ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଗୁଗୁଲର ବଡ଼ କାର୍ଯ୍ୟାନୁଷ୍ଠାନ, ପ୍ଲେ ଷ୍ଟୋରରୁ ଡିଲିଟ୍ କଲା ୨୨୦୦ ନକଲି ଲୋନ୍ ଆପ୍

ନୂଆଦିଲ୍ଲୀ,୭।୨: ଲୋନ୍‌ ଆପ୍ସର ନେଟୱାର୍କ ଇଣ୍ଟରନେଟରେ କାୟା ବିସ୍ତାର କରିଛି। ଏପରି ଅନେକ ନକଲି ଲୋନ୍ ଆପ୍‌  ଅଛି ଯାହା ଲୋକଙ୍କୁ ନିଜ ଜାଲରେ ଛନ୍ଦିଥାଏ  ଏବଂ ସେମାନଙ୍କଠାରୁ ବିପୁଳ ପରିମାଣର ଟଙ୍କା ସଂଗ୍ରହ କରିଥାଏ ।କେତେକ କ୍ଷେତ୍ରରେ, ଏହି ନକଲି ଲୋନ୍ ଆପଗୁଡ଼ିକ ସାଂଘାତିକ ପ୍ରମାଣିତ ହୋଇଛି।  ଅନେକ ଗ୍ରାହକ ଋଣ ଜାଲରେ ଫସିଯିବା ପରେ ମଧ୍ୟ ଜୀବନ ହରାଇଛନ୍ତି। ଉପଭୋକ୍ତାମାନଙ୍କୁ ଏହିପରି ଆପ୍‌ରୁ ରକ୍ଷା କରିବା ପାଇଁ ଗୁଗୁଲ ସମୟ ସମୟରେ ସେମାନଙ୍କୁ ପ୍ଲେ ଷ୍ଟୋରରୁ ଡିଲିଟ କରିଥାଏ। 

ସଂସଦ ପରେ ଏବେ ଗୃହମନ୍ତ୍ରଣାଳୟ ସୁରକ୍ଷା ଭଙ୍ଗ କରିବାକୁ ଉଦ୍ୟମ, ନକଲି ପରିଚୟ ପତ୍ର ସହ ଯୁବକ ଗିରଫ

କମ୍ପାନୀ ସେପ୍ଟେମ୍ବର ୨୦୨ ରୁ ଅଗଷ୍ଟ ୨୦୨୩  ଭିତରେ ୨୨୦୦ ନକଲି ଲୋନ୍ ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡିଲିଟ୍ କରିଛି। ରିପୋର୍ଟ ଅନୁସାରେ, ନକଲି ଆପ୍‌କୁ ରୋକିବା ପାଇଁ ସରକାରଙ୍କ ଚେଷ୍ଟା ଦିଗରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି। ସଂସଦରେ ପଚାଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ ସୂଚନା ଦେଇଛନ୍ତି କିଭଳି ସରକାର ଆରବିଆଇ ଭଳି ରେଗୁଲେଟରୀ ଅଥରିଟିଜ୍‌ ସହିତ ମିଶି ଲୋନ୍ ଆପ୍‌ର ମୁକାବିଲ କରିବା ପାଇଁ କାମ କରୁଛନ୍ତି। ଆଇଟି ମନ୍ତ୍ରୀଙ୍କ କହିବା ଅନୁସାରେ, ଗୁଗୁଲ ଅପ୍ରେଲ ୨୦୨୧ ରୁ ଜୁଲାଇ ୨୦୨୨ ଭିତରେ ୩୫୦୦ ରୁ ୪୦୦୦ ଆପ୍ ଡିଲିଟ୍ କରିଛି। 

ଏହାଛଡା କମ୍ପାନୀ ପ୍ଲେ ଷ୍ଟୋରରୁ ୨୫୦୦ ଆପ୍‌କୁ ରିମୁଭ କରିଛି। ସେଭଳି ସେପ୍ଟେମ୍ବର ୨୦୨୨ ରୁ ଅଗଷ୍ଟ ୨୦୨୩ ଭିତରେ ନକଲି ଲୋନ୍ ଆପ୍‌ ଉପରେ ଗୁଗୁଲ ପକ୍ଷରୁ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ଏହି ସମୟରେ ଗୁଗୁଲ ପ୍ଲେ ଷ୍ଟୋରରୁ ୨୨୦୦ ନକଲି ଲୋନ୍ ଆପ୍‌କୁ ରିମୁଭ କରିଥିଲା। ଏହା ସହିତ ଗୁଗୁଲ ପ୍ଲେ ଷ୍ଟୋରରେ ଲୋନ୍‌ ଆପ୍‌କୁ ନେଇ ନିଜର ପଲିସି ମଧ୍ୟ ଅପଡେଟ୍ କରିଛି। ଏବେ ଗୁଗୁଲ ପ୍ଲେ ଷ୍ଟୋରରେ କେବଳ ସେହ ଲୋନ୍ ଆପ୍‌କୁ ପରମିଶନ୍ ମିଳିବ, ଯାହାକି ରେଗୁଲେଟେଡ୍ ଏଟିଟି କିମ୍ବା ଏହି ଏନ୍‌ଟିଟି ସହିତ କୋଲାବୋରେସନ୍‌ରେ ପବ୍ଲିଶ କରାଯିବ। ଏହା ସହିତ ବିଶିଷ୍ଟ ଟେକ୍ କମ୍ପାନୀ ଆଡିସନାଲ ପଲିସି ରିକ୍ୟୁଆରମେଣ୍ଟ ଓ ଏନଫୋର୍ସମେଣ୍ଟକୁ ଲାଗୁ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.