ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁପ୍ତେଶ୍ୱରକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା, ବିଲୁପ୍ତ ପ୍ରଜାତିର ହେବ ସଂରକ୍ଷଣ

ଜୟପୁର,୧୦/୦୨: କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ମିଳିଛି ଜୈବ ବିବିଧତା  ଐତିହ୍ୟସ୍ଥଳ(ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌ ବା  ବିଏଚ୍‌ଏସ୍‌) ମାନ୍ୟତା । ଏ ସମ୍ପର୍କରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା  ଦିଆଯାଇଛି । ଏହା ରାଜ୍ୟରେ ଚତୁର୍ଥ । ବନାଞ୍ଚଳରେ ଥିବା ବିଭିନ୍ନ  ବିଲୁପ୍ତ ପ୍ରଜାତିର ଗଛ, ଜୀବଜନ୍ତୁ, ଅଭୟାରଣ୍ୟରେ ଥିବା ଦୁର୍ଲଭ  ପଦାର୍ଥର ସଂରକ୍ଷଣ ହେବ । ଏଥିସହ ଅଞ୍ଚଳବାସୀ ଉପକୃତ  ହେବେ । ସେମାନଙ୍କ ଜୀବନଜୀବିକାର ମାନ ଉନ୍ନତ ହେବ ।  ପରିବେଶବିତ୍‌ମାନେ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି  ଯେ କୋରାପୁଟର ଗୁପ୍ତେଶ୍ୱର ଜଙ୍ଗଲକୁ ଜୈବ ବିବିଧତା  ଐତିହ୍ୟସ୍ଥଳ ଟ୍ୟାଗ୍‌ ମିଳିଛି । ଚିହ୍ନଟ ହୋଇଥିବା ୩୫୦ ହେକ୍ଟର  ଅଞ୍ଚଳରେ ଅତିକମ୍‌ରେ ୬୦୮ ପ୍ରଜାତିର ପ୍ରାଣୀସମୂହ ରହିଛି ।  ୧୮୨ ପ୍ରଜାତିର ଫୁଲଗଛ, ୭୬ ପ୍ରଜାତିର ଗୁଳ୍ମ, ୧୭୭ ପ୍ରଜାତିର  ଚେରମୂଳି, ୬୬୯ ପ୍ରଜାତିର ଲତା ଅଛି । ୧୪ ପ୍ରଜାତିର ଅର୍ଚିଡ୍‌  ଏବଂ ବିଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ ରହିଛି । ପ୍ରକୃତିର ବରଦାନ  ଏହି ଅଞ୍ଚଳକୁ ଜୈବକ ବିବିଧତା ଆଇନ-୨୦୦୨ ଅଧୀନରେ  ବିଏଚ୍‌ଏସ୍‌ ମାନ୍ୟତା ମିଳିଛି । ସ୍ଥାନୀୟ ଡିଏଫ୍‌ଓ ପ୍ରତାପ କୁମାର  ବେହେରା କହିଛନ୍ତି, ଏହା ଖୁସି ଖବର । ଶୁକ୍ରବାର ଅପରାହ୍ଣରେ  ଘୋଷଣା ବାବଦରେ ଜଣାପଡ଼ିଛି । ଏ ସମ୍ପର୍କିତ ଚିଠି ମିଳିନି ।  ପୂର୍ବରୁ କନ୍ଧମାଳର ମଣ୍ଡାସାରୁ, ଗଜପତିର ମହେନ୍ଦ୍ରଗିରି  ପର୍ବତ ଏବଂ ବଲାଙ୍ଗିର, ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନକୁ  ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ମିଳିସାରିଛି ।  

ଐତିହ୍ୟସ୍ଥଳ ଘୋଷଣାର ପ୍ରଭାବ ସ୍ଥାନୀୟ ଲୋକଙ୍କ  ଉପରେ ପଡ଼ିବ । ଅବାଧ ଗଛକଟା, ଜୀବଜନ୍ତୁ ଶିକାର, ପଥର  ଖୋଳା ସହ ପ୍ରାକୃତିକ ସମ୍ପଦର ରକ୍ଷଣାବେକ୍ଷଣ କରିବେ ।  ଏଥିଲାଗି ପାଣ୍ଠି ଯୋଗାଇ ଦିଆଯିବ । ବିନା ଅନୁମତିରେ  ବାହାର ଲୋକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପାରିବେନି ।  ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ଲାଗି ବ୍ୟବସ୍ଥା କରାଯିବ ।  ଦରକାର ପଡ଼ିଲେ ପ୍ରବେଶ ଟିକସ ଲଗାଯିବ । ପାଣ୍ଠିର  କିଛି ପ୍ରତିଶତ ସେ ଅଞ୍ଚଳର ବିକାଶରେ ଖର୍ଚ୍ଚ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.