ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ପୁରୀରେ ଘରେ ଘରେ ଚାଲିଛି ଘଡି ପଥୁଲି ପୂଜା, ସନ୍ତାନଙ୍କ ଶୁଭ ମନାସୀ ମା'ମାନେ ଚଉରା ମୂଳେ କରୁଛନ୍ତି ପୂଜା

ପୁରୀ, ୧୦/୫ : ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ହୋଇପଡ଼େ ଚଳଚଞ୍ଚଳ। ସମସ୍ତେ ଜାଣନ୍ତି ବାହାର ଚନ୍ଦନ ଯାତ୍ରା ଓ ରଥ ଅନୁକୂଳ ଦିନ ଏହି ପୂଜା ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡି ପଥୁଲି ପୂଜା ସହ ପରିଚିତ ଥିବେ। ବଡ଼ମାନଙ୍କ ପାଇଁ ଏହା ଏକ ପୂଜା ହେଇଥିବା ବେଳେ ଛୋଟ ଛୁଆଙ୍କ ପାଇଁ ଏହା ଏକ ମଉଜ ଆଉ ଘଡ଼ି ପଥୁଲି ସହ ଉପହାର ପାଇବାର ଦିନଟିଏ। ସକାଳୁ ମା'ମାନେ ଚଉରା ମୂଳରେ ପିଲାଙ୍କ ଶୁଭମନାସୀ ଏହି ପୂଜା କରିଥାନ୍ତି। 

       ଅକ୍ଷୟ ତୃତୀୟାର ବହୁ ପୁର୍ବରୁ ମାଟିର ଏଇ ଘଡ଼ି ପଥୁଲି କିଣି ସେଥିରେ ଚୂନ ଦେଇ ଶୁଖାଇ ତା' ଉପରେ ସୁନ୍ଦର ଚିତ୍ର ଆଙ୍କି ଦିଅନ୍ତି। ଏଥିରେ ଭୂଜା ଭରିକି ତା'ର ଉପରେ ପିଲାଙ୍କୁ ଭଲଲାଗିଲା ପରି ବିଭିନ୍ନ ସାମଗ୍ରୀ ସବୁ ରଖି ପୂଜା କରନ୍ତି। ଆଗେ ମୁଆଁ, ଖଣ୍ଡ ଘୋଡା, ବିଭିନ୍ନ ପ୍ରକାରର ଫଳ, ମିଠେଇ ଆଦି ରଖୁଥିଲେ। ଏବେ କିନ୍ତୁ ସମୟ ବଦଳିବା ସହ ପିଲାଙ୍କର ପସନ୍ଦକୁ ଦୃଷ୍ଟିରେ ରଖି ସେଥିରେ କଲମ, ପେନସିଲ, ଖାତା, ବହି, ରଙ୍ଗ, ସ୍କେଚ ପେନ୍, ଖେଳନା, ଚକୋଲେଟ ମଧ୍ୟ ରଖୁଛନ୍ତି। ଏହା ଭୋଗ ହେଲାପରେ ଛୋଟ ଛୁଆଙ୍କ ଭିତରେ ବାଣ୍ଟି ଦିଆଯାଏ। ଛୋଟ ଛୁଆମାନେ ମଧ୍ୟ ବ୍ୟାଗ୍ ଧରି ଘର ଘର ବୁଲି ଘଡି ପଥୁଲି ମାଗିବାକୁ ବାହାରି ପଡ଼ନ୍ତି। ରାଜା ଘରେ ବଡ଼ ବଡ଼ ଘଡି ପଥୁଲି ବସେ, ସେଥିରେ ନଡ଼ିଆ ସହ ବଡ଼ ବଡ଼ ଲଡୁ ଆଉ ଟିକିଏ ଦାମୀ ଜିନିଷ ମିଳିଥାଏ। ଯେଉଁ ପିଲା ରାଜା ଘରୁ ଯାଇ ସଂଗ୍ରହ କଲା, ତା'ର ଖୁସି ଆଉ କହିଲେ ନସରେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.