ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଗୁଲ ଅଫିସରେ ବଡ଼ ଧରଣର ବିକ୍ଷୋଭ, ୮ ଘଣ୍ଟା ପର୍ଯ୍ୟନ୍ତ ଅଫିସକୁ ନିଜ କବଜାରେ ନେଲେ କର୍ମଚାରୀ

ନୂଆଦିଲ୍ଲୀ,୧୭।୪: ବିଶ୍ବର  ଅଗ୍ରଣୀ ଆଇଟି କମ୍ପାନୀ ଗୁଗୁଲରେ ଘଟିଛି ଏକ ଅଜବ ଘଟଣା। ଗୁଗୁଲ୍ କର୍ମଚାରୀମାନେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରାୟ ୮ ଘଣ୍ଟା ପାଇଁ ଅଫିସ୍ କବଜାରେ କରିନେଇଥିଲ।  ଏହି କର୍ମଚାରୀମାନେ ମ୍ୟାନେଜମେଣ୍ଟ ନିକଟରେ ରଖିଥିଲେ ଅଦ୍ଭୁତ ଡିମାଣ୍ଡ। ସେମାନଙ୍କର ଦାବି ଥିଲା ଦରମା, ବୃଦ୍ଧି, ପଦୋନ୍ନତି, କାର୍ଯ୍ୟ ପରିବେଶ ଓ ସୁବିଧା । ସେମାନେ ଚାହୁଁଥିଲେ ଗୁଗୁଲ ଇସ୍ରାଏଲ୍ ସରକାରଙ୍କ ସହ କାମ ବନ୍ଦ କରୁ। କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ଏହା ପ୍ରଥମ ବଡ଼ ବିକ୍ଷୋଭ ପ୍ରଦର୍ଶନ । ତେବେ ପରେ ଏହି କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

ରିପୋର୍ଟ ଅନୁସାରେ, ଏହି କର୍ମଚାରୀମାନେ ଗୁଗୁଲ କ୍ଲାଉଡର ସିଇଓ ଥମସ୍ କୁରିଅନଙ୍କ ଅଫିସକୁ ଘେରି ନେଇଥିଲେ। ସେମାନେ ୮ ଘଣ୍ଟା ପର୍ଯ୍ୟନ୍ତ ଏକାଠି ହୋଇ  ଇସ୍ରାଏଲ ସରକାରଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ଦାବି କରୁଥିଲେ। ଏହି ପ୍ରଦର୍ଶନରେ ବହୁ କର୍ମଚାରୀ ସାମିଲ ଥିଲେ। କମ୍ପାନୀର କାର୍ଲିଫର୍ଣ୍ଣିଆ ଓ ନ୍ୟୁୟର୍କ  ଅଫିସରେ ଏଭଳି ବିକ୍ଷୋଭ ପ୍ରଦର୍ଶନ ହୋଇଛି। ୮ ଘଣ୍ଟା ପରେ ମଧ୍ୟ ଯେତେବେଳେ ସେମାନେ ବିରୋଧ ପ୍ରଦର୍ଶନ ବନ୍ଦ କରିନଥିଲେ ତାଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କର ଦାବି ଥିଲା ଇସ୍ରାଏଲ ସରକାରଙ୍କୁ ଗୁଗୁଲର କ୍ଲାଉଡ କମ୍ପ୍ୟୁଟିଂ ସୁବିଧାର ବ୍ୟବହାର କରିବାକୁ ଦିଆନଯାଉ।

ଏହି ଘଟଣାର ଏକ ଭିଡିଓ ମଧ୍ୟ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ଏଥିରେ ବହୁ କର୍ମଚାରୀ ଗୁଗୁଲ ଅଫିସ ଭିତରେ ବସି ଥିବାର ଦେଖିବାକୁ ମିଳୁଛନ୍ତି। ଏହାପରେ ପୋଲିସ ଆସେ ଓ ସମସ୍ତଙ୍କୁ ଗିରଫ କରି ନେଇଯାଏ। ‘ଡେଲି ଓ୍ବାୟର’ର ରିପୋର୍ଟ ଅନୁସାରେ, କର୍ମଚାରୀଙ୍କ ଏହି ବିରୋଧ ପ୍ରଦର୍ଶନ ୨୦୨୧ ରେ ହୋଇଥିବା ବିଲିୟନ ଡଲାରର କନଟ୍ରାକ୍ଟ ପ୍ରୋଜେକ୍ଟ ବିରୋଧରେ ରହିଛି। ମାମଲା ସେତେବେଳେ ଗମ୍ଭୀର ହୋଇଯାଇଥିଲା, ଯେତେବେଳେ ସେ ମଙ୍ଗଳବାର ଥୋମାସ୍ କୁରିୟନଙ୍କ ଅଫିସକୁ କବଜା କରି ଏହାକୁ ଲାଇଭ କରିଥିଲେ। ତାଙ୍କର ଦାବି ଥିଲା, ଇସ୍ରାଏଲ ସରକାର ଓ ସେନା ସହିତ କମ୍ପାନୀ ନିଜର ସମ୍ପର୍କ ଶେଷ କରୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.