ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବାଇକକୁ ଧକ୍କା ଦେଇ ୫ ଶହ ମିଟର ଘୋଷାଡି ନେଲା ଟ୍ରକ : ଭାଣିଜୀ ମୃତ, ମାମୁଁ ଆହତ

ବାରଙ୍ଗ, ୮।୧୧  ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ବାଇକକୁ ଧକ୍କା ଦେଲା ଟ୍ରକ।  ଏଥିରେ ଭାଣିଜୀର ମୃତ୍ୟୁ ହୋଇଥିବା ବେଳେ ମାମୁଁ ଆହତ ହୋଇଛି। ଦୁର୍ଘଟଣା ପରେ ଭାଣୀଜିକୁ  ୫ଶହ  ମିଟର ଘୋଷାଡି ନେଲା ଟ୍ରକ। ସ୍ଥାନୀୟ ମଞ୍ଚେଶ୍ୱର୍ ଥାନା ଅନ୍ତର୍ଗତ ସପ୍ତଶତୀ ମନ୍ଦିର ପାଖରେ  ଏହି ଦୁର୍ଘଟଣା ଘଟିଛି।

କଟକରୁ ମାମୁଁ ଭାଣିଜୀକୁ   ବାଇକରେ ଧରି ହଷ୍ଟେଲକୁ ଛାଡିବାକୁ ଭୁବନେଶ୍ବର ଆସୁଥିଲେ। ମଞ୍ଚେଶ୍ୱର୍ ଥାନା ଅନ୍ତର୍ଗତ ସପ୍ତଶତୀ ମନ୍ଦିର ନିକଟରେ ଏକ ଟ୍ରକ ବାଇକକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ   ପ୍ରଥମେ ଭାଣୀଜି ତଳେ ପଡି ଯାଇଥିଲେ। ପରେ ପଛରେ ଥିବା ଟ୍ରକ ଭାଣିଜୀକୁ ୫ଶହ ମିଟର ଘୋଷାଡି ନେଇ ଯାଇଥିଲା।ଘଟଣାରେ ମାମୁଁ ଆହତ  ହୋଇଥିବା ବେଳେ ଭାଣୀଜିର ମୃତ୍ୟୁ ଘଟିଛି। 

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଭାଣିଜୀର ମୃତଦେହକୁ ପୋଲିସ ଜବତ କରିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି। ଦୁର୍ଘଟଣା ପରେ ସପ୍ତଶତୀ ମନ୍ଦିର ନିକଟରେ ରାସ୍ତା ଜାମ ହୋଇଯାଇଥିଲା। ମଞ୍ଚେଶ୍ୱର୍ ପୁଲିସ୍ ପହଞ୍ଚି ରାସ୍ତା ଜାମ୍ ହଟାଇବା  ସହ ଟ୍ରକ୍ ଜବତ୍ କରି ତଦନ୍ତ ଆରମ୍ଭ କରିଛି।

Copyright © 2022 - Summa Real Media Private Limited. All Rights Reserved.