଲା ଗୁଳି, ୩ ଆହତ


  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.