ପ୍ରମୂଖ ଖବର
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଗ୍ରୀସରେ କୁଢ କୁଢ ମଲା ମାଛକୁ ନେଇ ସ୍ଥିତି ଗମ୍ଭୀର , ଜରୁରୀକାଳୀନ ସ୍ଥିତି ଘୋଷିତ

ନୂଆଦିଲ୍ଲୀ – ଗ୍ରୀସ୍‌ର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ଭୋଲୋସ୍‌, ଏକ ପରିବେଶ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛି। କାରଣ ଲକ୍ଷ ଲକ୍ଷ ମଲା ମାଛ ସବୁ ଏହାର ସମୁଦ୍ର କୂଳକୁ ଭାସି ଆସିଛନ୍ତି। ଏଥିରେ ସ୍ଥିତି ଗମ୍ଭୀର ହୋଇ ଯାଇଛି। ସଂପୃକ୍ତ ଅଞ୍ଚଳରେ ଖୁବ୍‌ ଦୁର୍ଗନ୍ଧ ବ୍ୟାପି ଯାଇଛି ଏବଂ ଛୁଟି କାଟୁଥିବା ଲୋକେ ନିଜ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ନିଜର ମନୋରମ ଦୃଶ୍ୟ ଓ ଜୀବନ୍ତ ପର୍ଯ୍ୟଟନ ସ୍ଥଳକୁ ନେଇ ଜଣାଶୁଣା ଏହି ବନ୍ଦର ସହର ଏବେ ସଙ୍କଟରେ ପଡି ଯାଇଛି। ଏହି ସ୍ଥିତି ପରେ ସେଠାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି। ଏହାପରେ ସ୍ଥାନୀୟ ନିବାସୀଙ୍କ କହିବାନୁସାରେ , ଏଥିରେ ତାଙ୍କର ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି ହୋଇ ପାରେ। ଶନିବାର ଏହି କଥା ଦ ଷ୍ଟେଟ୍‌ ନ୍ୟୁଜ୍‌ ଏଜେନ୍ସି ଘୋଷଣା କରିଛି। 

ଏଥେନ୍ସ ନ୍ୟୁଜ୍‌ ଏଜେନ୍ସି ଅନୁସାରେ, ଜଳବାୟୁ ମନ୍ତ୍ରଣାଳୟର ନାଗରିକ ସୁରକ୍ଷା ମହାସଚିବ ଭାସିଲିସ୍‌ ପାପାଜୋର୍ଗିଉଙ୍କ ଦ୍ୱାରା ଏକ ମାସର ଜରୁରୀକାଳୀନ ସ୍ଥିତି ଘୋଷଣା ଜାରି କରାଯାଇଛି। ପଗାସେଟିକ ଗଲ୍ଫ ପୋର୍ଟର ସଫେଇକୁ ଗତିଶୀଳ କରିବା ସହ ଅଧିକାରୀ ମାନେ ସ୍ଥାନୀୟ ପରିବେଶ ଏବଂ ଅର୍ଥବ୍ୟବସ୍ଥାକୁ ଅଧିକ କ୍ଷତିରୁ ରକ୍ଷା କରିବାକୁ ଚେଷ୍ଟା ଜାରି ରଖିଛନ୍ତି।  

ଗତ ବର୍ଷ ଥିସଲି ଅଞ୍ଚଳରେ ଆସିଥିବା ବିନାଶକାରୀ ବନ୍ୟା ପରେ , ଏଥେନ୍ସର ଉତ୍ତରରେ ଥିବା ଭୋଲୋସ ବନ୍ଦରରେ ଆସିଥିବା ଏହା ଦ୍ୱିତୀୟ ପରିବେଶ ବିପର୍ଯ୍ୟୟ। ଏହି ବନ୍ୟା ପାଖରେ ଥିବା ସବୁ ହ୍ରଦକୁ ପୁଣି ଥରେ ଭରି ଦେଇଛି, ଯାହାକୁ ୧୯୬୨ରେ ମ୍ୟାଲେରିଆ ସହ ଲଢିବା ପାଇଁ ଶୁଖାଇ ଦିଆଯାଇ ଥିଲା। ଏଥିରେ ଏହା ନିଜର ସ୍ୱାଭାବିକ ଆକାର ଠାରୁ ଗୁଣା ଫୁଲି ଯାଇଛି। 

ବିଶେଷଜ୍ଞମାନେ ଗତ ବର୍ଷ ଥେସଲି କ୍ଷେତ୍ରରେ ଆସିଥିବା ଐତିହାସିକ ବନ୍ୟାକୁ ବଡ଼ ସ୍ତରରେ ମାଛ ମଡ଼କର ସମ୍ଭାବିତ କାରଣ ଥିବା କହିଛନ୍ତି। ଝଡ଼ ଡାନିୟଲ ଓ ଏଲିୟାସ କାରଣରୁ ଆସିଥିବା ବନ୍ୟା ଥେସଲିର ବଡ଼ ଅଞ୍ଚଳକୁ ଛାରଖାର କରିଦେଇ ଥିଲା । 

ଥେସଲି ବିଶ୍ୱବିଦ୍ୟାଳୟରେ କୃଷି ଓ ପରିବେଶର ପ୍ରଫେସର ଦିମିତ୍ରିସ କ୍ଲାଡାଟୋସ ସ୍ଥିତିକୁ ସ୍ପଷ୍ଟ କରି କହିଛନ୍ତି- ଗତ ଶରଦ ଋତୁରେ ଡାନିୟଲ ଓ ଏଲିୟାସ ତୋଫାନ ପରେ , ଥେସଲିରେ ପାଖାପାଖି ୨୦ହଜାର ହେକ୍ଟର ସମତଳ ଅଞ୍ଚଳରେ ବନ୍ୟା ଆସିଥିଲା। ମଧୁର ଜଳରୁ ମାଛ ଗୁଡ଼ିକ ନଦୀରୁ ସମୁଦ୍ରକୁ ପଳାଇ ଥିଲେ। ସେଠାରେ ଲୁଣିଆ ପାଣିରେ ବଞ୍ଚିବା ଅନୁକୂଳ ନହେବାରୁ ମାଛମାନେ ମରିଗଲେ ଏବଂ ଭୋଲୋସ କୂଳରେ ସ୍ରୋତ ଦ୍ୱାରା ଭାସି ଯାଇଥିଲେ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.